dustbin
ନୂଆଦିଲ୍ଲୀ : ରେଲୱେ ଷ୍ଟେସନରେ ଲାଗିବ ସ୍ୱୟଂଚାଳିତ ଡଷ୍ଟବିନ୍ । ସଂକ୍ରମଣ ସମୟରେ ସ୍ୱଚ୍ଛତାକୁ ଗୁରତ୍ୱ ଦେଇ ଦିଲ୍ଲୀ ସରକାର ଏପରି ଯୋଜନା ପ୍ରସ୍ତୁତ କରିଛନ୍ତି । ନୂତନ ଯୋଜନା ଅନୁସାରେ ଡଷ୍ଟବିନ୍ ୭୬ ପ୍ରତିଶତ ଭରିଯିବା ପରେ ଷ୍ଟେସନ୍ ମାଷ୍ଟରଙ୍କୁ ନିକଟକୁ ଆପେ ଆପେ ମେସେଜ ଚାଲିଯିବ । ନୂଆଦିଲ୍ଲୀ ରେଳ ଷ୍ଟେସନରେ ଏହାର ଫ୍ରି ଟାଏଲ ଆରମ୍ଭ ହୋଇଛି ।
ଦିଲ୍ଲୀ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୱାନରେ ଏକ ସ୍ୱୟଂଚାଳିତ ଡଷ୍ଟବିନ୍ ଲଗାଯାଇଛି । ଏହା ଡଷ୍ଟବିନ୍ ପୁରୁଣା ଚିଠି ବାକ୍ସ ପରି ଦେଖାଯାଉଛି । ସ୍ୱୟଂଚାଳିତ ଡଷ୍ଟବିନରେ ମଇଳା ପକାଇବାକୁ ଗଲେ ଆପେ ଆପେ ଢ଼ାଙ୍କୁଣୀ ଖୋଲିଯାଉଛି ଏବଂ ବନ୍ଦ ହେଉଛି । ବାକି ଡଷ୍ଟବିନ୍ ପରି ଏଠାରେ ମଇଳା ପକାଇଲେ ଦୁର୍ଗନ୍ଧ ହେବ ନାହିଁ । ସ୍ୱୟଂଚାଳିତ ଡଷ୍ଟବିନର ଆଉ ଏକ ସ୍ୱତନ୍ତ୍ରତା ହେଲା ଏଥିରେ ମଇଳା ଫୋପାଡିଲେ ବାହାରେ ପଡେନାହିଁ । ଅନ୍ୟପଟେ ଶୁଖିଲା ଓ ଓଦା ମଇଳା ଫୋପୋଡ଼ିବା ପାଇଁ ମଧ୍ୟ ଏଥିରେ ଭିନ୍ନ ବ୍ୟବସ୍ଥା ରହିଛି ।
ସ୍ୱୟଂଚାଳିତ ଡଷ୍ଟବିନ ବ୍ୟବହାର କରିବା ଅତି ସହଜ । ଏଥିରେ ମଇଳା ପକାଇବା ପାଇଁ ଖୋଲିବା କିମ୍ବା ବନ୍ଦ କରିବାକୁ ପଡ଼ିବନି । ସାଧାରଣ ଡଷ୍ଟବିନ ତୁଳାନରେ ଏଥିରେ ଅଧିକ ଅଳିଆ ଆବର୍ଜନା ପଡ଼ିପାରିବ । ସାଧାରଣ ଡଷ୍ଟବିନକୁ ଦିନକୁ ଅତି କମରେ ୩ରୁ ୪ଥର ସଫା କରିବାକୁ ପଡ଼େ କିନ୍ତୁ କିନ୍ତୁ ସ୍ୱୟଂଚାଳିତ ଡଷ୍ଟବିନରେ ଏପରି କୌଣସି ଅସୁବିଧା ନାହିଁ । ପାଖାପାଖି ୧୨୦୦ କିଲୋ ମଇଳା ଏହି ସ୍ୱୟଂଚାଳିତ ଡଷ୍ଟବିନରେ ପଡ଼ିପାରିବ ବୋଲି କହିଛନ୍ତି ରେଲବାଇର ଜଣେ ଅଧିକାରୀ । ଡଷ୍ଟବିନ ୭୫ ପ୍ରତିଶତ ପର୍ଯ୍ୟନ୍ତ ଭରିଗଲେ ଷ୍ଟେସନ ମାଷ୍ଟର କିମ୍ବା ଯେଉଁ କର୍ମଚାରୀ ମୋବାଇଲ ଡଷ୍ଟବିନ ସହିତ ସଂଯୁକ୍ତ ତାଙ୍କ ପାଖକୁ ମେସେ ଯିବ । ଫଳରେ ଉଭୟ ସମୟ ଏବଂ ପରିଶ୍ରମ ନଷ୍ଟ ହେବନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dustbin_1623069717.jpg)