Advertisment

ଅନ୍ୟକୁ ବାରମ୍ୱାର ‘ସରି’କହିବା ଭଲ ନୁହେଁ : କାହିଁକି ଜାଣନ୍ତୁ

କୌଣସି ଭୁଲ୍‌ କରିଦେଲେ ଦେଖାଯାଏ ସମସ୍ତେ ‘ସରି’ ବୋଲି କୁହନ୍ତି। ଏହା କହିବା ସଭ୍ୟ ଓ ଶିଷ୍ଟାଚାରର ପ୍ରତୀକ ଅଟେ। କିନ୍ତୁ ଏହାକୁ ନିଜର ଅଭ୍ୟାସରେ ପରିଣତ କରିବା ଏକ ଖରାପର ଲକ୍ଷଣ । କାରଣ ନିବିଡ଼ ସଂପର୍କ ଭିତରେ ଏହା କ୍ଷତିକାରକ ମଧ୍ୟ ହୋଇପାରେ। ଏମିତି ଦେଖାଯାଏକି ଆମେ ଯାହାକୁ ପ୍ରେମ କରିଥାଉ ଏବଂ ଯାହାଙ୍କୁ ହରାଇବାକୁ ଚାହିଁନଥାଉ, ଆମର ଭୁଲ୍‌ ନଥାଇ ବି ଯଦି ସେ ମନ ଊଣା କରିବସନ୍ତି ଆମେ ‘ସରି’ ବୋଲି […]

ଅନ୍ୟକୁ ବାରମ୍ୱାର ‘ସରି’କହିବା ଭଲ ନୁହେଁ : କାହିଁକି ଜାଣନ୍ତୁ

sorry

Advertisment

କୌଣସି ଭୁଲ୍‌ କରିଦେଲେ ଦେଖାଯାଏ ସମସ୍ତେ ‘ସରି’ ବୋଲି କୁହନ୍ତି। ଏହା କହିବା ସଭ୍ୟ ଓ ଶିଷ୍ଟାଚାରର ପ୍ରତୀକ ଅଟେ। କିନ୍ତୁ ଏହାକୁ ନିଜର ଅଭ୍ୟାସରେ ପରିଣତ କରିବା ଏକ ଖରାପର ଲକ୍ଷଣ । କାରଣ ନିବିଡ଼ ସଂପର୍କ ଭିତରେ ଏହା କ୍ଷତିକାରକ ମଧ୍ୟ ହୋଇପାରେ। ଏମିତି ଦେଖାଯାଏକି ଆମେ ଯାହାକୁ ପ୍ରେମ କରିଥାଉ ଏବଂ ଯାହାଙ୍କୁ ହରାଇବାକୁ ଚାହିଁନଥାଉ, ଆମର ଭୁଲ୍‌ ନଥାଇ ବି ଯଦି ସେ ମନ ଊଣା କରିବସନ୍ତି ଆମେ ‘ସରି’ ବୋଲି କହିଥାଉ। ବାସ୍ତବିକ୍‌ ଏହା ଠିକ୍‌ ନୁହେଁ। ଏହାଦ୍ୱାରା ନିଜର ଆତ୍ମବିଶ୍ୱାସ କମିଯାଏ। ଏବଂ ମନ ଭିତରେ ହୀନ ଭାବନା ଜାତ ହୁଏ।

Advertisment

publive-image ବାରମ୍ୱାର ସରିକହିବା ଦ୍ୱାରା କଣ ସବୁ ନିଜର କ୍ଷତି ହୁଏ ଆସନ୍ତୁ ଜାଣିବା-

ମନୋବଳ କମିଯାଏ - ବାରମ୍ୱାର ନିଜକୁ ଦୋଷୀ ବୋଲି ଭାବୁଥିବା ଲୋକର ମନୋବଳ ଦୁର୍ବଳ ହୋଇଯାଏ। ମନରେ ନକରାତ୍ମକ ଭାବନା ସୃଷ୍ଟି ହୁଏ। ବିଶେଷଜ୍ଞଙ୍କ ମତରେ ପିଲାଦିନେ ଯେଉଁ ପିଲାଙ୍କୁ ବାପାମାଆ ପୁରା ଓଭର ପ୍ରୋଟେକ୍ଟିଭ୍‌ରେ ରଖିଥାଆନ୍ତି, ସେହି ପିଲା ବଡ଼ ହେବା ପରେ ନିଜର ଆତ୍ମବିଶ୍ୱାସ ହରାଇଥାଏ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ଅନ୍ୟ ଉପରେ ନିର୍ଭରଶୀଳ ହୁଏ। ଡ଼ରକୁଳା ସ୍ୱଭାବର ହୁଏ।

publive-imageନିବିଡ଼ ସଂପର୍କରେ ସମସ୍ୟା ସୃଷ୍ଟି ହୁଏ – ଯେଉଁ ଲୋକ ସମ୍ୱେଦନଶୀଳ ହୋଇଥା’ନ୍ତି, ସେମାନେ ଛୋଟ ଛୋଟ କଥାକୁ ଘଣ୍ଟା ଘଣ୍ଟା ଧରି ଭାବିଥା’ନ୍ତି। କୌଣସି ପୁରୁଣା କଥାକୁ ମନେପକାଇ ନିଜର ବନ୍ଧୁଙ୍କ ଠାରୁ କ୍ଷମା ମାଗିଥା’ନ୍ତି। ନିଜର ଭୁଲକୁ ବାରମ୍ୱାର ଦୋହରାଇଥା’ନ୍ତି। ଏଥିରେ ଭଲ ମନରେ ଥିବା ବନ୍ଧୁଙ୍କ ମନୋବୃତ୍ତିରେ ପରିବର୍ତ୍ତନ ଆସେ । ଇମ୍ପ୍ରେସନ ଖରାପ ହୁଏ। ଦାମ୍ପତ୍ୟ ଜୀବନ ବା ପ୍ରେମ ସଂପର୍କରେ ବି ଏହି ଅଭ୍ୟାସ ମନ୍ଦ ପ୍ରଭାବ ପକାଇଥାଏ।

Advertisment

publive-imageବିତିଗଲା କଥାକୁ ମନେପକାଇବା -  ଏମିତି କିଛି ଲୋକ ଥାଆନ୍ତି , ଯେଉଁମାନେ କି ନିଜ ଆଖପାଖର ଲୋକଙ୍କୁ ଖୁସିରେ ରଖିବା ଓ ସେମାନଙ୍କ ଠାରୁ ପ୍ରଶଂସା ପାଇବାକୁ ନେଇ  ଅଧିକା ଚିନ୍ତାରେ ଥାଆନ୍ତି। ସମୟ ବିତିଗଲା ପରେ ମନରେ ଭାବନା ଆସେ ଯେ , ମୁଁ ସମସ୍ତଙ୍କ ପାଇଁ ସବୁ କଲି , ହେଲେ ମୋ ପାଇଁ କେହି କିଛି କଲେନି। ସମସ୍ତେ ସ୍ୱାର୍ଥପର ହୋଇଗଲେ। ଏମିତି ଭାବନା ମନରେ ଅବସାଦ ଆଣେ। ଏଣୁ ଅନ୍ୟର କଥାକୁ ଚିନ୍ତା ନକରି ନିଜ ବିଷୟରେ ଚିନ୍ତା କରନ୍ତୁ। ଯେତିକି ଖୁସି ମିଳୁଛି ସେତିକିରେ ସନ୍ତୁଷ୍ଟ ରୁହନ୍ତୁ। କାରଣ ଆପଣ ଯଦି କୌଣସି ଭାବାବେଗରେ କାହାକୁ କିଛି କହିଦେଉଛନ୍ତି ତ , ତାହା ମନେପକାଇ ନିଜକୁ ଦୋଷୀ ମନେକରିବେ। ଆଉ ବାରମ୍ୱାର ‘ସରି’ କହିବେ। ଏହି ନକରାତ୍ମକ ଚିନ୍ତା ନିଜର ଉନ୍ନତିରେ ବାଧା ସୃଷ୍ଟି କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ