spit
ମୁମ୍ବାଇ : ବାହାରେ ଛେପ ପକାଇବା ଦଣ୍ଡନୀୟ ଅପରାଧ । ଏବେ ଅଧିକ ଜୋରିମାନା ଆଦାୟ କରିବ ବିଏମସି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ତଣ୍ଡ ଗଣିବେ ଲୋକେ । ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ପାଇଁ ଆଦାୟ ହେଉଥିବା ଜରିମାନା ରାଶିକୁ ୨୦୦ ରୁ ୧୨୦୦ ଟଙ୍କାକୁ ବୃଦ୍ଧି କରିବାକୁ ବିଚାର କରୁଛି । ବିଏମସିର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।
ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହା ଏକ ସଚେତନତା ମୂଳକ ପଦକ୍ଷେପ । ବାହାରେ ଛେପ ପକାଇବା ଦ୍ୱାରା ସଂକ୍ରମଣ ଆଶଙ୍କା ବଢ଼ୁଥିବା ବେଳେ କଟକଣାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଏମସି ମୁଖ୍ୟ ଇକବାଲ ସିଂ ଚହଲ ନିକଟରେ ଏକ ସମାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ପରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାଲେ ଏବେ ଅଧିକ ଜୋରିମାନା ଦେବାକୁ ପଡ଼ିବ । ପୂର୍ବରୁ ବାହାରେ ଛେପ ପକାଇଲେ ଲୋକଙ୍କ ଠାରୁ ୨୦୦ ଟଙ୍କା ଆଦାୟ କରାଯାଉଥିଲା । ହେଲେ କରୋନାର ଦ୍ୱିତୀୟ ଲହରୀରେ ଜୋରିମାନା ରାଶିକୁ ବୃଦ୍ଧି କରାଯାଇଛି । ଏବେ ଆଉ ୨୦୦ ନୁହେଁ ଅମାନିଆଙ୍କ ଠାରୁ ୧୨୦୦ ଟଙ୍କା ଜୋରିମାନା ଆଦାୟ ହେବ ।
ବିଏମସି ଅଧିକାରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଅନୁମୋଦନ ପାଇବା ପରେ ହିଁ କାର୍ଯ୍ୟକାରୀହେବ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମୁମ୍ବାଇ ପରିମଳ ଆଇନ୍ ୨୦୦୬ରେ ପରିବର୍ତ୍ତନ ଆଣିବାକୁ ପଡିବ । ସୂଚନାଯୋଗ୍ୟ ଗତ ଛଅ ମାସ ମଧ୍ୟରେ ବିଏମସି ସର୍ବସାଧାରଣ ସ୍ଥାନରେ ଛେପ ପକାଉଥିବା ଲୋକଙ୍କଠାରୁ ୨୮.୬୭ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/spit_1622601544.jpg)