Advertisment

ଏହିସବୁ ଖାଦ୍ୟ ଖାଉଛନ୍ତି କି? ତେବେ ହୁସିଆର! ମୁଖବ୍ରଣ ହେଇପାରେ

ଆଜିକାଲି ପ୍ରାୟ ସବୁ ଯୁବଗୋଷ୍ଠୀ ମୁଖବ୍ରଣ ପରି ସମସ୍ୟାରେ ପିଡିତ । ଏହାର ସମାଧାନ ପାଇଁ କିଏ କେତେ ଉପାୟ ଅବଲମ୍ବନ କରୁଥିବା ବେଳେ ଭୁଲିଯାଆନ୍ତି ଯେ ଏହା ପଛରେ ଥିବା ଭୁଲ ଖାଦ୍ୟ ଗ୍ରହଣର କାରଣଟିକୁ। ଏପରି ବହୁତ ଖାଦ୍ୟ ଅଛି ଯାହାକୁ ଆମେ ଆମ ଦୈନିନନ୍ଧୀନ ଜୀବନରେ ଆପଣେଇ ନେଇଛେ ଯାହା ମୁଖବ୍ରଣର ପ୍ରଧାନ କାରଣ ପାଲଟିଛି। ତେବେ କେଉଁ କେଉଁ ଖାଦ୍ୟ ସାଧାରଣତଃ ମୁଖବ୍ରଣର ପ୍ରମୁଖ କାରଣ ପାଲଟିଥାଏ ଆସନ୍ତୁ ନଜର ପକେଇବା […]

ଏହିସବୁ ଖାଦ୍ୟ ଖାଉଛନ୍ତି କି? ତେବେ ହୁସିଆର! ମୁଖବ୍ରଣ ହେଇପାରେ

Acne

Advertisment

ଆଜିକାଲି ପ୍ରାୟ ସବୁ ଯୁବଗୋଷ୍ଠୀ ମୁଖବ୍ରଣ ପରି ସମସ୍ୟାରେ ପିଡିତ । ଏହାର ସମାଧାନ ପାଇଁ କିଏ କେତେ ଉପାୟ ଅବଲମ୍ବନ କରୁଥିବା ବେଳେ ଭୁଲିଯାଆନ୍ତି ଯେ ଏହା ପଛରେ ଥିବା ଭୁଲ ଖାଦ୍ୟ ଗ୍ରହଣର କାରଣଟିକୁ। ଏପରି ବହୁତ ଖାଦ୍ୟ ଅଛି ଯାହାକୁ ଆମେ ଆମ ଦୈନିନନ୍ଧୀନ ଜୀବନରେ ଆପଣେଇ ନେଇଛେ ଯାହା ମୁଖବ୍ରଣର ପ୍ରଧାନ କାରଣ ପାଲଟିଛି। ତେବେ କେଉଁ କେଉଁ ଖାଦ୍ୟ ସାଧାରଣତଃ ମୁଖବ୍ରଣର ପ୍ରମୁଖ କାରଣ ପାଲଟିଥାଏ ଆସନ୍ତୁ ନଜର ପକେଇବା ।

Advertisment

ଡାଏରୀ ପ୍ରଡକ୍ଟ:

publive-imageଛେନା, ବସାଦହି ଓ ଆଇସକ୍ରିମ୍ ଭଳି ଖାଦ୍ୟ କିଛି ଲୋକଙ୍କ ପାଇଁ ମୁଖବ୍ରଣର ପ୍ରମୁଖ କାରଣ ହୋଇଥାଏ। ଗାଇ କ୍ଷୀରରେ ଏମିନୋ ଏସିଡ ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ଏହା ଲିଭରରେ ଅଧିକ ପରିମାଣର IGF-1 ପ୍ରସ୍ତୁତି କରେ । ଫଳରେ ମୁଖବ୍ରଣର ସମସ୍ୟା ଦେଖାଦେଇଥାଏ।

ରିଫାଇଣ୍ଡ୍ ଖାଦ୍ୟ:

publive-imageଖାଦ୍ୟରେ ଯଦି ବ୍ରେଡ୍, ଧଳା ପାସ୍ତା, ଶସ୍ୟ ବା ମଇଦା ନୁଡଲ୍ସ ଥାଏ ତେବେ ଏହା ମଧ୍ୟ ମୁଖବ୍ରଣର କାରଣ ହୋଇଥାଏ। ଏହି ସବୁ ଖାଦ୍ୟରେ ବହୁ ପରିମାଣର କାର୍ବୋହାଇଡ୍ରେଡ୍ ଥିବାରୁ ଏହା ସିଧାସଳଖ ଆମ ବ୍ଲଡ୍ ସୁଗାର ଲେବଲରେ ପ୍ରଭାବ ପକେଇଥାଏ।

Advertisment

ଏକ ଅଧ୍ୟୟନ ଅନୁସାରେ, ଯେଉଁମାନେ ଅଧିକ ପରିମାଣରେ ମିଠା ଖାଉଛନ୍ତି ସେମାନଙ୍କ କ୍ଷେତ୍ରରେ ଏହି ସମସ୍ୟା 80 ଶତକଡା ଥିବା ଜଣାଯାଏ।

ଚକୋଲେଟ୍:

publive-imageଆପଣ ଯଦି ଅଧିକ ପରିମାଣର ଚକୋଲେଟ ଖାଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ। କାରଣ ଏହା ମୁଖବ୍ରଣକୁ ବୃଦ୍ଧି କରିଥାଏ। ଚକୋଲେଟରେ କୋକୋଅ, କ୍ଷୀର ଓ ଚିନିର ଭାଗ ଥିବାରୁ ଏହା ଆମ ଇମୁନ ସିଷ୍ଟମରେ ଆଞ୍ଚ ଆଣିବାରୁ ମୁଖବ୍ରଣର କାରଣ ହୋଇଥାଏ।

Advertisment

ଶୁଖିଲା ଖାଦ୍ୟ:

publive-imageଫ୍ରାଏଜ, ବରଗର୍, ପକୋଡା ଭଳି ଖାଦ୍ୟ ଯେ କେବଳ ଓଜନ ବୃଦ୍ଧି କରେନି ଏହା ସହିତ ମୁଖବ୍ରଣ ହେବାରେ ମଧ୍ୟ ସହଯୋଗ କରିଥାଏ। ଦୈନନ୍ଧିନ ଏହିସବୁ ଖାଦ୍ୟ ଖାଇଲେ ଏହା ଚର୍ମକୁ ତେଲିଆ କରିବା ସହିତ ମୁଖବ୍ରଣ କରାଇଥାଏ ।

ପ୍ରୋଟିନ ପାଉଡର:

publive-imageଯେଉଁମାନେ ଜିମ୍ ଯାଉଛନ୍ତି ବଡି ବନେଇବା ନେଇ ଅଧିକାଂଶ ପ୍ରୋଟିନ ପାଉଡର ଉପରେ ନିର୍ଭର କରୁଛନ୍ତି। ଏଥିରେ ଅଧିକ ପରିମାଣର ପ୍ରୋଟିନ ସହିତ ଲୁସିନ୍ ଓ ଗ୍ଲୁଟାମାଇନ ଭଳି ଏମିନୋ ଏସିଡ ରହିଥାଏ। ଏହା ମଧ୍ୟ IGF-1 ହରମୋନ ବୃଦ୍ଧି କରି ଏହି ସମସ୍ୟା ସୃଷ୍ଟି କରିଥାଏ।

ଓମେଗା-6 ଫ୍ୟାଟ୍:

publive-imageଯଦି ଆପଣଙ୍କ ତେଲିଆ ଚର୍ମ ତେବେ ସୋୟାବିନ, କର୍ଣ୍ଣଫ୍ଲେକ୍ସ, ସନଫ୍ଲାୱାର ତେଲ ଓ ବାଦାମଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ଏହି ସବୁ ଖାଦ୍ୟ ଚର୍ମକୁ ତୈଳାକ୍ତ କରି ମୁଖବ୍ରଣ ତିଆରି କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ