Advertisment

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର୍‌ ସୁନୀଲ ଆରୋରୋ ଆଜି ତାରିଖ ଘୋଷଣା କରିଛନ୍ତି। ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ October 28, ଦ୍ୱିତୀୟ ପର୍ଯ୍ୟାୟ November 3 ଓ ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ November 7 ରେ ହେବ। November 10 ରେ ହେବ ଭୋଟ୍‌ ଗଣତି। Bihar Election News in Odia ନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ କମିଶନର […]

ଅଦ୍ୟତନ ହୋଇଛି
Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

Bihar Election News In Odia

Advertisment

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର୍‌ ସୁନୀଲ ଆରୋରୋ ଆଜି ତାରିଖ ଘୋଷଣା କରିଛନ୍ତି। ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ October 28, ଦ୍ୱିତୀୟ ପର୍ଯ୍ୟାୟ November 3 ଓ ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ November 7 ରେ ହେବ। November 10 ରେ ହେବ ଭୋଟ୍‌ ଗଣତି।

Advertisment

Bihar Election News in Odia

ନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଏହିସବୁ ଘୋଷଣା କରିଛନ୍ତି....

  • ନିର୍ବାଚନର ଶେଷ ଦିନ କ୍ୱାରେଣ୍ଟିନ୍‌ରେ ଥିବା କରୋନା ଆକ୍ରାନ୍ତ ମେଡିକାଲ୍‌ ଅଧିକାରୀଙ୍କ ତତ୍ତ୍ୱାବଧାନରେ ମତଦାନ କେନ୍ଦ୍ରରେ ମତଦାନ କରିପାରିବେ।
  • ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି: ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍‌ ଗ୍ରହଣ ହେବ। ପୂର୍ବରୁ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏ ଭୋଟ୍‌ ଗ୍ରହଣ ହେଉଥିଲା। ବାମପନ୍ଥୀ ପ୍ରଭାବିତ ଅଞ୍ଚଳରେ ଏହି ନିୟମ ଲାଗୁ ହେବ ନାହିଁ।
  • ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ପ୍ରାର୍ଥିପତ୍ର ଓ ସତ୍ୟପାଠ ଦାଖଲ କରିବେ।
  • ନିର୍ବାଚନ ପ୍ରଚାରରେ ମାତ୍ର ୨ଟି ଗାଡ଼ି ବ୍ୟବହାର କରାଯାଇ ପାରିବ।
  • ଘରକୁ ଘର ବୁଲି ପ୍ରଚାରରେ ପ୍ରାର୍ଥୀଙ୍କୁ ମିଶାଇ ୫ଜଣ ରହିପାରିବେ।
  • ସୋସିଆଲ ମିଡିଆର ଅପବ୍ୟବହାର କଲେ ଆଇନାନୁଯାୟୀ ଦଣ୍ଡ ମିଳିବ। ସେହିପରି ଫେକ୍ ନ୍ୟୁଜ୍‌, ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟକୁ ବରଦାସ୍ତ କରାଯିବନି ବୋଲି ମୁଖ୍ୟ ନିର୍ବାଚନ କମିଶନର୍‌ କହିଛନ୍ତି।
  • ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି।

ସୂଚନାଥାଉ କି, ନଭେମ୍ବର ୨୯ରେ ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି।

Advertisment

Also Read In English

Bihar Election 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ