delhi hospital
ନୂଆଦିଲ୍ଲୀ: ଦିଲ୍ଲୀର ଏକ ହସ୍ପିଟାଲ୍ରୁ ୮୦ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣେ ସିନିୟର ସର୍ଜନଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲ୍ରେ ଏତେ ସଂଖ୍ୟକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଦିଲ୍ଲୀ ସ୍ଥିତ ସରୋଜା ହସ୍ପିଟାଲ୍ର ୮୦ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣେ ସିନିୟର ସର୍ଜନଙ୍କ ମୃତ୍ୟୁ ଘଟିଛି। ମୃତ ଡାକ୍ତରଙ୍କ ନାଁ ଏକେ ରାୱତ(୫୮)। କରୋନା ଆକ୍ରାନ୍ତ ହୋଇଥିବା ୮୦ ଜଣ ଡାକ୍ତରଙ୍କ ମଧ୍ୟରୁ ୧୨ ଜଣ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ହୋମ୍ କ୍ୱାରେଣ୍ଟାଇନ୍ରେ ଅଛନ୍ତି।
ଜାତୀୟ ଗଣମାଧ୍ୟମ ସଂସ୍ଥା The Times of Indiaର ସୂଚନା ଅନୁସାରେ, ଡାକ୍ତର ଏକେ ରାୱତ ଦୀର୍ଘ ୨୭ ବର୍ଷ ହେବ ସରୋଜା ହସ୍ପିଟାଲ୍ରେ ରୋଗୀଙ୍କ ସେବା କରି ଆସୁଥିଲେ। ତେଣୁ ତାଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ୍ର ଡାକ୍ତରଙ୍କ ସମେତ ଷ୍ଟାଫ୍ମାନଙ୍କୁ ଏକ ପ୍ରକାର ଝଟ୍କା ଲାଗି ଥିବା କୁହାଯାଉଛି।
ହସ୍ପିଟାଲ୍ରେ ଏତେ ସଂଖ୍ୟକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଅନ୍ୟପକ୍ଷେ ହସ୍ପିଟାଲ୍ର ସମସ୍ତ OPDsକୁ ବନ୍ଦ ରଖା ଯାଇଥିବା ସୂଚନା ମିଳିଛି।
ସୂଚନାଥାଉ କି, ରବିବାର ଦିନ ଦିଲ୍ଲୀ ସ୍ଥିତ ଜିଟିବି ହସ୍ପିଟାଲ୍ର ଜଣେ ଯୁବ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ରବିବାର ଦିନ ଦିଲ୍ଲୀରେ ୧୩,୩୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୩ ଜଣଙ୍କ ମୃତ୍ୟୁ ଘଟିଥିଲା।
କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଆଉ ସପ୍ତାହେ ପାଇଁ ଲକ୍ଡାଉନ୍ କଟକଣାକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେନ୍ଦ୍ରିୱାଲ ଏନେଇ ସୂଚନା ଦେଇଛନ୍ତି। ଆଜି ଶେଷ ହେବାକୁ ଥିବା ଲକ୍ଡାଉନ୍କୁ ବୃଦ୍ଧି କରାଯାଇ ମେ’ ୧୭ ସକାଳ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ସଂକ୍ରମଣକୁ କାବୁ କରିବାକୁ ଚଳିତ ଥର ଲକଡାଉନ କଟକଣାକୁ ଅଧିକ କଡ଼ାକଡ଼ି କରାଯିବ। ଛକ ଛକରେ ଚେକିଂ କରିବେ ପୋଲିସ।
ଦୀର୍ଘ ୪ ଦିନ ଧରି ଅଣାୟତ୍ତ କରିବା ପରେ କରୋନାର ପ୍ରକୋପ ସାମାନ୍ୟ କମିଛି । କରୋନାର ଦୈନିକ ସଂକ୍ରମଣ ଆଜି ୪ ଲକ୍ଷରୁ ସାମାନ୍ୟ କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୬୬, ୩୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/delhi-hospital_1620638490.jpg)