coronavirus
ନୂଆଦିଲ୍ଲୀ: ଭୟଙ୍କର ହେବାରେ ଲାଗିଛି କରୋନା। ଦିନକୁ ଦିନ ସାରା ଦେଶରେ ଭୟଙ୍କର ହେଉଛି ମହାମାରୀ। ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ମେଡିକାଲର ଷ୍ଟାଫ୍ର କର୍ମଚାରୀଙ୍କୁ ନିଜ ପଞ୍ଝାକୁ ନେଲାଣି କରୋନା। ତେବେ ଏହାରି ମଧ୍ୟରେ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର ସରୋଜ ହସ୍ପିଟାଲ୍ରେ ଏଯାବତ୍ ୮୦ରୁ ଅଧିକ ଜଣ ଡାକ୍ତର କୋଭିଡ୍ ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ବିଗତ ୨୭ ବର୍ଷ ହେବ ଏହି ହସ୍ପିଟାଲ୍ରେ କାର୍ଯ୍ୟରତ ଜଣେ ବରିଷ୍ଠ ସର୍ଜନ ମଧ୍ୟ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।
କୋଭିଡ୍-୧୯ ସଂକ୍ରମିତ ହୋଇଥିବା ୮୦ଜଣ ଡାକ୍ତରଙ୍କ ମଧ୍ୟରୁ ସମ୍ପ୍ରତି ଚିକିତ୍ସା ନିମନ୍ତେ ୧୨ଜଣ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ବାକି ଡାକ୍ତରମାନେ ‘ହୋମ୍ କ୍ୱାରୋଣ୍ଟାଇନ୍’ରେ ଅଛନ୍ତି। ପ୍ରାଣ ହରାଇଥିବା ବରିଷ୍ଠ ସର୍ଜନ୍ଜଣକ ହେଉଛନ୍ତି ଡାକ୍ତର ଏକେ ରାୱତ୍। ଡାକ୍ତର ରାୱତ୍ ସରୋଜ ହସ୍ପିଟାଲ୍ରେ ୨୭ ବର୍ଷ ହେବ କାର୍ଯ୍ୟ କରୁଥିଲେ ଆଉ ଏହାରି ମଧ୍ୟରେ ସେ ସଂକ୍ରମିତ ହୋଇଥିଲେ।କୋଭିଡ୍-୧୯ ସଂକ୍ରମଣ ବ୍ୟାପିବା ପରେ ସରୋଜ ହସ୍ପିଟାଲ୍ର ସମସ୍ତ ‘ଆଉଟ୍-ପେସେଣ୍ଟ୍ ଡିପାର୍ଟମେଣ୍ଟ୍’ ବନ୍ଦ ରଖାଯାଇଛି।
ହସ୍ପିଟାଲ୍ରେ ଏତେ ସଂଖ୍ୟକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଅନ୍ୟପକ୍ଷେ ହସ୍ପିଟାଲ୍ର ସମସ୍ତ OPDsକୁ ବନ୍ଦ ରଖା ଯାଇଥିବା ସୂଚନା ମିଳିଛି। ସୂଚନାଥାଉ କି, ରବିବାର ଦିନ ଦିଲ୍ଲୀ ସ୍ଥିତ ଜିଟିବି ହସ୍ପିଟାଲ୍ର ଜଣେ ଯୁବ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ରବିବାର ଦିନ ଦିଲ୍ଲୀରେ ୧୩,୩୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୩ ଜଣଙ୍କ ମୃତ୍ୟୁ ଘଟିଥିଲା।
ସେପଟେ, ଦୀର୍ଘ ୪ ଦିନ ଧରି ଅଣାୟତ୍ତ କରିବା ପରେ କରୋନାର ପ୍ରକୋପ ସାମାନ୍ୟ କମିଛି । କରୋନାର ଦୈନିକ ସଂକ୍ରମଣ ଆଜି ୪ ଲକ୍ଷରୁ ସାମାନ୍ୟ କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୬୬, ୩୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବି ସାମାନ୍ୟ ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୭୪୭ ରହିଛି । ଗତ କିଛି ଦିନ ଧରି ମୃତକଙ୍କ ସଂଖ୍ୟା ୪ ହଜାର ଉପରେ ଆସୁଥିଲା । ତେବେ ସବୁଠାରୁ ଆଶ୍ୱସ୍ତିର କଥା ଯେ, ଦେଶରେ ନୂଆ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ହେଉଥିବା ଲୋକସଂଖ୍ୟା ହାର ବୃଦ୍ଧି ପାଉଛି । ଫଳରେ ଦେଶରେ ଆକ୍ଟିଭ ସଂଖ୍ୟାହାର କମୁଛି । ଦେଶରେ ୨୪ ଘଣ୍ଟାରେ ୩, ୫୩ ହଜାର ୫୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ୍ ୩୭, ୪୧, ୩୬୮ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus_1620638640.jpg)