Advertisment

୧,୩୦୦ କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର କରିଥିଲେ, ହେଲେ ଶେଷ ସମୟରେ ନା ତାଙ୍କୁ ମିଳିଲା ବେଡ୍‌ ନା ମେଡିସିନ୍‌

ନାଗପୁର: କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେବା ପରେ ଯେତେବେଳେ ନିଜ ଲୋକ ଶବକୁ ଛୁଉଁ ନଥିଲେ ଓ ପର କରି ଦେଉଥିଲେ, ସେତେବେଳେ ୬୭ ବର୍ଷୀୟ ଚନ୍ଦନ ନିମଜେ ରକ୍ତ ସମ୍ପର୍କଠୁ ଅଧିକ ହୋଇ ସେମାନଙ୍କର ଅନ୍ତିମ ସଂସ୍କାର କରୁଥିଲେ।…

୧,୩୦୦ କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର କରିଥିଲେ, ହେଲେ ଶେଷ ସମୟରେ ନା ତାଙ୍କୁ ମିଳିଲା ବେଡ୍‌ ନା ମେଡିସିନ୍‌

man-died

Advertisment

ନାଗପୁର: କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେବା ପରେ ଯେତେବେଳେ ନିଜ ଲୋକ ଶବକୁ ଛୁଉଁ ନଥିଲେ ଓ ପର କରି ଦେଉଥିଲେ, ସେତେବେଳେ ୬୭ ବର୍ଷୀୟ ଚନ୍ଦନ ନିମଜେ ରକ୍ତ ସମ୍ପର୍କଠୁ ଅଧିକ ହୋଇ ସେମାନଙ୍କର ଅନ୍ତିମ ସଂସ୍କାର କରୁଥିଲେ। ସେ ୧,୩୦୦ରୁ ଅଧିକ ଶବର ଅନ୍ତିମ ସଂସ୍କାର କରିଥିଲେ। ହେଲେ ଯେତେବେଳେ ତାଙ୍କର ଚିକିତ୍ସାର ଆବଶ୍ୟକତା ପଡ଼ିଲା, ସମସ୍ତେ ତାଙ୍କୁ ପରି କରିଦେଲେ। ସାହାଯ୍ୟ କରିବା ତ ଦୂର କଥା, ଲୋକଙ୍କୁ ସେ କରିଥିବା ସହାୟତା କଥା ମଧ୍ୟ ସମସ୍ତେ ଭୁଲି ଗଲେ। ଶେଷରେ ଚିକିତ୍ସା ଅଭାବରୁ ମେ’ ୨୬ରେ ଦୁନିଆକୁ ଅଲ୍‌ବିଦା କରିଦେଲେ ସମାଜସେବୀ ଚନ୍ଦନ ରକ୍ତ ନିମଜେ। ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ତାଙ୍କୁ ବେଡ୍‌ ମଧ୍ୟ ମିଳିନଥିଲା ବୋଲି ଚନ୍ଦନଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

Advertisment

ଜାତୀୟ ଗଣମାଧ୍ୟମ ସଂସ୍ଥା ‘The Times Of India’ର ରିପୋର୍ଟ ଅନୁସାରେ, ନାଗୁପରର ମେୟର ଦୟାଶଙ୍କର ତିୱାରି, ଚନ୍ଦନ ନିମଜେଙ୍କୁ ‘କୋଭିଡ୍‌ ଯୋଦ୍ଧା’ ଭାବେ ସମ୍ମାନିତ କରିଥିଲେ। ସେ ପାଖାପାଖି ଦେଢ଼ ବର୍ଷ ହେବ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ଶବର ଅନ୍ତିମ ସଂସ୍କାର କରିବାରେ ସାହାଯ୍ୟ କରୁଥିଲେ। ଯେଉଁସ୍ଥଳରେ ମୃତକଙ୍କ ସମ୍ପର୍କୀୟମାନେ ଆଡ଼ ଆଖିରେ ଚାହୁଁ ନଥିଲେ, ସେଭଳି ସ୍ଥଳେ ଚନ୍ଦନ ଶବର ଅନ୍ତିମ ସଂସ୍କାର କରୁଥିଲେ। କେନ୍ଦ୍ର ସରକାରଙ୍କ ସଚିବ ସ୍ତରରେ ଚାକିରି କରି ଅବସର ନେଇଥିବା ଚନ୍ଦନ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହି ସମୟରେ ତାଙ୍କ ପରିବାର ଲୋକଙ୍କୁ ହସ୍ପିଟାଲ୍‌ରେ ବେଡ୍‌ ଓ Tocilizumab ଇଞ୍ଜେକ୍ସନ ଯୋଗାଡ଼ କରିବାର ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସରକାରୀ ହସ୍ପିଟାଲ୍‌ରେ ବେଡ୍‌ ନମିଳିବା ଯୋଗୁ ପ୍ରାଇଭେଟ୍‌ ହସ୍ପିଟାଲ୍‌ରେ ଅଧିକ ଟଙ୍କା ଦେଇ ତାଙ୍କୁ ଭର୍ତ୍ତି କରିବାକୁ ପଡ଼ିଥିଲା। ଧୀରେ ଧୀରେ ତାଙ୍କର ଚିକିତ୍ସା ପାଇଁ ଅର୍ଥାଭାବ ଦେଖା ଦେଇଥିଲା। କରୋନା ଯୋଗୁ ତାଙ୍କ ଦୁଇ ପୁଅଙ୍କ ଚାକିରି ମଧ୍ୟ ଚାଲି ଯାଇଥିଲା। ଫଳରେ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

ଚନ୍ଦନଙ୍କୁ ଲୋକମାନେ “ଦାଦା” ବୋଲି ମଧ୍ୟ ଡାକୁଥିଲେ। ଚନ୍ଦନଙ୍କ ସହ କାମ କରୁଥିବା ଅରବିନ୍ଦ ରତୌଡି କହିଛନ୍ତି, ‘ଚନ୍ଦନଙ୍କ ଚିକିତ୍ସା ପାଇଁ ଆମେ ସମସ୍ତଙ୍କ ପାଖକୁ ଯାଇଥିଲୁ। ଖାଲି ଆର୍ଥିକ ସହାୟତା ନୁହେଁ, ହସ୍ପିଟାଲ୍‌ରେ ବେଡ୍‌ ଯୋଗାଡ଼ କରିବା ପାଇଁ ମଧ୍ୟ ଆମେ ସହାୟତା ଲୋଡ଼ିଥିଲୁ। ଏଥିପାଇଁ ବଡ଼ ବଡ଼ ଅଧିକାରୀଙ୍କ ନିକଟକୁ ଯାଇଥିଲୁ, ହେଲେ ସେମାନେ ମଧ୍ୟ ସାହାଯ୍ୟ କରିନଥିଲେ। ଯେଉଁ ଲୋକ ଦିନେ ସମ୍ମାନପୂର୍ବକ ୧୩୦୦ରୁ ଅଧିକ ଲୋକଙ୍କ ଅନ୍ତିମ ସଂସ୍କାର କରାଇଥିଲେ, ତାଙ୍କର ଚିକିତ୍ସା ପାଇଁ ତାଙ୍କୁ କେହି ଜଣେବି ସାହାଯ୍ୟ କରିନଥିଲେ।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ