boxer
ବକ୍ସର : ଘୋଡ଼ି ନୁହେଁ ବିବାହ କରିବାକୁ କାନ୍ଧରେ ଆସିଲେ ବର । ବିନା ବ୍ୟାଣ୍ଡ୍ ବାଜା ବାରାତରେ ୩ କିମି ବୁହା ହୋଇ କନ୍ୟା ଘରେ ପହଞ୍ଚିଲେ । ସାମାନ୍ୟ ବର୍ଷାରେ କନ୍ୟା ଘର ଗାଁ ପାଣିରେ ଉବୁଟୁବୁ ହେଉଛି । ଖରାଦିନେ ମଧ୍ୟ ଅସରାଏ ବର୍ଷା ପରେ ଚାରିଆଡ଼େ ପାଣି ଜମିଯାଉଛି । ସ୍ୱାଧୀନତାର ୭୩ ବର୍ଷ ପରେ ସମସ୍ୟାରେ କୌଣସି ସୁଧାର ଦେଖିବାକୁ ମିଳିନି । ବିହାରରେ ଏପରି ଏକ ଗାଁ ଅଛି ଯେଉଁଛି ବିବାହ କଥା ଉଠିଲେ, କେବଳ ଖରା ଦିନେ ହିଁ ଝିଅ ବିଦା କଥା ଚିନ୍ତା କରନ୍ତି ଲୋକେ । କାରଣ ଅନ୍ୟ ସମୟରେ ଗାଁ ମାଟି କାଦୁଅରେ ଭର୍ତ୍ତି ଥାଏ ।
ବିହାର ବକ୍ସର ଜିଲ୍ଲାର ଡୁନରାଓ ଗାଁ । କିଛି ଦିନ ପୂର୍ବରୁ ହୋଇଥିବା ସାମନ୍ୟ ବର୍ଷା ଯୋଗୁଁ ଲୋକେ ଭାରି ହନ୍ତସନ୍ତ ହେଉଛନ୍ତି । ଦୁଇ ଦିନ ପୂର୍ବରୁ ହୋଇଥିବା ଏକ ବାହାଘରରେ ବରକୁ କାନ୍ଧରେ ବସାଇ ପାଣି ଓ କାଦୁଅରୁ ଦୂରେଇ ପାଖାପାଖି ୩ କିଲୋମିଟର କନ୍ୟା ଗାଁକୁ ଅଣା ଯାଇଥିଲା । ଯାହାର ଭିଡିଓ ଏବେ ସାମ୍ନାକୁୁ ଆସିଛି । ତେବେ ଏପରି ସମସ୍ୟାର ଏବେର ନୁହେଁ ବର୍ଷ ବର୍ଷ ଧରି ରହିଛି ବୋଲି ଗ୍ରାମବାସୀ କହିଛନ୍ତି ।
ସହରରୁ ଗାଁକୁ ଯିବା ପାଇଁ ରାସ୍ତା ଟିଏ ନାହିଁ । ଅସରାଏ ବର୍ଷା ହେଲେ କଚ୍ଚା ରାସ୍ତାରେ ଗାଡ଼ି ଯିବାଆସିବା ବନ୍ଦ ହୋଇଯାଏ । ରାସ୍ତା ସୁବିଧା ନଥିବାରୁ ଯିବାଆସିବା ପାଇଁ ଚାଲି ଚାଲି ଲୋକେ ମୁଖ୍ୟ ରାସ୍ତାକୁ ବାହାରନ୍ତି । ଦୀର୍ଘ ଦିନ ଧରି ଜିଲ୍ଲା ପ୍ରଶାସନ ନିକଟରେ ଗାଁର ସମସ୍ୟା ନେଇ ଫେରାଦ ହେଲେ ସୁଦ୍ଧା କିଛି ସୁଫଳ ମିଳୁନାହିଁ । ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନାହିଁ ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/boxer_1623031769.jpg)