ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଆବଶ୍ୟକ, ଯେଉଁଥିରେ ଭିଟାମିନ୍ ଓ ମିନେରାଲ୍ସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଭିଟାମିନ୍ ଆପଣଙ୍କୁ କେବଳ ରୋଗ ସହିତ ଲଢିବାରେ ସାହାଯ୍ୟ କରେ ନାହିଁ, ବରଂ ରୋଗ ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରିବା ସହିତ ଜୀବାଣୁଙ୍କଠାରୁ ମଧ୍ୟ ରକ୍ଷା କରିଥାଏ। ଯଦି ଶରୀରରେ ଭିଟାମିନ୍ ଅଭାବ ଆରମ୍ଭ ହୁଏ, ତେବେ ଶରୀର ଧୀରେ ଧୀରେ କାମ ବନ୍ଦ କରିଦିଏ ଏବଂ ଅନେକ ପ୍ରକାରର ରୋଗ ଶରୀରକୁ ଘେରି ଯାଏ।
ଶରୀର ପାଇଁ ସମସ୍ତ ପ୍ରକାରର ଭିଟାମିନ୍ ଆବଶ୍ୟକ। ଭିଟାମିନ୍ ଇ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଭିଟାମିନ୍ ଇ କେବଳ ଶରୀରକୁ ସୁସ୍ଥ ରଖେ ନାହିଁ ବରଂ ଏହା କେଶ ଓ ଚର୍ମ ପାଇଁ ମଧ୍ୟ ବହୁତ ଭଲ। କୋଲେଷ୍ଟ୍ରଲ କମାଇବା ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ଏହା ପ୍ରଭାବଶାଳୀ। ଭିଟାମିନ୍ ଇ ଖାଇବା ଦ୍ୱାରା ଚେହେରାରେ ବାର୍ଦ୍ଧକ୍ୟର ପ୍ରଭାବ ମଧ୍ୟ କମିଯାଏ। ତେବେ ଆସନ୍ତୁ 5 ଟି ଖାଦ୍ୟ ବିଷୟରେ ଜାଣିବା ଯାହା ଭିଟାମିନ୍-ଇ ଅଭାବକୁ ଦୂର କରିପାରିବ।
ସୂର୍ଯ୍ୟମୁଖୀ ମଞ୍ଜି:
/odishatv-khabar/media/post_attachments/wp-content/uploads/2021/05/Healthline.jpg)
ସୂର୍ଯ୍ୟମୁଖୀ ମଞ୍ଜିକୁ ଭିଟାମିନ୍ ଇ ର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ଏହି ମଞ୍ଜି ହଜମ ପ୍ରକ୍ରିୟାକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ। ଆପଣ ଏହି ମଞ୍ଜିଗୁଡ଼ିକୁ ଦହି, ଦଲିୟା କିମ୍ବା ସାଲାଡରେ ମିଶାଇ ଖାଇପାରିବେ।
ବାଦାମ:
/odishatv-khabar/media/post_attachments/wp-content/uploads/2021/05/IndiaMART.jpg)
ବାଦାମ ଭିଟାମିନ୍ ଇ ର ବହୁତ ଭଲ ଉତ୍ସ। କିଛି ଲୋକ ଏହାକୁ ଭାଜି ଜଳଖିଆ ଭାବେ ଖାଇବାକୁ ପସନ୍ଦ କରୁଥିବାବେଳେ କେହି କେହି ଏହାକୁ ଅନ୍ୟ ଶସ୍ୟ ସହିତ ଖାଆନ୍ତି। ଏଥିସହିତ ଅନେକ ଲୋକ ବାଦାମ ଖାଇବା ପରିବର୍ତ୍ତେ ଏହା କ୍ଷୀରକୁ ପିଇବାକୁ ପସନ୍ଦ କରନ୍ତି। ବାଦାମ ଖାଇବା ଦ୍ୱାରା ଭିଟାମିନ୍ ଇ ଅଭାବ ଦୂର ହୋଇଥାଏ। ସେଥିପାଇଁ ପ୍ରତିଦିନ ବାଦାମ ଖାଇବା ଜରୁରୀ।
ପାଳଙ୍ଗ:
/odishatv-khabar/media/post_attachments/wp-content/uploads/2021/05/Freshfind.jpg)
ସବୁଜ ପନିପରିବା ମଧ୍ୟରେ ପାଳଙ୍ଗ ଅନେକ ଜରୁରୀ ଭିଟାମିନ୍ ଓ ମିନେରାଲ୍ସର ଏକ ଉତ୍ତମ ଉତ୍ସ। ପାଳଙ୍ଗ ବିଶେଷ ଭାବରେ ଭିଟାମିନ୍ ଇ’ରେ ପରିପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ।
ବ୍ରୋକଲି:
/odishatv-khabar/media/post_attachments/wp-content/uploads/2021/05/Flickr.jpg)
ବ୍ରୋକଲି ପ୍ରୋଟିନ୍ ଓ ଭିଟାମିନ୍-ଇ ର ସର୍ବୋତ୍ତମ ଉତ୍ସ। ବ୍ରୋକଲି ଶରୀରର ଖରାପ କୋଲେଷ୍ଟ୍ରଲ ଅର୍ଥାତ୍ LDL କୁ ମଧ୍ୟ ହ୍ରାସ କରିଥାଏ। ଆପଣ ଏହାକୁ ସୁପ୍ କରି କିମ୍ବା ସାଲାଡ୍ ଭାବରେ ଖାଇପାରିବେ।
ଆଭୋକାଡୋ:
/odishatv-khabar/media/post_attachments/wp-content/uploads/2021/05/Solid-Starts.jpg)
କମ୍ ସୁଗାର ଓ ପୁଷ୍ଟିକର ଖାଦ୍ୟରେ ପରିପୂର୍ଣ୍ଣ ହେତୁ ଆଭୋକାଡୋ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଭିଟାମିନ୍ ଇ ବ୍ୟତୀତ ଏଥିରେ ଥିବା ଭିଟାମିନ୍ ସି ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/The-Sentinel-Assam_1620824142.jpg)