Advertisment

ଅକ୍ସିଜେନ୍‌ ଅଭାବରୁ ଆଖି ବୁଜିଲେ ୭୪ ଜଣ କରୋନା ସଂକ୍ରମିତ

ଅକ୍ସିଜେନ୍‌ ଅଭାବରୁ ଜଣଙ୍କ ପରେ ଜଣଙ୍କ ଜୀବନ ଯାଉଛି। ଯାହାକୁ ନେଇ ଏବେ ଚିନ୍ତା ବଢିଛି। ସୂଚନା ଅନୁସାର ଗୋଆର ଏକ ବଡ କୋଭିଡ ହସ୍ପିଟାଲରେ ଗତ ୪ ଦିନରେ ୭୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି।

ଅଦ୍ୟତନ ହୋଇଛି
ଅକ୍ସିଜେନ୍‌ ଅଭାବରୁ ଆଖି ବୁଜିଲେ ୭୪ ଜଣ କରୋନା ସଂକ୍ରମିତ

corona-peak

Advertisment

ପାନାଜୀ: ଅକ୍ସିଜେନ୍‌ ଅଭାବରୁ ଜଣଙ୍କ ପରେ ଜଣଙ୍କ ଜୀବନ ଯାଉଛି। ଯାହାକୁ ନେଇ ଏବେ ଚିନ୍ତା ବଢିଛି। ସୂଚନା ଅନୁସାର ଗୋଆର ଏକ ବଡ କୋଭିଡ ହସ୍ପିଟାଲରେ ଗତ ୪ ଦିନରେ ୭୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି। । ଅମ୍ଳଜାନ ଅଭାବରୁ ‘ଗୋଆ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌’ରେ ୭୪ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରୁ ଆଜି ସୁଦ୍ଧା ୧୩ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ଗତକାଲି ୧୫ଜଣଙ୍କର ପ୍ରାଣ ଯାଇଥିଲା। ସେହିପରି, ମଙ୍ଗଳବାର ଦିନ ୨୬ଜଣ ଏବଂ ବୁଧବାର ଦିନ ୨୦ଜଣ ବ୍ୟକ୍ତି ଅକ୍ସିଜେନ୍‌ ଅଭାବରୁ ପ୍ରାଣ ହରାଇଥିବା ଜଣାପଡ଼ିଛି। ତେବେ ଦେଶରେ ଅକ୍ସିଜେନ୍ ଅଭାବରୁ ଏବେ ଅନେକ ଲୋକ ପ୍ରାଣ ହରାଉଛନ୍ତି।

Advertisment

ସେପଟେ, ପୂର୍ବରୁ ମଧ୍ୟ ଦେଶରେ ଅକ୍ସିଜେନ୍‌ ଅଭାବ ହେଉଥିବା କାରଣରୁ ଦିଲ୍ଲୀର ଏକ ପ୍ରତିଷ୍ଠିତ ମେଡିକାଲର ଡାକ୍ତର ନିଜର କ୍ଷୋଭ ପ୍ରକାଶ କରିଥିଲେ।  ଦିଲ୍ଲୀର ବାତ୍ରା ମେଡିକାଲର ଡାଇରେକ୍ଟର ଯାହା କହିଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି। ସେ କହିଥିଲେ ଯେ, ମୁଁ ଅନେକ ଦିନ ହେଲାଣି କାମ କରୁଛି କିନ୍ତୁ ଅକ୍ସିଜେନ୍‌ ଅଭାବ ଲାଗି ଏତେ ମାତ୍ରାରେ ରୋଗୀ ମୃତ୍ୟୁମୁଖରେ ପଡ଼ୁଥିବା କେବେ ଦେଖିନଥିଲି। କରୋନାରେ ସଂକ୍ରମିତ ହେଉଥିବା ରୋଗୀଙ୍କୁ  ବଂଚାଇବାକୁ ହେଲେ ପର୍ଯ୍ୟାପ୍ତ ପରିମାଣରେ ଔଷଧ, ଅକ୍ସିଜେନ୍‌ ସହ ଆବଶ୍ୟକୀୟ ଟିକା ରହିବା ନିହାତି ଦରକାର। କିନ୍ତୁ ଦୁଃଖର ସହ କହିବାକୁ ପଡୁଛି ଯେ, ଦେଶରେ ଏ ସବୁର ଅଭାବ ଦେଖଯାଉଛି। ଗୋଟିଏ ପଟେ ସରକାର କହୁଛନ୍ତି ଆମ ଦେଶରେ ଅକ୍ସିଜେନ୍‌ର ଅଭାବ ନାହିଁ ହେଲେ ବି ରୋଗୀମାନେ ଅକ୍ସିଜେନ୍‌ ନପାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି।

ଏହାସହ ଆମେ ନିଜେ ମଧ୍ୟ ଜାଣିପାରୁନାହିଁ କି ଦେଶ ବର୍ତ୍ତମାନ ସମୟରେ କିଏ ଚଳାଉଛି? ବିଗତ ୧୪ ମାସ ହେଲାଣି କଣ କରୁଥିଲା ସରକାର? ବର୍ତ୍ତମାନ ସମୟରେ ସ୍ଥିତି ସାଙ୍ଘାତିକ ହେଲାଣି। କେବଳ ବଡ଼ ବଡ଼ ମେଡିକାଲରେ କେବେ କେବେ ଅକ୍ସିଜେନ୍‌ ମିଳୁଛି କିନ୍ତୁ ସବୁ ମେଡିକାଲରେ ତାହା ବି ଉପଲବ୍ଧ ନାହିଁ। ଆମକୁ ଅକ୍ସିଜେନ୍‌ ମିଳୁନାହିଁ, ଆଖି ଆଗରେ ଶହଶହ ରୋଗୀ ମରୁଛନ୍ତି। ଦୟାକରି ଆମକୁ ଅକ୍ସିଜେନ୍‌ ଦିଅନ୍ତୁ ସରକାର ବୋଲି ମେଡିକାଲର ଡାଇରେକ୍ଟର ଜଣକ କହିଥିଲେ। ଗୋଟିଏ ପଟେ କରୋନା ବଢୁଥିବା ବେଳେ ଏବେ ଅକ୍ସିଜେନ୍ ଅଭାବ ମୁଣ୍ଡ ବ୍ୟଥାର କାରଣ ସାଜିଛି। ଆଗାମୀ ଦିନରେ ସରକାର ଯଦି ଅକ୍ସିଜେନ୍‌ର ସୁଫଳ ବ୍ୟବସ୍ଥା ନକରନ୍ତି ତେବେ ମୃତ୍ୟୁ ସଂଖ୍ୟା ଯେ ନବଢିବ ତାହା କେହି କହିପାରିବେ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ