Advertisment

୮୪ ବର୍ଷିୟ ବୃଦ୍ଧଙ୍କୁ ଦିଆଗଲା ଆଣ୍ଟିବଡି କକଟେଲ୍ ଔଷଧ : ଗୋଟିଏ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ରୋଗୀ

ଚଣ୍ଡିଗଡ଼ : ଆଣ୍ଟିବଡି କକଟେଲ୍ ଔଷଧ ଗ୍ରହଣ କରି ହସ୍ପିଟାଲରୁ ଗୋଟିଏ ଦିନ ପରେ ଛୁଟି ମିଳିଗଲା । ହରିୟାଣାର ୮୪ ବର୍ଷିୟ ମୋହବତ ସିଂ ହେଉଛନ୍ତି ଦେଶର ପ୍ରଥମ ରୋଗୀ, ଯାହାଙ୍କ ଠାରେ ଆଣ୍ଟିବଡି କକଟେଲ ଔଷଧ ପ୍ରୟୋଗ କରାଯାଇଛି…

ଅଦ୍ୟତନ ହୋଇଛି
୮୪ ବର୍ଷିୟ ବୃଦ୍ଧଙ୍କୁ ଦିଆଗଲା ଆଣ୍ଟିବଡି କକଟେଲ୍ ଔଷଧ : ଗୋଟିଏ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ରୋଗୀ

cocktail

Advertisment

ଚଣ୍ଡିଗଡ଼ : ଆଣ୍ଟିବଡି କକଟେଲ୍ ଔଷଧ ଗ୍ରହଣ କରି ହସ୍ପିଟାଲରୁ ଗୋଟିଏ ଦିନ ପରେ ଛୁଟି ମିଳିଗଲା । ହରିୟାଣାର ୮୪ ବର୍ଷିୟ ମୋହବତ ସିଂ ହେଉଛନ୍ତି ଦେଶର ପ୍ରଥମ ରୋଗୀ, ଯାହାଙ୍କ ଠାରେ ଆଣ୍ଟିବଡି କକଟେଲ ଔଷଧ ପ୍ରୟୋଗ କରାଯାଇଛି । ମୋହବତ୍ ସିଂ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ମଙ୍ଗଳବାର ଦିନ ତାଙ୍କୁ ରୋଷ ଇଣ୍ଡିଆ ଏବଂ ସିପଲାର ଆଣ୍ଟିବଡି କକଟେଲ ଔଷଧ ଦିଆଯାଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅନୁସାରେ, ଔଷଧ ଦେବାର ଗୋଟିଏ ଦିନ ପରେ ଅର୍ଥାତ୍ ବୁଧବାର ଦିନ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏହି ମୋନୋକ୍ଲୋନାଲ ଆଣ୍ଟିବଡି ଥେରାପି ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କର, ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନାକୁ ୭୦ ପ୍ରତିଶତ ପର‌୍ୟ୍ୟନ୍ତ ହ୍ରାସ କରିଥାଏ ।

Advertisment

ମଙ୍ଗଳବାର ଦିନ ମୋହବବତ୍ ସିଂଙ୍କୁ କକଟେଲ ଔଷଧ ଦେବା ପରେ ତାଙ୍କ ଉପରେ ନଜରରେ ରଖାଯାଇଥିଲା । ତେବେ ସବୁଠାରୁ ଖୁସିର କଥା ହେଲେ ସେ ଔଷଧ ପ୍ରୟୋଗର ଗୋଟିଏ ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ସ୍ୱିଜରଲ୍ୟାଣ୍ଡର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ରୋଷ ଇଣ୍ଡିଆ ଏବଂ ସିପଲା ସୋମବାର ଦିନ ଭାରତରେ ଆଣ୍ଟିବଡି କକଟେଲ ଲଞ୍ଚ କରିବାକୁ ଘୋଷଣା କରିଥିଲେ, ଯାହାର ମୂଲ୍ୟ ୫୯,୭୫୦ ଟଙ୍କା ପ୍ରତି ଡୋଜ୍ ରଖାଯାଇଛି। ଗୁରୁତର ରୋଗୀଙ୍କୁ ଏହି ଔଷଧ ଦିଆଯିବ।

କିପରି କାମ କରେ କକଟେଲ ? 

ଦୁଇଟି ଔଷଧର ମିଶ୍ରରେ ପ୍ରସ୍ତୁତ ହୋଇଛି ଆଣ୍ଟିବଡି କକଟେଲ୍ । ଏଥିରେ Casirivimab ଓ Imdevimab ଔଷଧ ସାମିଲ ଅଛନ୍ତି । ଏହି ଦୁଇ ଔଷଧକୁ ୬୦୦-୬୦୦ ଏମଜି ମିଳାଇବା ପରେ ଆଣ୍ଟିବଡି କକଟେଲ୍ ଔଷଧ ପ୍ରସ୍ତୁତ କରାଯାଏ ।  କରୋନା ସହ ଲଢ଼ିବା ପାଇଁ ଏହି ଔଷଧ ଶକ୍ତି ବଢ଼ାଇଥାଏ । ବିଶେଷଜ୍ଞଙ୍କ ଅନୁସାରେ ଏହି ଔଷଧ କରୋନା ଭାଇରସକୁ ମାନବ କୋଷକୁ ପ୍ରବେଶ କରିବାରେ ବାଧା ଦେଇଥାଏ  । ଯଦ୍ୱାରା ଭାଇରସକୁ ନ୍ୟୁଟ୍ରିସନ୍ ମିଳେନାହିଁ, ଆଉ ଏହି ପ୍ରକାରେ ଭାଇରସ ରେପ୍ଲିକେସନକୁ ରୋକିଥାଏ କକଟେଲ ଡ୍ରଗ୍ସ  । କରୋନା ସଂକ୍ରମିତ ହେବା ପରେ ସଂକ୍ରମିତ ବ୍ୟକ୍ତିଙ୍କୁ ୪୮ରୁ ୭୨ ଘଣ୍ଟା ମଧ୍ୟରେ ଏହି ଔଷଧ ଦିଆଯାଇଥାଏ । ସୂଚନା ଅନୁସାରେ ଏହି ଔଷଧ ଦେବାପାଇଁ ୨୦ରୁ ୩୦ ମିନିଟ୍ ସମୟ ଲାଗିଥାଏ । ଔଷଧ ଦେବା ପରେ ରୋଗୀଙ୍କୁ କିଛି ସମୟ ନଜରରେ ରଖାଯାଇଥାଏ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ