Advertisment

ଘରେ ତିଆରି କରନ୍ତୁ ହ୍ୟାଣ୍ଡ୍‌ ସାନିଟାଇଜର୍

କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ନେଇ ବିଭିନ୍ନ ସ୍ତରରେ ସବୁବେଳେ ହାତ ହୋଇବା ନେଇ ଉପଦେଶ ଦିଆଯାଉଛି। ଯଦିଓ ସାବୁନ୍‌ରେ ହାତ ଧୋଇବା ସବୁଠାରୁ ଭଲ ବୋଲି ବିବେଚନା କରାଯାଏ, କିନ୍ତୁ ଯଦି ଆପଣଙ୍କ ପାଖେ ସାବୁନ୍ ଏବଂ ଜଳର…

ଘରେ ତିଆରି କରନ୍ତୁ ହ୍ୟାଣ୍ଡ୍‌ ସାନିଟାଇଜର୍

Untitled-1

Advertisment

କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ନେଇ ବିଭିନ୍ନ ସ୍ତରରେ ସବୁବେଳେ ହାତ ହୋଇବା ନେଇ ଉପଦେଶ ଦିଆଯାଉଛି। ଯଦିଓ ସାବୁନ୍‌ରେ ହାତ ଧୋଇବା ସବୁଠାରୁ ଭଲ ବୋଲି ବିବେଚନା କରାଯାଏ, କିନ୍ତୁ ଯଦି ଆପଣଙ୍କ ପାଖେ ସାବୁନ୍ ଏବଂ ଜଳର ସୁବିଧା ନାହିଁ, ତେବେ ହ୍ୟାଣ୍ଡ ସାନିଟାଇଜର ହେଉଛି ସର୍ବୋତ୍ତମ ବିକଳ୍ପ। କରୋନା କାଳରେ, ହ୍ୟାଣ୍ଡ ସାନିଟାଇଜର ଏକ ଅସ୍ତ୍ର ପରି କାମ କରୁଛି ଏବଂ ଲୋକମାନେ ଏହାକୁ ସବୁବେଳେ ସାଙ୍ଗରେ ନେଇଯିବା ଏକ ଆବଶ୍ୟକତା ହୋଇଯାଇଛି। ଏପରି ପରିସ୍ଥିତିରେ, ପ୍ରତିମାସରେ ମହଙ୍ଗା ସାନିଟାଇଜର କିଣିବା ପରିବର୍ତ୍ତେ, ଯଦି ଆପଣ ଚାହାଁନ୍ତି, ତେବେ ନିଜ ଘରେ ସାନିଟାଇଜର ମଧ୍ୟ କରିପାରିବେ। ଏହା ଆପଣଙ୍କ ଚର୍ମ ପାଇଁ ଖୁବ ଉପକାରୀ ହେବ। ଏହାକୁ ତିଆରି କରିବା ଅତି ସହଜ ଏବଂ ନିରାପଦ ଅଟେ। ତେବେ ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି ବିଷୟରେ ଜାଣିନେବା ଆମେ ଏହାକୁ କିପରି ଘରେ ତିଆରି କରିପାରିବା।

Advertisment

publive-image

ଆଲକୋହଲଜନିତ ହ୍ୟାଣ୍ଡ୍ ସାନିଟାଇଜର୍ ପ୍ରସ୍ତୁତ କରିବାକୁ, ୨/୩ କପ୍ ୯୯% ରବିଙ୍ଗ୍ ଆଲକୋହଲ୍ କିମ୍ବା ୧୯୦ ପ୍ରୁଫ୍ ଗ୍ରେନ୍ ଆଲକୋହଲ୍ ନିଅନ୍ତୁ, ଏଥିରେ ୧/୩ କପ୍ ଖାଣ୍ଟି ଆଲୋଭେରା ଜେଲ୍ ମିଶାନ୍ତୁ ଏବଂ ଭଲ ଭାବରେ ଘାଣ୍ଟନ୍ତୁ। ଏଥିରେ ୮-୧୦ ବୁନ୍ଦା ଲେଭେଣ୍ଡର ଅଏଲ୍, ଲବଙ୍ଗ, ଡାଳଚିନ୍, କିମ୍ବା ପିପର୍‌ମେଣ୍ଟ ମିଶାନ୍ତୁ। ଏହାକୁ ଭଲ ଭାବରେ ଫେଣ୍ଟନ୍ତୁ।

ଏହାକୁ ସଂରକ୍ଷଣ କରିବା ପାଇଁ, ଏକ ପାତ୍ରକୁ ନେଇ ଏହାର ମୁହଁରେ ଏକ କାହାଳୀ ରଖି ଏଥିରେ ପ୍ରସ୍ତୁତ ସାନିଟାଇଜର୍ ଢାଳନ୍ତୁ।  ପାତ୍ରର ଢାଙ୍କୁଣୀକୁ ବନ୍ଦ କରନ୍ତୁ। ଯଦି ଦିନସାରା ସାନିଟାଇଜରକୁ ଆପଣଙ୍କ ସହିତ ରଖିବାକୁ ଚାହାଁନ୍ତି, ତେବେ ଏହାକୁ ଏକ ଛୋଟ ସ୍ପ୍ରେ ବୋତଲରେ ରଖନ୍ତୁ।

Advertisment

publive-image

କିଛି ଲୋକଙ୍କ ଚର୍ମରେ ଆଲକୋହଲ୍ ସୁଟ୍ କରେ ନାହିଁ। ଏପରି କ୍ଷେତ୍ରରେ ସେମାନଙ୍କ ପାଇଁ ହାଜେଲଜନିତ ସାନିଟାଇଜର ଖୁବ ଭଲ। ଏଥିପାଇଁ ୧ କପ୍ ଖାଣ୍ଟି ଆଲୋଭେରା ଜେଲ୍, ୧/୨ ଚାମଚ ହାଜେଲ, ୩୦ ବୁନ୍ଦା ଚା ଗଛ ତେଲ, ଅଳ୍ପ ବୁନ୍ଦା ଏସେନ୍ସିଆଲ୍ ଅଏଲର ଆବଶ୍ୟକତା ରହିଛି। ଏସବୁକୁ ଗୋଟିଏ ପାତ୍ରରେ ନେଇ ଭଲ ଭାବେ ମିଶାନ୍ତୁ। ଯଦି ମିଶ୍ରଣ ଅତ୍ୟଧିକ ପତଳା ଦେଖାଯାଏ, ଏହାକୁ ମୋଟା କରିବା ପାଇଁ ଆଉ ଏକ ଚାମଚ ଆଲୋଭେରା ମିଶାନ୍ତୁ।

ଯଦି ଏହା ଅତ୍ୟଧିକ ମୋଟା ହୋଇଯାଏ ତେବେ ଅନ୍ୟ ଏକ ଚାମଚ ହାଜେଲ ମିଶାନ୍ତୁ। ବର୍ତ୍ତମାନ ଏଥିରେ ପସନ୍ଦର ଏନେନ୍ସିଆଲ୍ ତେଲ ମିଶାନ୍ତୁ। ଏହାକୁ ଭଲ ଭାବରେ ମିଶାଇ ଏକ ପାତ୍ରରେ ରଖନ୍ତୁ। ଦିନସାରା ବ୍ୟବହାର କରିବାକୁ ହେଲେ ଏହାକୁ ଏକ ଛୋଟ ସ୍ପ୍ରେ ବୋତଲରେ ରଖନ୍ତୁ ଏବଂ ଅବଶିଷ୍ଟ ସାନିଟାଇଜରକୁ ଏକ ବଡ ପାତ୍ରରେ ଭଲଭାବେ ବନ୍ଦକରି ରଖନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ