Advertisment

ବିକ୍ରି ନହେବାରୁ ମାଗଣାରେ ତରଭୁଜ ବାଣ୍ଟି ଦେଉଥିଲେ ଚାଷୀ,ବଜାର ଦରରେ ସବୁ ମାଲ କିଣିନେଲା ସେନା

କିଷାନଙ୍କ ଦୁଃଖ ବୁଝିଲେ ଯବାନ ତରଭୁଜ ବିକ୍ରି ନହେବାରୁ ମାଗଣାରେ ବାଣ୍ଟି ଦେଉଥିଲେ ଚାଷୀପୁଅ ବଡ଼ ହୃଦୟ ଦେଖାଇ ବଜାର ଦରରେ କିଣିଲା ସେନା ରାମଗଡ଼ : ଚାଷୀ ପୁଅର ଦୁଃଖ ବୁଝିଲା ସେନା । ବିକ୍ରି ନହେବାରୁ ମାଗଣାରେ ତରଭୁଜ…

ଅଦ୍ୟତନ ହୋଇଛି
ବିକ୍ରି ନହେବାରୁ ମାଗଣାରେ ତରଭୁଜ ବାଣ୍ଟି ଦେଉଥିଲେ ଚାଷୀ,ବଜାର ଦରରେ ସବୁ ମାଲ କିଣିନେଲା ସେନା

watermelon

Advertisment
  • କିଷାନଙ୍କ ଦୁଃଖ ବୁଝିଲେ ଯବାନ
  • ତରଭୁଜ ବିକ୍ରି ନହେବାରୁ ମାଗଣାରେ ବାଣ୍ଟି ଦେଉଥିଲେ ଚାଷୀପୁଅ
  • ବଡ଼ ହୃଦୟ ଦେଖାଇ ବଜାର ଦରରେ କିଣିଲା ସେନା
Advertisment

ରାମଗଡ଼ : ଚାଷୀ ପୁଅର ଦୁଃଖ ବୁଝିଲା ସେନା । ବିକ୍ରି ନହେବାରୁ ମାଗଣାରେ ତରଭୁଜ ବିକ୍ରି କରିଦେଉଥିଲେ କୃଷକ, ଉଚିତ ଦାମ ଦେଇ ସମସ୍ତ ତରଭୁଜ କିଣିନେଲେ ସେନାର ଅଧିକାରୀ । କୃଷକଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ଲକଡାଉନ୍ । କରୋନାର ଦ୍ୱିତୀୟ ଲହରୀରେ ଚାଷୀଙ୍କ ଅବସ୍ଥା କହିଲେ ନସରେ । କେଉଁଠି ଅଭାବି ବିକ୍ରିର ଶିକାର ହେଉଛନ୍ତି, ଆଉ କେଉଁଠି ମାଗଣାରେ ପରିବା ବାଣ୍ଟିଦେଉଛନ୍ତି ପୁଣି ଆଉ କେଉଁଠି ବର୍ଷ ଜାକର ପରିଶ୍ରମ ଉଜୁଛି ଯିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।

ରାଞ୍ଚି ବିଶ୍ୱବିଦ୍ୟାଳୟରେ ସ୍ନାତକ କରିଥିବା ୨୫ ବର୍ଷିୟ ରଞ୍ଜନ କୁମାର ୧୫ ଲକ୍ଷ ଖର୍ଚ୍ଚ କରି ୫ ଏକର ଜାଗାରେ ତରଭୁଜ ଚାଷ କରିଥିଲେ । ଲକଡାଉନର ପ୍ରଥମ ଲହରୀ ଯିବାପରେ ଅଣ୍ଟା ସଳଖି ଝିଡ଼ା ହୋଇ ତୁଣ୍ଡ ଝାଳ ମୁଣ୍ଡରେ ମାରି ବଡ଼ ବଡ଼ ତରଭୂଜ ଫଳାଇଥିଲେ । ତରଭୁଳ ବଡ଼ ବଡ଼ ହୋଇ ଅମଳକ୍ଷମ ହେବାକୁ ବସିଥିଲା । ହେଲେ ଦ୍ୱିତୀୟ ଲହରୀ ଯୋଗୁଁ ରାଜ୍ୟରେ ପୁଣି ତୁରନ୍ତ ଲକଡାଉନ୍ ଲାଗୁ ହୋଇଗଲା । କଠିନ ପରିଶ୍ରମ କରି ଫଳାଇଥିବା ତରଭୁଜ ବିକ୍ରି କରିପାରିଲେ ନାହିଁ ରଞ୍ଜନ । ତେବେ ବିକ୍ରି ନହେବାରୁ ଭାରତୀୟ ସେନାକୁ ୫ କ୍ୱିଣ୍ଟାଲ ତରଭୁଜ ମାଗଣା ଦେଇଦେବାକୁ ମନସ୍ଥ କରିଥିଲେ ରଞ୍ଜନ ।

Advertisment

ଏକଥା ଜାଣିବା ପରେ ରାମଗଡ଼ ସ୍ଥିତ ଶିଖ ରେଜିମେଣ୍ଟଲ୍ ସେଣ୍ଟରର କମାଣ୍ଡର ବ୍ରିଗେଡିୟର ଏମ ଶ୍ରୀକୁମାରଙ୍କ ସମେତ ଏସଆରସିର କିଛି ଅଧିକାରୀ ରଞ୍ଜନ କୁମାରଙ୍କ ଦୁଃଖ ବୁଝି ପାରିଥିଲେ । ସମସ୍ତ ସେନା ଅଧିକାରୀ ରଞ୍ଜନଙ୍କ ତରଭୂତ କ୍ଷେତରେ ପହଞ୍ଚି ବଜାର ଦରରେ ତରଭୁଜ କିଣିଥିଲେ । ତେବେ ଏନେଇ ବ୍ରିଗେଡିୟର ଏମ ଶ୍ରୀକୁମାର କହିଛନ୍ତି, ଲକଡାଉନ ପାଇଁ ରଞ୍ଜନ ଅଭାବି ବିକ୍ରିର ଶିକାର ହୋଇଛନ୍ତି । ହେଲେ ହତାଶ ନହୋଇ ସେନା ଉଦ୍ଦେଶ୍ୟରେ ସମସ୍ତ ତରଭୂଜ ମାମଣା ଦେଇଦେବା ପାଇଁ ପ୍ରସ୍ତାବ ରଖିଥିଲେ । ଏ ସମ୍ପର୍କରେ ଆମକୁ ଖବର ମିଳିବା ପରେ ଆମେ ତାଙ୍କ ଠାରୁ ସମସ୍ତ ତରଭୁଜ କଣି ଉଚିତ ଦାମ ମଧ୍ୟ ଦେଇଛୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ