Advertisment

କୋଟିପତି ସରକାରୀ କିରାଣୀ: ଘରୁ ମିଳିଲା ୨ କୋଟିରୁ ଅଧିକ ଟଙ୍କା, ୮ କିଲୋର ସୁନା

ଭୋପାଳ: ସରକାରୀ କିରାଣୀଙ୍କ ଘରୁ ପାଖାପାଖି ୩ କୋଟି ଟଙ୍କା, ସୁନା ଗହଣା ଜବତ କରାଯାଇଛି। ମଧ୍ୟପ୍ରଦେଶର ଭୋପାଳରେ ଜଣେ ସରକାରୀ କିରାଣୀଙ୍କ ଘରେ ସିବିଆଇ ଟିମ୍‌ ଶନିବାର ଚଢ଼ଉ କରି ଏହି ଟଙ୍କା ଓ ସୁନା ଗହଣା ଜବତ କରିଛି।…

ଅଦ୍ୟତନ ହୋଇଛି
କୋଟିପତି ସରକାରୀ କିରାଣୀ: ଘରୁ ମିଳିଲା ୨ କୋଟିରୁ ଅଧିକ ଟଙ୍କା, ୮ କିଲୋର ସୁନା

money

Advertisment

ଭୋପାଳ: ସରକାରୀ କିରାଣୀଙ୍କ ଘରୁ ପାଖାପାଖି ୩ କୋଟି ଟଙ୍କା, ସୁନା ଗହଣା ଜବତ କରାଯାଇଛି। ମଧ୍ୟପ୍ରଦେଶର ଭୋପାଳରେ ଜଣେ ସରକାରୀ କିରାଣୀଙ୍କ ଘରେ ସିବିଆଇ ଟିମ୍‌ ଶନିବାର ଚଢ଼ଉ କରି ଏହି ଟଙ୍କା ଓ ସୁନା ଗହଣା ଜବତ କରିଛି। ଏହାସହ ଏକ ଟଙ୍କା ଗଣାଯାଉଥିବା ମେସିନ୍‌ ମଧ୍ୟ ଜବତ ହୋଇଛି।

Advertisment

ଏକ ଲାଞ୍ଚ ମାମଲାରେ ପୂର୍ବରୁ Food Corporation of India (FCI) ର ୪ ଜଣ ଅଧିକାରୀ ଗିରଫ ହୋଇଥିଲେ। ଏହାପରେ ସିବିଆଇ ଟିମ୍‌ ଚଢ଼ଉ କରିଥିଲା। ଏଫ୍‌ସିଆଇ କ୍ଲର୍କ କିଶୋର ମୀନାଙ୍କ ଘରୁ ୨.୧୭ କୋଟି ଟଙ୍କା ଓ ୮ କିଲୋର ସୁନା ଗହଣା ଜବତ କରାଯାଇଥିଲା। ଏକ କାଠ ଆଲ୍‌ମାରିରେ ଏହି ଟଙ୍କା ସବୁ ରଖା ଯାଇଥିଲା।

publive-image

ଗୁରୁଗ୍ରାମର ଏକ ସିକ୍ୟୁରିଟି କମ୍ପାନୀ ଅଭିଯୋଗ ଆଣିଥିଲା ଯେ, ଲାଞ୍ଚ ପାଇଁ FCI ଅଧିକାରୀମାନେ ସେମାନଙ୍କର ବିଲ୍‌ରେ ଅଯଥା କାଟୁଥିଲେ।  FCIରେ ସିକ୍ୟୁରିଟି ଗାର୍ଡ ପ୍ରଦାନ କରିବା ଲାଗି ଚଳିତ ବର୍ଷ ଜାନୁଆରୀରୁ ପ୍ରତି ମାସରେ ୧୧.୩୦ ଲକ୍ଷ ଟଙ୍କା ହିସାବରେ କ୍ୟାପ୍‌ଟେନ୍‌ କପୁର ଆଣ୍ଡ୍ ସନ୍ସ କମ୍ପାନୀକୁ ଟେଣ୍ଡର ଦିଆଯାଇଥିଲା। ତେବେ ପ୍ରତି ବିଲ୍‌ ପାସ୍‌ କରାଇବା ଲାଗି ୧୦% ଅର୍ଥାତ୍‌ ପ୍ରତି ମାସରେ ୧.୩୦ ଲକ୍ଷ ଟଙ୍କା ନେବା ଲାଗି ଏଫ୍‌ସିଆଇର ଆକାଉଣ୍ଟ ମ୍ୟାନେଜର କମ୍ପାନୀ ଉପରେ ଚାପ ପକାଉଥିଲେ ବୋଲି ସିବିଆଇ ଅଧିକାରୀ କହିଛନ୍ତି। ଏହାପରେ ସିବିଆଇ ପକ୍ଷରୁ ରେଡ୍‌ କରାଯାଇଥିଲା ଓ ୪ ଜଣ ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ଭୋପାଳର ଏକ ସ୍ପେଶାଲ କୋର୍ଟରେ ସେମାନଙ୍କୁ ହାଜର କରାଯିବା ସହ ଜୁନ୍‌ ୨ ଯାଏ ସେମାନଙ୍କୁ ସିବିଆଇ ହେପାଜତକୁ ପଠାଇ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ