Advertisment

ଭିତ୍ତିଭୂମି ଥାଇ ବି ଟିକା ଷ୍ଟକ୍ ନାହିଁ : ଟୋପେ

ମୁମ୍ବାଇ: ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ଟିକାକରଣ ପାଇଁ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ରହିଛି। ସେ କହିଛନ୍ତି ଯେ ଭିତ୍ତିଭୂମିର ଉପସ୍ଥିତି ଥାଇ ମଧ୍ୟ ଟିକାକରଣରେ ସମସ୍ୟା ରହିଛି କାରଣ ପର୍ଯ୍ୟାପ୍ତ ପରିମାଣର ଟିକା ଷ୍ଟକ୍ ନାହିଁ। ଏନେଇ ଟିକା କମ୍ପାନୀଗୁଡିକ ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆଲୋଚନା ଚାଲିଛି। ଟୋପେ କହିଛନ୍ତି ଯେ ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ଅଲଗା ଟିକାକରଣ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇପାରିବ। ଏହା […]

ଭିତ୍ତିଭୂମି ଥାଇ ବି ଟିକା ଷ୍ଟକ୍ ନାହିଁ : ଟୋପେ

Untitled-1

Advertisment

ମୁମ୍ବାଇ: ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ଟିକାକରଣ ପାଇଁ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ରହିଛି। ସେ କହିଛନ୍ତି ଯେ ଭିତ୍ତିଭୂମିର ଉପସ୍ଥିତି ଥାଇ ମଧ୍ୟ ଟିକାକରଣରେ ସମସ୍ୟା ରହିଛି କାରଣ ପର୍ଯ୍ୟାପ୍ତ ପରିମାଣର ଟିକା ଷ୍ଟକ୍ ନାହିଁ। ଏନେଇ ଟିକା କମ୍ପାନୀଗୁଡିକ ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆଲୋଚନା ଚାଲିଛି। ଟୋପେ କହିଛନ୍ତି ଯେ ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ଅଲଗା ଟିକାକରଣ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇପାରିବ।

Advertisment

ଏହା ବ୍ୟତୀତ ସେ ସୂଚନା ଦେଇଛନ୍ତି ଯେ କରୋନା ନିଷେଧାଦେଶକୁ ୧୫ ଦିନ ବୃଦ୍ଧି କରିବାକୁ ରାଜ୍ୟ କ୍ୟାବିନେଟର ସମସ୍ତ ନେତା ଏକମତ ହୋଇଛନ୍ତି। ରାଜେଶ ଟୋପେ ପୁଣି କହିଛନ୍ତି ଯେ ଟିକାକରଣ ପାଇଁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ବର୍ତ୍ତମାନ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ। ସେ କହିଛନ୍ତି,୧୮ ରୁ ୪୪ ବର୍ଷର ଟିକାକରଣ ମେ ୧ ରୁ ଆରମ୍ଭ ହେବ ନାହିଁ। କୋଭିନ ଆପ୍ ବ୍ୟବହାର କରିବାକୁ ସେ ଯୁବକମାନଙ୍କୁ ଅନୁରୋଧ କରିଛନ୍ତି। ସେମାନଙ୍କ ଟିକାକରଣ କେବଳ ପଞ୍ଜୀକରଣ ମାଧ୍ୟମରେ କରାଯିବା କଥା ଟୋପେ କହିଥିବା ବେଳେ ସିଧାସଳଖ କେନ୍ଦ୍ରରେ କୌଣସି ଟିକାକରଣ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ରାଜ୍ୟରେ ଆଉ 15 ଦିନ ପାଇଁ ତାଲାବନ୍ଦ ହୋଇପାରେ। ମେ ୧ ରୁ ମେ ୧୫ ପର୍ଯ୍ୟନ୍ତ ତାଲାବନ୍ଦ ଭଳି ପ୍ରତିବନ୍ଧକ ଲାଗୁ କରାଯାଇପାରେ। ପ୍ରକାଶ ଥାଉକି ମିନି ଲକଡାଉନ୍ ପ୍ରୟୋଗ କରିବା ପରେ ମଧ୍ୟ ରାଜ୍ୟରେ ସଂକ୍ରମଣରେ ପରିବର୍ତ୍ତନ ହୋଇ ନାହିଁ। ଏଭଳି ପରିସ୍ଥିତିରେ ସରକାର ବର୍ତ୍ତମାନ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଦେଖାଯାଇଛି।

Advertisment

ଏବେ କରୋନା ଜୀବାଣୁଙ୍କର ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ପ୍ରତିଦିନ ୩ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି। କରୋନାର ସଂକ୍ରମଣ ବୃଦ୍ଧି ପାଉଥିବା ଆକଳନ ମଧ୍ୟରେ ଟିକାକରଣ ଏବଂ କରୋନା ଟେଷ୍ଟ୍ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ସମୟରେ, ଅନେକ ବିଶେଷଜ୍ଞ କହିଛନ୍ତି ଯେ ଖୁବ ଶୀଘ୍ର କରୋନା ଶିଖର ଦେଶରେ ପହଞ୍ଚିବାକୁ ଯାଉଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମେ’ ପ୍ରଥମ ସପ୍ତାହରେ କରୋନାର ଶିଖର ଦେଶରେ ପହଞ୍ଚିବା ସହ ମାମଲା କମିବା ଆରମ୍ଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ