sushil kumar
ନୂଆଦିଲ୍ଲୀ: ପହିଲମାନ ସାଗର ଧନଖର ହତ୍ୟା ମାମଲାରେ ଗିରଫ ରେସଲର ସୁଶୀଲ କୁମାରଙ୍କ ଗୋଟିଏ ପରେ ଗୋଟିଏ କଳା କାରନାମା ସାମ୍ନାକୁ ଆସୁଛି। କିଭଳି ଭାବରେ ସେ ଲୋକଙ୍କୁ ମାର୍ପିଟ୍ କରି ଆତଙ୍କ ସୃଷ୍ଟି କରୁଥିଲେ ତାହା ଏବେ ସାମ୍ନାକୁ ଆସିବାରେ ଲାଗିଛି। ସୁଶୀଲ, ସାଗରଙ୍କୁ ମାର୍ପିଟ୍ କରୁଥିବା ଦୃଶ୍ୟ କିଛିଦିନ ତଳେ ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଜଣେ ବ୍ୟକ୍ତି ସୁଶୀଲଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ମଡେଲ୍ ଟାଉନ ସ୍ଥିତ ଏକ ଦୋକାନୀ ସୁଶୀଲଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ସୁଶୀଲ ତାଙ୍କୁ ମାର୍ପିଟ୍ କରିଥିଲେ। ଏନେଇ ପୋଲିସ୍ରେ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିଲା।
ମଡେଲ୍ ଟାଉନରେ ରାସନ୍ ଦୋକାନ ଓ ଅଟା କଳ ଥିବା ସତୀଶ ଗୋୟଲଙ୍କ କହିବା ଅନୁସାରେ, ଗତ ୧୮-୧୯ ବର୍ଷ ହେବ ତାଙ୍କ ଦୋକାନରୁ ଛତ୍ରସାଲ୍ ଷ୍ଟାଡିୟମରେ ପହିଲମାନଙ୍କ ପାଇଁ ରାସନ ଯାଉଥିଲା। ପାଖାପାଖି ୩୦୦ ଜଣ ପହିଲମାନଙ୍କ ପାଇଁ ଏହି ରାସନ୍ ଯାଉଥିଲା। ୨୦୨୦ ମସିହା ମହାମାରୀ କରୋନା କାଳରେ ମଧ୍ୟ ପାଖାପାଖି ୪ ଲକ୍ଷ ଟଙ୍କାର ରାସନ୍ ଛତ୍ରସାଲ୍ ଷ୍ଟାଡିୟମରେ ଦିଆଯାଇଥିଲା। ହେଲେ ଏହି ଟଙ୍କା ତାଙ୍କୁ ମିଳି ନଥିଲା। ନୂଆ କୋଚ୍ ଆସିବା ପରେ ପୁରୁଣା କୋଚ୍ଙ୍କ ଟ୍ରାନ୍ସଫର୍ ହୋଇଯାଇଥିଲା। ପହିଲମାନ ଆସିଲେ ସେମାନଙ୍କ ପାଖରୁ ଟଙ୍କା ଅଣାଯାଇ ଦିଆଯିବ ବୋଲି ନୂଆ କୋଚ୍ କହିଥିଲେ। ଲକ୍ଡାଉନ୍ ବେଳେ ମଧ୍ୟ ସେଠାରେ ୬୦-୭୦ ଜଣ ରହୁଥିଲେ। ଦିନେ ନୂଆ କୋଚ୍ ଫୋନ୍ କରି କହିଥିଲେ, ପୂର୍ବର ସବୁ ସ୍ଲିପ୍ ମୋତେ ଦେଇ ଦିଅ ଓ ତେଣୁ ସମସ୍ତ ସ୍ଲିପ୍ ସତୀଶ ତାଙ୍କୁ ଦେଇ ଦେଇଥିଲେ।
ସତୀଶ ଆହୁରି କହିଛନ୍ତି, ୨୦୨୦ ଜୁନ୍ କିମ୍ବା ଜୁଲାଇରେ ମୋ ପାଖକୁ ଷ୍ଟାଡିୟମରୁ ଫୋନ୍ କଲ୍ ଆସିଥିଲା। ଆପଣଙ୍କୁ ପହିଲମାନ ସୁଶୀଲଙ୍କ ସହ ଭେଟ କରାଇଦେବୁ ଓ ଟଙ୍କା ଆପଣଙ୍କୁ ମିଳିଯିବ ବୋଲି କୁହାଯାଇଥିଲା। ସତୀଶ ଅଭିଯୋଗ କରିଛନ୍ତି, ଯେତେବେଳେ ସେ ଷ୍ଟାଡିୟମରେ ପହଞ୍ଚିଲେ, ସେଠାରେ ସୁଶୀଲଙ୍କ ସମେତ ୪୦-୫୦ ଜଣ ପହିଲମାନ ଉପସ୍ଥିତ ଥିଲେ। ସତୀଶ ଯେତେବେଳେ ଟଙ୍କା କଥା ଉଠାଇଲେ ସୁଶୀଲ ରାଗି ଯାଇ ତାଙ୍କ ଉପରେ ଚିତ୍କାର କରିଥିଲେ। ଯିଏ ରାସନ୍ ନେଇଛନ୍ତି, ସେ ଟଙ୍କା ଦେବେ ସୁଶୀଲ କହିଥିଲେ। ଏହିକଥା ଶୁଣି ସତୀଶ କହିଥିଲେ, ଯିଏ ରାସନ୍ ନେଇଥିଲେ ତାଙ୍କର ଟ୍ରାନ୍ସଫର୍ ହୋଇଗଲା। ଆପଣ ହେଡ୍, ଆପଣ ଟଙ୍କା ଦିଅନ୍ତୁ। ଏହି କଥା ଶୁଣି ସୁଶୀଲ, ସତୀଶଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ। ପ୍ରଥମେ ସୁଶୀଲ ଓ ପରେ ୪୦-୫୦ ଜଣ ପହିଲମାନ ତାଙ୍କୁ ମାର୍ପିଟ୍ କରିଥିଲେ ବୋଲି ସତୀଶ ଅଭିଯୋଗ କରିଛନ୍ତି। ସେଠାରୁ ଜୀବନ ବଞ୍ଚାଇ ସତୀଶ ପଳାଇ ଆସିଥିଲେ।
ଘଟଣାକୁ ନେ ଗତ ସେପ୍ଟେମ୍ବରରେ ସତୀଶ ମଡେଲ୍ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ହୋଇନଥିଲା। ସେ ଆଣିଥିବା ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sushil-kumar-2_1622437075.jpg)