Untitled-1
ନୂଆଦିଲ୍ଲୀ: ଭାରତ ଏବେ କରୋନା ଜୀବାଣୁ ସଂକ୍ରମଣର ଦ୍ୱିତୀୟ ତରଙ୍ଗ ସହ ଲଢୁଛି ଏବଂ କୋଭିଡ-୧୯ ମାମଲା ସଂଖ୍ୟାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଅମ୍ଳଜାନ ଓ ଶଯ୍ୟା ଅଭାବର ଶିକାର ହେଉଛନ୍ତି। କୋଭିଡ-୧୯ ସଂକ୍ରମିତଙ୍କ ଚିକିତ୍ସାରେ ବହୁ ଆବଶ୍ୟକୀୟ ଅମ୍ଳଜାନ ବିତରଣକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ବାୟୁସେନା ଦେଶର ବିଭିନ୍ନ ଫିଲିଂ ଷ୍ଟେସନରେ ଖାଲି ଅମ୍ଳଜାନ ଟ୍ୟାଙ୍କର୍ ଓ କଣ୍ଟେନର୍ ଯୋଗାଉଛି। ଏହାସହ ବାୟୁସେନା ଦେଶର ବିଭିନ୍ନ ସ୍ଥାନରେ ନିର୍ମିତ କୋଭିଡ-୧୯ ଡାକ୍ତରଖାନା ପାଇଁ ଅତ୍ୟାବଶ୍ୟକ ଔଷଧ ତଥା ଆବଶ୍ୟକୀୟ ଉପକରଣ ପରିବହନ କରୁଛି।
ଭାରତୀୟ ବାୟୁସେନାର ସି୧୭ ବିମାନ ୨୬ ଏପ୍ରିଲରେ ଦୁବାଇରୁ ୬ଟି ଖାଲି କ୍ରାୟୋଜେନିକ୍ ଅମ୍ଳଜାନ କଣ୍ଟେନର ଧରି ପଶ୍ଚିମବଙ୍ଗର ପାନାଗଡକୁ ସେହିଦିନ ସନ୍ଧ୍ୟା ୭:୧୫ରେ ପହଞ୍ଚିଥିଲା। ସେହିଭଳି ବ୍ୟାଙ୍କକରୁ ଚାରୋଟି ଖାଲି କ୍ରିଏଜେନିକ୍ ଅମ୍ଳଜାନ କଣ୍ଟେନର୍ ଧରି ଭାରତୀୟ ବାୟୁସେନାର ଅନ୍ୟ ଏକ ସି୧୭ ବିମାନ ୨୭ ଏପ୍ରିଲ ସକାଳେ ପାନାଗରରେ ଅବତରଣ କରିଥିଲା। ଭାରତୀୟ ବାୟୁସେନା ମଙ୍ଗଳବାର ଏହି ସୂଚନା ଦେଇଛି।
ଏହା ସହିତ, ମଧ୍ୟପ୍ରଦେଶର କୋଭିଡ-୧୯ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଇନ୍ଦୋର ଜିଲ୍ଲାରେ ଯଥାଶୀଘ୍ର ଅମ୍ଳଜାନ ଅଭାବ ପୂରଣ ନେଇ ବାୟୁସେନାର ଅଭିଯାନ ଚାଲିଛି। ସୋମବାର ଗୁଜୁରାଟର ଜାମନଗରକୁ ଅମ୍ଳଜାନର ଏକ ଖାଲି ଟ୍ୟାଙ୍କର ପରିବହନ କରାଯାଇଥିଲା। ସ୍ଥାନୀୟ ଦେବୀ ଅହଲ୍ୟାବାଇ ହୋଲକର ବିମାନ ବନ୍ଦରର ନିର୍ଦ୍ଦେଶକ ଆର୍ଯ୍ୟମା ସାନିଆଲ କହିଛନ୍ତି ଯେ ବାୟୁସେନାର ସବୁଠୁ ବଡ ମାଲ ପରିବହନ ଏବଂ ପରିବହନ ବିମାନ ମଧ୍ୟରୁ ସି୧୭ ହିଣ୍ଡନ ବିମାନବନ୍ଦରରୁ ଉଡ଼ାଣ କରି ଇନ୍ଦୋରରେ ପହଞ୍ଚିଛି। ଏହା ମାଧ୍ୟମରେ, ୨୦ ମେଟ୍ରିକ୍ କ୍ଷମତା ବିଶିଷ୍ଟ ମେଡିକାଲ ଅମ୍ଳଜାନର ଏକ ଖାଲି ଟ୍ୟାଙ୍କର୍ ଇନ୍ଦୋରରୁ ଗୁଜୁରାଟ ପଠାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Untitled-1-47_1626259066.jpg)