Advertisment

କୋଲ୍ ମାଇନିଂରେ ୧୦୦ ପ୍ରତିଶତ ଏଫ୍‌ଡିଆଇକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଏଫ୍‌ଡିଆଇ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବୁଧବାର ସରକାର କୋଲ୍‌ ମାଇନିଂ ଏବଂ କଣ୍ଟ୍ରାକ୍ଟ ମାନ୍ୟୁଫାକ୍‌ଚରିଂ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ନିବେଶ ପାଇଁ ଅନୁମତି ଦେଇଛନ୍ତି। ଏତଦ୍‌ବ୍ୟତୀତ ସିଙ୍ଗିଲ୍‌ ବ୍ରାଣ୍ଡ୍‌ ରିଟେଲର୍ସ କ୍ଷେତ୍ରରେ ନିବେଶ ପାଇଁ ମଧ୍ୟ ନିୟମ କୋହଳ କରିଛନ୍ତି। ସେହିଭଳି ଡିଜିଟାଲ ମିଡିଆ କ୍ଷେତ୍ରରେ ୨୬% ବିଦେଶୀ ନିବେଶ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଅର୍ଥନୀତିକ ଅଭିବୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଗତକାଲି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ […]

କୋଲ୍ ମାଇନିଂରେ ୧୦୦ ପ୍ରତିଶତ ଏଫ୍‌ଡିଆଇକୁ ମଞ୍ଜୁରୀ

coal mining

Advertisment

ନୂଆଦିଲ୍ଲୀ: ଏଫ୍‌ଡିଆଇ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବୁଧବାର ସରକାର କୋଲ୍‌ ମାଇନିଂ ଏବଂ କଣ୍ଟ୍ରାକ୍ଟ ମାନ୍ୟୁଫାକ୍‌ଚରିଂ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ନିବେଶ ପାଇଁ ଅନୁମତି ଦେଇଛନ୍ତି। ଏତଦ୍‌ବ୍ୟତୀତ ସିଙ୍ଗିଲ୍‌ ବ୍ରାଣ୍ଡ୍‌ ରିଟେଲର୍ସ କ୍ଷେତ୍ରରେ ନିବେଶ ପାଇଁ ମଧ୍ୟ ନିୟମ କୋହଳ କରିଛନ୍ତି। ସେହିଭଳି ଡିଜିଟାଲ ମିଡିଆ କ୍ଷେତ୍ରରେ ୨୬% ବିଦେଶୀ ନିବେଶ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଅର୍ଥନୀତିକ ଅଭିବୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

Advertisment

ଗତକାଲି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଗଣମାଧ୍ୟମକୁ କହିଥିଲେ, ଏଫ୍‌ଡିଆଇ ନୀତିରେ ପରିବର୍ତ୍ତନ ବିଦେଶୀ ନିବେଶକୁ ପ୍ରୋତ୍ସାହନ ଦେବ। ଏହା ନିବେଶ ବଢ଼ାଇବା ସହ ନିଯୁକ୍ତି ଏବଂ ଅର୍ଥନୀତିକ ଅଭିବୃଦ୍ଧିରେ ସହାୟକ ହେବ। କୋଲ୍‌ ମାଇନିଂ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ନିବେଶ ଫଳରେ ଅନ୍ତର୍ଜାତୀୟ କମ୍ପାନୀଙ୍କ ନିବେଶ ବଢ଼ିବ ଏବଂ କୋଇଲା କ୍ଷେତ୍ରରେ ପ୍ରତିଯୋଗିତାମୂଳକ ବଜାର ସୃଷ୍ଟି ହେବ।

କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ମଧ୍ୟ ୬୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଆଖୁ ଉପରେ ସବ୍‌ସିଡି ପାଇଁ ମଞ୍ଜୁରୀ ମିଳିଛି। ଏହା ଆଖୁ ଚାଷୀଙ୍କ ପାଇଁ ଲାଭଦାୟକ ହେବ ବୋଲି ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି। ଏହି ସବ୍‌ସିଡି ବାବଦକୁ ସରକାରଙ୍କୁ ୬,୨୭୦ କୋଟି ଟଙ୍କା ଖର୍ଚ୍ଚ ହେବ।

Advertisment
ଡିଜିଟାଲ ମିଡିଆ କ୍ଷେତ୍ରରେ ବିଦେଶୀ ନିବେଶ ବଢ଼ାଇବା ପାଇଁ ବର୍ତ୍ତମାନ ୨୬% ଏଫ୍‌ଡିଆଇ ପାଇଁ ଅନୁମତି ଦେଇଛି କ୍ୟାବିନେଟ୍‌ କମିଟି। ପୂର୍ବରୁ ଏହା କେବଳ ପ୍ରିଣ୍ଟ୍‌ ମିଡିଆ ପାଇଁ ଉଦ୍ଦିଷ୍ଟ ଥିଲା। ଶ୍ରୀ ଗୋୟଲ କହିଛନ୍ତି, ଯଦିଓ ବିଶ୍ୱ ସ୍ତରରେ ଏଫ୍‌ଡିଆଇ ଧୀମା ହୋଇଛି, ଆମେ ନୀତିରେ ପରିବର୍ତ୍ତନ ଆଣିବାକୁ ଚାହୁଁଛୁ। ଆମେ ଭାବୁଛୁ ଆଗାମୀ ଦିନରେ ନିବେଶ ପାଇଁ ଭାରତ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିପାରିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ