Advertisment

ଋତୁସ୍ରାବ ସମସ୍ୟା ଦୂରକରିବା ସହ ଅନେକ ଫାଇଦା ଦେଇଥାଏ ସୂର୍ଯ୍ୟନମସ୍କାର

ଯୋଗ ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତିରେ ସହଯୋଗ କରିଥାଏ। ଯୋଗର ସବୁଠାରୁ ବଡ଼ ଓ ଲାଭଦାୟକ ଅଂଶ ହେଲା ସୂର୍ଯ୍ୟନମସ୍କାର। ସୂର୍ଯ୍ୟ ନମସ୍କାର ଶରୀରରେ ପ୍ରାଣଶକ୍ତି ବୃଦ୍ଧି କରିବା ସହ ଏକ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ। କେତେକ ପ୍ରକାରର ଆସନର ମିଶ୍ରଣରେ…

ଅଦ୍ୟତନ ହୋଇଛି
ଋତୁସ୍ରାବ ସମସ୍ୟା ଦୂରକରିବା ସହ ଅନେକ ଫାଇଦା ଦେଇଥାଏ ସୂର୍ଯ୍ୟନମସ୍କାର
Advertisment

ଯୋଗ ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତିରେ ସହଯୋଗ କରିଥାଏ। ଯୋଗର ସବୁଠାରୁ ବଡ଼ ଓ ଲାଭଦାୟକ ଅଂଶ ହେଲା ସୂର୍ଯ୍ୟନମସ୍କାର। ସୂର୍ଯ୍ୟ ନମସ୍କାର ଶରୀରରେ ପ୍ରାଣଶକ୍ତି ବୃଦ୍ଧି କରିବା ସହ ଏକ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ। କେତେକ ପ୍ରକାରର ଆସନର ମିଶ୍ରଣରେ ସୂର୍ଯ୍ୟନମସ୍କାର ଗଠିତ। ସମସ୍ତ ଯୋଗ ମଧ୍ୟରେ ସୂର୍ଯ୍ୟନମସ୍କାର ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। ସୂର୍ଯ୍ୟନମସ୍କାର ହେଉଛି ଏକ ଯୋଗ ଯାହା ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖେ। କିନ୍ତୁ ସୂର୍ଯ୍ୟନମସ୍କାର ଠିକ ବିଧି ବହୁତ କମ ଲୋକ ଜାଣନ୍ତି। ଯୋଗ କୌଣସି ବ୍ୟାୟାମ ନୁହେଁ, ଏହା ଏକ କଳା ଏବଂ ଏହାକୁ ଧୀରେ ଧୀରେ ଅଭ୍ୟାସ କରାଯିବା ଉଚିତ। ଗୋଟିଏ ଦିନରେ ଆପଣ ଏଥିରେ ପାରଦର୍ଶୀ ହୋଇପାରିବେ ନାହିଁ। ଲଗାତର ଅଭ୍ୟାସ ଦ୍ଵାରା ଏହା ଧୀରେ ଧୀରେ ଆପଣଙ୍କ ଆଦତରେ ପରିଣତ ହୋଇଯିବ। ତେବେ ଆସନ୍ତୁ ସୂର୍ଯ୍ୟନମସ୍କାରରେ ଥିବା ଆସନ, ଏହାର କୌଶଳ ଓ ଉପକାରିତା ବିଷୟରେ ଜାଣିନେବା।

Advertisment

ପ୍ରଣମାସନ :

publive-image

ଏହି ଆସନା କରିବା ପାଇଁ, ସର୍ବପ୍ରଥମେ ଦୁଇ ପାଦ ଯୋଡି ମ୍ୟାଟର ସମ୍ମୁଖ ଭାଗରେ ଧାରରେ ଠିଆ ହୁଅନ୍ତୁ। ତା’ପରେ ଦୁଇ ହାତକୁ କାନ୍ଧର ସମାନ୍ତରାଳ ଭାବରେ ଉପରକୁ ଉଠାନ୍ତୁ। ପୁରା ଓଜନକୁ ଉଭୟ ଗୋଡରେ ସମାନ ଭାବରେ ରଖନ୍ତୁ। ଉଭୟ ପାପୁଲିର ସମ୍ମୁଖରେ ପରସ୍ପରକୁ ଯୋଡି ନମସ୍କାର ମୁଦ୍ରାରେ ଠିଆ ହୁଅନ୍ତୁ।

ହସ୍ତଉତ୍ତାନସନ:

publive-image

ଏହି ଆସନା କରିବାକୁ, ଏକ ଦୀର୍ଘ ନିଶ୍ୱାସ ନେଇ ଦୁଇ ହାତକୁ ଉପରକୁ ଉଠାନ୍ତୁ। ବର୍ତ୍ତମାନ ହାତ ଓ ଅଣ୍ଟାକୁ ବଙ୍କା କରିବାବେଳେ ଉଭୟ ବାହୁ ଓ ବେକକୁ ପଛକୁ ଭାଙ୍ଗନ୍ତୁ।

Advertisment

ହସ୍ତପାଦାସନ:

publive-image

ଏହି ଅବସ୍ଥାରେ ଶ୍ୱାସ ଛାଡି ଧୀରେ ଧୀରେ ସାମ୍ନାକୁ ଝୁଙ୍କନ୍ତୁ ଓ ଦୁଇ ହାତକୁ କାନ ପାଖରେ ବୁଲାଇ ଭୂମି ସ୍ପର୍ଶ କରନ୍ତୁ।

ଅଶ୍ଵସଂଚାଳନସନ:

publive-image

ଏହି ଅବସ୍ଥାରେ ଦୁଇ ପାପୁଲିକୁ ଭୂମିରେ ରଖନ୍ତୁ, ଶ୍ୱାସ ନେବାବେଳେ ଡାହାଣ ଗୋଡକୁ ପଛକୁ ନିଅନ୍ତୁ ଏବଂ ବାମ ଗୋଡକୁ ଆଣ୍ଠୁରୁ ଭାଙ୍ଗି ଉପରେ ରଖନ୍ତୁ। ବେକକୁ ଉପରକୁ ଉଠାନ୍ତୁ ଓ ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ।

Advertisment

ପର୍ବତାସନ:

publive-image

ଏହି ଆସନା କରିବାବେଳେ ଶ୍ୱାସ ନେଇ ବାମ ଗୋଡକୁ ପଛକୁ ନିଅନ୍ତୁ ଏବଂ ସମଗ୍ର ଶରୀରକୁ ଏକ ସରଳରେଖାରେ ରଖନ୍ତୁ। ଶ୍ଵାସ ଛାଡି ମୁଣ୍ଡକୁ ଧୀରେ ଧୀରେ ପାଦ ଆଡକୁ ଆଣି ଅଣ୍ଟାକୁ ଉପରକୁ ଉଠାନ୍ତୁ।

ଅଷ୍ଟାଙ୍ଗ ନମସ୍କାର:

publive-image

ଏହି ଆସନା କରିବାବେଳେ, ଉଭୟ ଆଣ୍ଠୁକୁ ଭୂମିରେ ରଖନ୍ତୁ ଏବଂ ନିଶ୍ୱାସ ଛାଡନ୍ତୁ। ଆପଣଙ୍କର ଅଣ୍ଟାକୁ ଉପରେ ରଖି ଛାତି ଓ ଚିବୁକକୁ ଭୂମିରେ ସ୍ପର୍ଶ କରନ୍ତୁ। ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ।

ଭୁଜଙ୍ଗାସନ:

publive-image

ଏହି ଆସନା କରିବାବେଳେ ଶ୍ୱାସ ନେଇ ଧୀରେ ଧୀରେ ଛାତି ଆଗକୁ ଆଣନ୍ତୁ। ହାତକୁ ସିଧା ଭୂମିରେ ରଖି ବେକକୁ ପଛକୁ ଭାଙ୍ଗନ୍ତୁ। ଉଭୟ ଗୋଡକୁ ସିଧା ରଖନ୍ତୁ।

ଶବାସନ:

publive-image

ସିଧାସଳଖ ପିଠିରେ ଶୋଇ ଆଖି ବନ୍ଦ କରନ୍ତୁ। ପାଦକୁ ହାଲୁକା ଭାବେ ଆରାମରେ ରଖନ୍ତୁ। ପାପୁଲିକୁ ଶରୀରର ଦୁଇ ପାର୍ଶ୍ଵରେ ଉପର ମୁହାଁ କରି ରଖନ୍ତୁ। ପାଦରୁ ଶରୀରର ପ୍ରତ୍ୟେକ ଅଙ୍ଗ ଉପରେ ଧ୍ୟାନ ଦେଇ ଶ୍ଵାସକ୍ରିୟା କରନ୍ତୁ। ଧୀରେ ଧୀରେ ଏହାକୁ ହ୍ରାସ କରନ୍ତୁ। ଶରୀରକୁ ଆରାମ ମିଳିବା ପରେ ଆଖି ବନ୍ଦକରି କିଛି ସମୟ ସେହିପରି ଅବସ୍ଥାରେ ବିଶ୍ରାମ କରନ୍ତୁ।

ସୂର୍ଯ୍ୟନମସ୍କାରଙ୍କ ଉପକାରିତା:

publive-image

ସୂର୍ଯ୍ୟନମସ୍କାର କରିବା ଦ୍ଵାରା ଚାପ ଦୂରହୁଏ, ଶରୀରର ଡିଟକ୍ସ ହୁଏ ଏବଂ ମୋଟାପଣ କମିଯାଏ। ଯେଉଁ ମହିଳାମାନଙ୍କର ଋତୁସ୍ରାବ ସମସ୍ୟା ଥାଏ ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ। ମେରୁଦଣ୍ଡ ଶକ୍ତିଶାଳୀ ବି ହୋଇଥାଏ।

କେଉଁମାନେ ସୂର୍ଯ୍ୟନମସ୍କାର କରିବେ ନାହିଁ:

ଗର୍ଭବତୀ ମହିଳା, ଉଚ୍ଚରକ୍ତଚାପ ରୋଗୀ କିମ୍ବା ଯଦି ଆପଣଙ୍କର ପିଠି ଯନ୍ତ୍ରଣା ଥାଏ ତେବେ ସୂର୍ଯ୍ୟ ନମସ୍କାର କରନ୍ତୁ ନାହିଁ। ମହିଳାମାନେ ଋତୁସ୍ରାବ ସମାୟରେ ସୂର୍ଯ୍ୟନମସ୍କାର କରିବା ଉଚିତ ନୁହେଁ।

Yoga Day 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ