allhabad
ଆହ୍ଲାବାଦ : ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହ ରହୁଥିବା ମହିଳାଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ଝଟକା । ଲିଭ୍ ଇନ୍ ରିଲେସନରେ ରହୁଥିବା ମହିଳାଙ୍କୁ ନେଇ ଆହ୍ଲାବାଦ କୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଲିଭ୍ ଇନ୍ରେ ରହିଲେ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ମନା କରିଛନ୍ତି କୋର୍ଟ । ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଆବେଦନକାରୀଙ୍କ ଉପରେ ପାଞ୍ଚ ହଜାର ଟଙ୍କା ଜୋରିମାନା ଲଗାଇଇଛି । ଏହା ସହ ଆବେଦନକାରୀଙ୍କୁ ରାଜ୍ୟ ଆଇନ ସେବା ପ୍ରାଧିକରଣରେ ଜୋରିମାନା ରାଶି ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଜଷ୍ଟିସ କେଜେ ଠାକୁର ଏବଂ ଜଷ୍ଟିସ ଦୀନେଶ ପାଠକଙ୍କ ଏକ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ମହିଳାଙ୍କ ସ୍ୱାମୀଙ୍କ ପରିବାର ପକ୍ଷରୁ ବିପଦ ଆଶଙ୍କା କରି ମହିଳା ଏବଂ ତାଙ୍କ ପ୍ରେମିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ୱାମୀ ତାଙ୍କ ଜୀବନରେ ହସ୍ତକ୍ଷେପ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ଉଚିତ୍ ବୋଲି ମହିଳା ଜଣକ ଅଦାଲତରେ କହିଥିଲେ ।
କୋର୍ଟ କହିଛନ୍ତି ମହିଳା ଜଣକ ପୂର୍ବରୁ ବିବାହିତ । ସେ ଏବେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଲିଭ୍ -ଇନ୍ ସମ୍ପର୍କରେ ରହୁଛନ୍ତି, ଯାହା ହିନ୍ଦୁ ବିବାହ ଆଇନର ବିରୁଦ୍ଧ ଅଟେ । ଧାରା ୨୧ ସମସ୍ତ ନାଗରିକଙ୍କୁ ଜୀବନର ସ୍ୱାଧୀନତାକୁ ସୁନିଶ୍ଚିତ କରେ, କିନ୍ତୁ ଏହି ସ୍ୱାଧୀନତା ଆଇନ ଅଧୀନରେ ରହିବା ଉଚିତ । ଯଦ୍ୱାରା ତାଙ୍କୁ କୋର୍ଟ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯାଇପାରିବ । ହେଲେ ଏହି କ୍ଷେତ୍ରରେ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରାଯାଇ ପାରିବ ନାହିଁ ।
ଆଲିଗଡ଼ର ଗୀତା, ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ଆଡ଼ୁ ବିପଦ ଆଶଙ୍କା କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ନିଜ ଇଚ୍ଛାରେ ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ବ୍ୟକ୍ତି ସହ ଲିଭ୍ ଇନରେ ରହୁଛନ୍ତି । ତାଙ୍କ ସ୍ୱାମୀ ଓ ପରିବାର ଲୋକ ତାଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଥିଲେ ଗୀତା । ଗୀତାଙ୍କ ଆବେଦନ ଉପରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ।
ଏହାପୂର୍ବରୁ ପଞ୍ଜାବ-ହରିୟାଣା ହାଇକୋର୍ଟ ଲିଭ- ଇନ୍ ରିଲେସନସିପରେ ରହୁଥିବା ହଳେ ଦମ୍ପତିଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ମନା କରିଦେଇଥିଲେ । ଉଭୟଙ୍କୁ ସୁରକ୍ଷା ପ୍ରଦାନ କରାଗଲେ ସମାଜ ଉପରେ ଖରାପ ପ୍ରଭାବ ବୋଲି କହିଥିଲେ ହାଇକୋର୍ଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/allhabad_1623988174.jpg)