Advertisment

ଖ୍ରୀଷ୍ଟଚର୍ଚ୍ଚ ମସଜିଦ୍ ଗୁଳିକାଣ୍ଡରେ ୫ ଭାରତୀୟଙ୍କ ମୃତ୍ୟୁ

ୱେଲିଙ୍ଗଟନ୍‌: ଶୁକ୍ରବାର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ନ୍ୟୁଜିଲାଣ୍ଡ୍‌ ଖ୍ରୀଷ୍ଟଚର୍ଚ୍ଚ ମସଜିଦ୍ ଗୁଳିକାଣ୍ଡରେ ପ୍ରାଣ ହରାଇଛନ୍ତି ୫ ଜଣ ଭାରତୀୟ। ନ୍ୟୁଜିଲାଣ୍ଡ୍‌ରେ ଅବସ୍ଥାପିତ ଭାରତୀୟ ହାଇକମିଶନର୍ ଏନେଇ ସ୍ପଷ୍ଟ କରିଛନ୍ତି।  ମୃତକ ହେଉଛନ୍ତି ମେହବୁବ୍ ଖୋକେର୍, ରମିଜ୍ ଭୋରା, ଆସିଫ୍ ଭୋରା, ଓଜାଏର୍ କାଦିର୍ ଓ ଅନସୀ ଅଲିବାବା ବୋଲି ହାଇକମିଶନର ସୂଚନା ଦେଇଛନ୍ତି। ସେମାନଙ୍କ ଘର ଗୁଜରାଟ, ତେଲେଙ୍ଗାନା ଏବଂ କେରଳର ହୋଇଥିବା ଜଣାପଡ଼ିଛି। ସେପଟେ  କିଛି ଜାତୀୟ ଗଣମାଧ୍ୟମରେ ୭ ଜଣ ମୃତ୍ୟୁ ହୋଇଥିବା […]

ଖ୍ରୀଷ୍ଟଚର୍ଚ୍ଚ ମସଜିଦ୍ ଗୁଳିକାଣ୍ଡରେ ୫ ଭାରତୀୟଙ୍କ ମୃତ୍ୟୁ

mnnnn

Advertisment

ୱେଲିଙ୍ଗଟନ୍‌: ଶୁକ୍ରବାର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ନ୍ୟୁଜିଲାଣ୍ଡ୍‌ ଖ୍ରୀଷ୍ଟଚର୍ଚ୍ଚ ମସଜିଦ୍ ଗୁଳିକାଣ୍ଡରେ ପ୍ରାଣ ହରାଇଛନ୍ତି ୫ ଜଣ ଭାରତୀୟ। ନ୍ୟୁଜିଲାଣ୍ଡ୍‌ରେ ଅବସ୍ଥାପିତ ଭାରତୀୟ ହାଇକମିଶନର୍ ଏନେଇ ସ୍ପଷ୍ଟ କରିଛନ୍ତି।  ମୃତକ ହେଉଛନ୍ତି ମେହବୁବ୍ ଖୋକେର୍, ରମିଜ୍ ଭୋରା, ଆସିଫ୍ ଭୋରା, ଓଜାଏର୍ କାଦିର୍ ଓ ଅନସୀ ଅଲିବାବା ବୋଲି ହାଇକମିଶନର ସୂଚନା ଦେଇଛନ୍ତି। ସେମାନଙ୍କ ଘର ଗୁଜରାଟ, ତେଲେଙ୍ଗାନା ଏବଂ କେରଳର ହୋଇଥିବା ଜଣାପଡ଼ିଛି।

Advertisment

ସେପଟେ  କିଛି ଜାତୀୟ ଗଣମାଧ୍ୟମରେ ୭ ଜଣ ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ କରାଯାଇଛି।

publive-imageଏହି ଘଟଣାରେ କିଛି ଭାରତୀୟ  ମଧ୍ୟ ଆହତ ହୋଇଛନ୍ତି। ଏହାସହ ଘଟଣାରେ ମୃତକଙ୍କ ସଂଖ୍ୟା ୫୦କୁ ପହଞ୍ଚିଛି। ଶୁକ୍ରବାର ଖ୍ରୀଷ୍ଟଚର୍ଚ୍ଚ ସହର ହେଗରେ ପାର୍କର ଉଭୟ ପଟେ ଥିବା ଅଲ୍ ନୁର ଓ ଲିନ୍ଉଡ୍ ଆଭେନ୍ୟୁ ମସଜିଦ୍‌ରେ ପଶି ଆତତାୟୀ ଆଖିବୁଜା ଗୁଳି ମାଡ଼ କରିଥିଲା।

Advertisment

ଘଟଣା ପରେ ୭ ଜଣ ଭାରତୀୟ ନିଖୋଜ ଥିବା ଜଣାପଡ଼ିଥିଲା। ଏହାପରେ ମୃତଦେହକୁ ଯାଞ୍ଚ କରିବା ପରେ ଏହା ଭାରତୀୟଙ୍କ ବୋଲି ସ୍ପଷ୍ଟ କରିଛି ନ୍ୟୁଜିଲାଣ୍ଡ ପୁଲିସ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ