shiv kumar
ଧାରୱାଡ଼ : କରୋନାର ଦ୍ୱିତୀୟ ଲହରୀ ପାଇଁ ଦେଶର ଅନେକ ରାଜ୍ୟ ତାଲାବନ୍ଦରେ ଅଛନ୍ତି । ସାଧାରଣ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଚାଷୀ ଭାଇ କ୍ଷତିରେ ପଡ଼ିଛନ୍ତି । ସଂକ୍ରମଣରେ ଚାଷୀ ଭାଇଙ୍କ ସୁବିଧା ପାଇଁ କର୍ଣ୍ଣାଟକରେ ବିରୋଧୀ ଦଳ କଂଗ୍ରେସ ଲକଡାଉନ ନିୟମ କୋହଳ କରିବାକୁ ଦାବି କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲକଡାଉନ୍ ଅବଧିକୁ ମଧ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆଉ ଲକଡାଉନ୍ ବୃଦ୍ଧି ହେତୁ କୃଷକମାନେ କମ୍ ମୂଲ୍ୟରେ ଫସଲ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ।
ଚାଷୀଙ୍କ ପାଇଁ ସହାୟତା ପ୍ୟାକେଜ୍ ଦାବି କଲା କଂଗ୍ରେସ । କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ. ଶିବକୁମାର କହିଛନ୍ତି ୨୭ ଏପ୍ରିଲରୁ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଛି । କଟକଣା କଡ଼ାକଡ଼ି କରାଯାଇଥିବା ବେଳେ ଫସଲ ବ୍ରିକି କରିବାକୁ ଚାଷୀଙ୍କୁ ବଜାର ମିଳୁନି । କୃଷକଙ୍କୁ ଅନେକ କ୍ଷତି ସହିବାକୁ ପଡ଼ୁଛି । ବାଡ଼ିରେ ପଡ଼ି ପଡ଼ି ଫସଲ ନଷ୍ଟ ହେଉଛି । ଫଳରେ ତୁଣ୍ଡ ଝାଳ ମୁଣ୍ଡରେ ମାରି ଉତ୍ପାଦନ କରିଥିବା ଫସଲକୁ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ଭାଇ ।
ଲକଡାଉନ୍ ଯୋଗୁଁ ଲକ୍ଷ ଲକ୍ଷ ଚାଷୀ ଭୋଗୁଥିବା ଦୁର୍ଦ୍ଦଶା ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତିି ଡି.କେ. ଶିବକୁମାର । ଚାଷୀଙ୍କ ଠାରୁ ବଜାର ମୂଲ୍ୟରେ ସରକାର କୃଷି ଉତ୍ପାଦିନ ସାମଗ୍ରୀ କିଣନ୍ତୁ ବୋଲି ଦାବି କରିଛନ୍ତି । ଧାରୱାଡ଼ ଏବଂ ହାଭେରୀ ଜିଲ୍ଲାର ଚାଷୀଙ୍କ ସହ କଥା ହେବା ପରେ ରାଜ୍ୟ କଂଗ୍ରେସ ସଭାପତି କହିଛନ୍ତି ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦିୟୁରପ୍ପା ଖାଦ୍ୟ ଏବଂ ନାଗରିକ ଯୋଗାଣ ବିଭାଗକୁ କୃଷକମାନଙ୍କଠାରୁ ସିଧାସଳଖ କୃଷିଜାତ ଦ୍ରବ୍ୟ କିଣିବା ଏବଂ ଖୁଚୁରା ବଜାରରେ ସ୍ଥିର ମୂଲ୍ୟରେ ବିକ୍ରୟ କରିବା ପାଇଁ ନିର୍ଦ୍ଦେଶ ଦେବା ଉଚିତ୍ । ଯଦ୍ୱାରା ଅଳ୍ପବହୁତେ ଉପକୃତ ହୋଇପାରିବେ କୃଷକ ।
ରାଜ୍ୟରେ ମୌସୁମୀ ପହଞ୍ଚିବା ପୂର୍ବରୁ ପରବର୍ତ୍ତୀ ଫସଲ (ଖରିଫ) ଫସଲ ପାଇଁ ରାଜ୍ୟ ସରକାର ସୁଧମୁକ୍ତ ଋଣ ପ୍ରଦାନ କରିବା ଉଚିତ୍ ବୋଲି କହିଛନ୍ତି ଡି.କେ. ଶିବକୁମାର । ଫଳ, ପନିପରିବା ଏବଂ ଫୁଲର ଚାଷୀଙ୍କ ପାଇଁ ରିଲିଫ ସହାୟତା ଏକର ପିଛା ୪୦୦୦ ରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/shiv-kumar_1622530740.jpg)