Advertisment

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ହଳଦୀ

ନୂଆଦିଲ୍ଲୀ: ଆଜିକାଲି ପ୍ରାୟ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ। ମଧୁମେହ ପାଇଁ ରକ୍ତରେ ସୁଗାର ସ୍ତର ଅନିୟନ୍ତ୍ରିତ ହୋଇଯାଏ, ଯାହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ | ତେବେ ଏହାର ସମାଧାନ ରହିଛି ଆପଣଙ୍କ ରୋଷେଇ ଘରେ। ଆଜି ଜାଣିବା ଆମେ ପ୍ରତିଦିନ ବ୍ୟବହାର କରୁଥିବା ସେହି ଗୋଟିଏ ସାମଗ୍ରୀ ବିଷୟରେ ଯାହାର ଅନେକ ଗୁଣବତ୍ତା ରହିଛି। ଆପଣ ଏହି ଘରୋଇ ଉପଚାରକୁ ବ୍ୟବହାର କରି ରକ୍ତରେ ସୁଗାରର ମାତ୍ରା ନିୟନ୍ତ୍ରଣ କରିପାରିବେ। ଅନେକ ରୋଗର ଉପଶମ […]

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ହଳଦୀ

haladi

Advertisment

ନୂଆଦିଲ୍ଲୀ: ଆଜିକାଲି ପ୍ରାୟ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ। ମଧୁମେହ ପାଇଁ ରକ୍ତରେ ସୁଗାର ସ୍ତର ଅନିୟନ୍ତ୍ରିତ ହୋଇଯାଏ, ଯାହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ | ତେବେ ଏହାର ସମାଧାନ ରହିଛି ଆପଣଙ୍କ ରୋଷେଇ ଘରେ। ଆଜି ଜାଣିବା ଆମେ ପ୍ରତିଦିନ ବ୍ୟବହାର କରୁଥିବା ସେହି ଗୋଟିଏ ସାମଗ୍ରୀ ବିଷୟରେ ଯାହାର ଅନେକ ଗୁଣବତ୍ତା ରହିଛି। ଆପଣ ଏହି ଘରୋଇ ଉପଚାରକୁ ବ୍ୟବହାର କରି ରକ୍ତରେ ସୁଗାରର ମାତ୍ରା ନିୟନ୍ତ୍ରଣ କରିପାରିବେ।

Advertisment

ଅନେକ ରୋଗର ଉପଶମ ହଳଦୀ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାଠାରୁ ଆରମ୍ଭ କରି ଖାଦ୍ୟର ରୁଚି ବଢ଼ାଇବା ପର୍ଯ୍ୟନ୍ତ ସମସ୍ତ ଗୁଣର ଅଧିକାରୀ ହେଉଛି ହଳଦୀ। ଏଣୁ ଭାରତୀୟ ଖାଦ୍ୟ ପ୍ରଣାଳୀରେ କାହିଁ ଆବାହମାନ କାଳରୁ ହଳଦୀର ବ୍ୟବହାର ରହିଆସିଛି। ତେବେ ଏହା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ବେଶ ଉପକାରୀ। ଖାଦ୍ୟରେ ଅଧିକ ହଳଦୀ ସାମିଲ କରିବା ଦ୍ୱାରା ଏହା ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ।

publive-imageସ୍କ୍ରାଚ୍ ମାର୍କ, କୁଣ୍ଡିଆ, କ୍ଷତ ଆଦି ସମସ୍ୟା ପାଇଁ ଶତାବ୍ଦୀ ଧରି ହଳଦୀ ବ୍ୟବହୃତ ହୋଇଆସୁଛି | ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ସେହିପରି ଏହାର ଆଣ୍ଟିଇନଫ୍ଲାମେଟୋରୀ ଗୁଣ ମଧ୍ୟ ରହିଛି, ଯାହା ଶରୀରରେ ଇନସୁଲିନ୍ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାଏ | ତେବେ ଆପଣ ଜାଣିବା ନିହାତି ଆବଶ୍ୟକ ଯେ, ଯେତେବେଳେ ଆପଣଙ୍କ ଶରୀରରେ ଅଧିକ ଇନସୁଲିନ୍ ଥାଏ, ସେତେବେଳେ ରକ୍ତରେ ସୁଗାର ସ୍ତର କମିଯାଏ |

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ