Advertisment

ଓଭର ବ୍ରିଜ୍‌ରେ ମେଟ୍ରୋ ଟ୍ରେନ ଯାଉଥିବା ବେଳେ ୧୬ ଫୁଟ ତଳକୁ ଖସି ପଡ଼ିଲା, ୨୩ ମୃତ

ମେକ୍ସିକୋ: ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରୁଥିବାବେଳେ ମେକ୍ସିକୋରୁ ଏକ ଦୁଃଖଦପୂର୍ଣ୍ଣ ଖବର ଆସିଛି। ମେକ୍ସିକୋ ସିଟିରେ ସୋମବାର ଦିନ ଏକ ଭୟଙ୍କର ଦୁର୍ଘଟଣା  ଘଟିଛି। ମେକ୍ସିକୋ ସିଟିରେ ଏକ ମେଟ୍ରୋ ଟ୍ରେନ୍‌ ଓଭରବ୍ରିଜ୍‌ ଉପରେ ଯାଉଥିବା ବେଳେ…

ଅଦ୍ୟତନ ହୋଇଛି
ଓଭର ବ୍ରିଜ୍‌ରେ ମେଟ୍ରୋ ଟ୍ରେନ ଯାଉଥିବା ବେଳେ ୧୬ ଫୁଟ ତଳକୁ ଖସି ପଡ଼ିଲା, ୨୩ ମୃତ

train bridge collapse

Advertisment

ମେକ୍ସିକୋ: ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରୁଥିବାବେଳେ ମେକ୍ସିକୋରୁ ଏକ ଦୁଃଖଦପୂର୍ଣ୍ଣ ଖବର ଆସିଛି। ମେକ୍ସିକୋ ସିଟିରେ ସୋମବାର ଦିନ ଏକ ଭୟଙ୍କର ଦୁର୍ଘଟଣା  ଘଟିଛି। ମେକ୍ସିକୋ ସିଟିରେ ଏକ ମେଟ୍ରୋ ଟ୍ରେନ୍‌ ଓଭରବ୍ରିଜ୍‌ ଉପରେ ଯାଉଥିବା ବେଳେ ହଠାତ୍‌ ରାସ୍ତା ଉପରେ ଖସି ପଡ଼ିଥିଲା। ଏଥିରେ ୨୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪୯ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସୋମବାର ରାତିରେ ଏହି ଦୁର୍ଘଟଣା ଘଟିଛି।

Advertisment

ଟ୍ରେନ୍‌ଟି ୧୬ ଫୁଟ ତଳକୁ ରାସ୍ତା ଉପରେ ଖସି ପଡ଼ିବାରୁ ଏହା ତଳେ ଏକାଧିକ ଗାଡ଼ି ଚାପି ହୋଇ ରହି ଯାଇଥିଲା। ଦୁର୍ଘଟଣାରେ ଟ୍ରେନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ମେଟ୍ରୋର ୧୨ ଲାଇନରେ ଟ୍ରେନ୍‌ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଚଳନ୍ତା ଟ୍ରେନ୍‌ କିଭଳି ଭାବରେ ହଠାତ ରାସ୍ତା ଉପରେ ଖସି ପଡୁଛି, ତା’ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଖବର ପାଇ ମେକ୍ସିକୋ ସିଟିର ମେୟର କାଲୁଡିଆ ଶେଇନବାମୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିମ୍ନମାନର କାମ ଯୋଗୁ ଏପରି ଘଟଣା ଘଟିଥିବା କୁହାଯାଉଛି।

Advertisment

 ସୂଚନାଥାଉ କି, କିଛିଦିନ ତଳେ ବ୍ରିଟେନର ସବୁଠାରୁ ଲମ୍ବା ରୋଲର କୋଷ୍ଟର (UK’s Tallest Roller Coaster) ଖରାପ ହେବା ଫଳରେ ବାଧ୍ୟହୋଇ ଲୋକମାନଙ୍କୁ ୨୦୦ ଫୁଟରୁ ଅଧିକ ପର୍ଯ୍ୟନ୍ତ ଚାଲି ଚାଲି ତଳକୁ ଓହ୍ଲାଇବାକୁ ପଡ଼ିଥିଲା। Blackpool Pleasure Beach ଉପରେ ଥିବା ଦ ବିଗ ୱାନ(The Big One) ରୋଲର କୋଷ୍ଟର ଖରାପ ହୋଇଯିବା ଫଳରେ ଲୋକଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ