Advertisment

ଟିକା କରଣ ପରେ ହିଁ କମିବ କରୋନା !

ଚଳିତ ବର୍ଷ ଆରମ୍ଭରେ ବ୍ରିଟେନ୍ ସମେତ ଅନ୍ୟ ୟୁରୋପୀୟ ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ମାତ୍ର ଟିକାକରଣ ପରେ ପ୍ରାୟତଃ ସବୁ ଦେଶରେ ସଂକ୍ରମଣ ହାର କମିବାରେ ଲାଗିଛି। UK, ଜର୍ମାନୀ, ଇଟାଲୀ, ଫ୍ରାନ୍ସ ସମେତ ବହୁ ଦେଶରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି।

ଟିକା କରଣ ପରେ ହିଁ କମିବ କରୋନା !

vaccination

Advertisment

ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରେ ବ୍ରିଟେନ୍ ସମେତ ଅନ୍ୟ ୟୁରୋପୀୟ ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ମାତ୍ର ଟିକାକରଣ ପରେ ପ୍ରାୟତଃ ସବୁ ଦେଶରେ ସଂକ୍ରମଣ ହାର କମିବାରେ ଲାଗିଛି। UK, ଜର୍ମାନୀ, ଇଟାଲୀ, ଫ୍ରାନ୍ସ ସମେତ ବହୁ ଦେଶରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି।

Advertisment

କରୋନାର ଦ୍ୱିତୀୟ ଲହରରେ ସାଂଘାତିକ ଭାବେ ପ୍ରଭାବିତ ହୋଇଥିଲା ବ୍ରିଟେନ୍। ଗଲା ଜାନୁଆରୀ ୮ ତାରିଖରେ ଦେଶରେ ୬୮ ହଜାର ୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଏହି ସପ୍ତାହର ହାରାହାରି ସଂଖ୍ୟା ଥିଲା ୫୯ ହଜାର ୩୪୪ ଅର୍ଥାତ୍ ସଂକ୍ରମଣ କେଉଁ ସ୍ତରରେ ଥିଲା ତାହା ସହଜରେ ବୁଝାପଡୁଛି। ମାତ୍ର ଦ୍ରୁତ ଟିକାକରଣର ପ୍ରଭାବ ବ୍ରିଟେନରେ ବି ଦେଖିବାକୁ ମିଳୁଛି ସଂକ୍ରମଣ କ୍ରମାଗତ ହ୍ରାସ ପାଇବା ସହ ଗତକାଲି ଦେଶରେ ମାତ୍ର ୨ହଜାର ୨୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସ୍ଥିତି ସ୍ୱାଭାବିକ ଆଡକୁ ଆସୁଥିବା କୁହାଯାଇପାରିବ।

ସେହିପରି ଅନ୍ୟତମ ଅତି ପ୍ରଭାବିତ ଦେଶ ଫ୍ରାନ୍ସର ସ୍ଥିତିରେ ବି ସୁଧାର ପରିଲକ୍ଷିତ ହୋଇଛି। ତେବେ ଏଠି ଆମେରିକା ଓ ବ୍ରିଟେନ ଭଳି ସଫଳତା ମିଳିନାହିଁ। ଗତ ଏପ୍ରିଲ ୧୪ ତାରିଖରେ ଫ୍ରାନ୍ସରେ ଦ୍ୱିତୀୟ ଲହରର ସର୍ବାଧିକ ୪୩ ହଜାର ୫୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଏହି ସପ୍ତାହର ହାରାହାରି ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୪୨ହଜାର ୨୨୮। ମାତ୍ର ଏବେ ଏହି ସଂଖ୍ୟା ୨୦ ହଜାର ତଳକୁ ଖସି ଆସିଛି। ଗତ ୧୧ ତାରିଖରେ ଫ୍ରାନ୍ସରେ ୧୯ ହଜାର ୭୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସପ୍ତାହିକ ହାରାହାରି ସଂଖ୍ୟା ରହିଛି ୧୭ ହଜାର ୧୧୩। ଅର୍ଥାତ୍ ଦ୍ୱିତୀୟ ଲହରରୁ ମୁକ୍ତି ପାଇବାକୁ ହେଲେ ଫ୍ରାନ୍ସକୁ ଆହୁରି ଅନେକ କସରତ କରିବାକୁ ପଡିବ।

Advertisment

ଅନ୍ୟପକ୍ଷରେ କରେନା ଲଢେଇରେ ସ୍ପେନକୁ ଆଖି ଦୃଶିଆ ସଫଳତା ମିଳିଛି। ଗତ ଫେବ୍ରୁଆରୀ ୧୦ରେ ଦେଶରେ ୧ ଲକ୍ଷ ୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମାତ୍ର ଚଳିତ ସପ୍ତାହର ହାରାହାରି ୧୦ ହଜାର ତଳକୁ ଖସି ଆସିଛି। ସେହିପରି ଜର୍ମାନୀରେ ବି ସ୍ଥିତି ନିୟନ୍ତ୍ରଣକୁ ଆସୁଛି। ଚଳିତ ସପ୍ତାହରେ ଜର୍ମାନୀର ଆକ୍ରାନ୍ତଙ୍କ ହାରାହାରି ସଂଖ୍ୟା ୧୧ ହଜାର ୧୩୯ ରହିଛି। ତେବେ ଏପ୍ରିଲ ମାସରେ ଏହା ୧୮ ହଜାର ଉପରେ ରହିଥିଲା। ଅନ୍ୟପକ୍ଷରେ ଅନ୍ୟତମ ପ୍ରଭାବିତ ଦେଶ ଇଟାଲୀରେ ବି ସ୍ଥିତି ସୁଧୁରିବାରେ ଲାଗିଛି।

ମାର୍ଚ୍ଚ ମାସରେ ଏଠାରେ ଦୈନିକ ସଂକ୍ରମଣ ହାର ୨୩ ହଜାର ଥିବା ବେଳେ ଏବଂ ୧୦ ହଜାରେ ତଳେ ରହୁଛି। ତେବେ ସଂକ୍ରମଣର ଗ୍ରାଫ୍ ତଳମୁହାଁ ହୋଇଥିଲେ ମଧ୍ୟ ଏସବୁ ଦେଶଙ୍କ ପ୍ରତି ବିପଦ ଟଳିନାହିଁ। କାରଣ ମହାମାରୀ ନୂଆ ନୂଆ ରୂପ ଧରି ଆବିର୍ଭାବ ହେଉଥିବାରୁ କେତେବଳେ ସ୍ଥିତି କଣ ହେବ ତାହା କହିବା ମୁସ୍କିଲ। ତେଣୁ ଟିକାକରଣ ସାଙ୍ଗକୁ ସାମାଜିକ ଦୂରତା ଓ ଅନ୍ୟ କୋଭିଡ୍ ନିୟମର ବି, ଏସବୁ ଦେଶରେ ପାଳନ କରାଯାଉଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ