Untitled-1
ସମସ୍ତେ ବ୍ରେଡର ସ୍ୱାଦକୁ ପସନ୍ଦ କରନ୍ତି ଏବଂ ଏଥିରୁ ପ୍ରସ୍ତୁତ ଡିସ୍ ମଧ୍ୟ ସମସ୍ତଙ୍କର ପସନ୍ଦ। ସେ ବ୍ରେଡ୍ ପକୋଡା ହେଉ ବା ଶାହି ଟୋଷ୍ଟ ହେଉ ବା ଅନ୍ୟ କୌଣସି ଖାଦ୍ୟ ହେଉ। ଏହି ପରିପ୍ରେକ୍ଷୀରେ, ବ୍ରେଡ୍ ଉପମା ମଧ୍ୟ ଏକ ଡିସ୍ ଯାହା ସହଜରେ ଏବଂ ଅଳ୍ପ ସମୟ ମଧ୍ୟରେ ପ୍ରସ୍ତୁତ ହୋଇପାରିବ। ଏହାର ସ୍ୱାଦ ସମସ୍ତଙ୍କୁ ସନ୍ତୁଷ୍ଟ ଆକୃଷ୍ଟ କରେ। ତେଣୁ ଏଥର, ଯଦି ଆପଣଙ୍କର କିଛି ଅଲଗା କରି ଖାଇବାକୁ ମନ ଅଛି, ତେବେ ଏହାକୁ ଥରେ ଚେଷ୍ଟା କରନ୍ତୁ। ଏହାକୁ ତିଆରି କରିବା ପାଇଁ ବାହାରୁ କିଛି ଆଣିବାର କୌଣସି ଆବଶ୍ୟକତା ନାହିଁ, ସବୁକିଛି ଆପଣଙ୍କ ରୋଷେଇ ଘରେ ମିଳି। ତେବେ ଆସନ୍ତୁ ଜାଣିବା କିପରି ସୁସ୍ୱାଦୁ ବ୍ରେଡ୍ ଉପମା ତିଆରି କରିବା-
ବ୍ରେଡ୍ ଉପମା ତିଆରି ପାଇଁ ଉପାଦାନ:
/odishatv-khabar/media/post_attachments/wp-content/uploads/2021/05/3-24.jpg)
- ୪ଟା ସିଝା କଟା ଆଳୁ
- ୪ ପିସ୍ ବ୍ରେଡ୍ (କଟା ଧାର)
- ୨ ଚାମଚ ଗୁଣ୍ଡ କାଜୁ
- ୧ ଚାମଚ ଜିରା ଏବଂ ସୋରିଷ
- ୨ ଚାମଚ ହଳଦୀ ଏବଂ ଚିଲି ପାଉଡର
- ୧ ଚାମଚ ଲେମ୍ବୁ ରସ
- ୨ ଟା କଟା ପିଆଜ
- ୨ଟା କଟା କଞ୍ଚା ଲଙ୍କା
- ୨ ଚାମଚ କଟା ଅଦା
- ୨ ଚାମଚ କଟା ଧନିଆ ପତ୍ର
- ୧୦୦ ମିଲି ତେଲ
- ସ୍ୱାଦ ଅନୁସାରେ ଲୁଣ
ବ୍ରେଡ୍ ଉପମା ପ୍ରସ୍ତୁତ ପ୍ରଣାଳୀ:
/odishatv-khabar/media/post_attachments/wp-content/uploads/2021/05/1-32.jpg)
ବ୍ରେଡ୍ ଉପମା ତିଆରି କରିବା ପାଇଁ ପ୍ରଥମେ ବ୍ରେଡ୍ର ପାର୍ଶ୍ୱକୁ ବାହାର କରି ଛୋଟ ଛୋଟ ଖଣ୍ଡ କରି କାଟିଦିଅ। ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରି ସୋରିଷ ଏବଂ ଜିରା ପକେଇ ଫୁଟାନ୍ତୁ। ବର୍ତ୍ତମାନ ପିଆଜ ପକାନ୍ତୁ ଏବଂ ଏହାକୁ କିଛି ସମୟ ଭାଜନ୍ତୁ। ସିଝା କଟା ଆଳୁ ପକାଇ କିଛି ସମୟ ପାଇଁ ଭାଜନ୍ତୁ। ଏହା ପରେ ହଳଦୀ ଓ ଚିଲି ପାଉଡର ପକାଇ ଭଲ ଭାବରେ ମିଶାନ୍ତୁ। ସେଥିରେ ବ୍ରେଡ୍ ଖଣ୍ଡ ରଖନ୍ତୁ ଏବଂ ଏହାକୁ ହାଲୁକା ଭାବରେ ଗୋଳାନ୍ତୁ। ଧ୍ୟାନ ଦିଅନ୍ତୁ ବ୍ରେଡ୍ ଯେପରି ଭାଙ୍ଗି ନ ଯାଏ। ମସଲା ସହିତ ଭଲ ଭାବରେ ମିଶିବା ପର୍ଯ୍ୟନ୍ତ ରାନ୍ଧନ୍ତୁ। ଯଦି ଆବଶ୍ୟକ ହୁଏ, କିଛି ପାଣି ମଧ୍ୟ ଦିଆ ଯାଇପାରେ। ଏବେ ବ୍ରେଡ୍ ଉପମା ପ୍ରସ୍ତୁତ। ଏଥରେ ଲେମ୍ବୁ ରସ, ଲଞ୍ଚା ଲଙ୍କା ଓ ଧନିଆ ପତ୍ର ପକାନ୍ତୁ ଏବଂ ଏହାର ମଜ୍ଜା ନିଅନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Untitled-1-34_1620394912.jpg)