Advertisment

ପୁରୁଷ ପାଇଁ କଞ୍ଚା ରସୁଣ କେତେ ଉପକାରୀ?

ମହିଳାମାନଙ୍କ ସହିତ ପୁରୁଷମାନଙ୍କୁ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ। ନିଜକୁ ସକ୍ରିୟ ଏବଂ ଶକ୍ତିଶାଳୀ କରିବାକୁ ପୁରୁଷମାନେ ଅନେକ ଜିନିଷ ଖାଇଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି ରସୁଣ ଖାଇବା ପୁରୁଷମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। ରସୁଣର…

ପୁରୁଷ ପାଇଁ କଞ୍ଚା ରସୁଣ କେତେ ଉପକାରୀ?

1

Advertisment

ମହିଳାମାନଙ୍କ ସହିତ ପୁରୁଷମାନଙ୍କୁ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ। ନିଜକୁ ସକ୍ରିୟ ଏବଂ ଶକ୍ତିଶାଳୀ କରିବାକୁ ପୁରୁଷମାନେ ଅନେକ ଜିନିଷ ଖାଇଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି ରସୁଣ ଖାଇବା ପୁରୁଷମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। ରସୁଣର ଗୋଟିଏ ଖୋସା ଖାଇବା ଦ୍ୱାରା ପୁରୁଷମାନଙ୍କର ଶାରୀରିକ ଦୁର୍ବଳତା ଦୂର ହୋଇଥାଏ। ରସୁଣ ଖାଇବା ଦ୍ୱାରା ଅନେକ ପ୍ରକାରର ରୋଗ ଦୂର ହୋଇଥାଏ। ଯଦିଓ ରସୁଣକୁ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହୃତ ହୁଏ, କିନ୍ତୁ ଏହାକୁ କଞ୍ଚା ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ।

Advertisment

ରସୁଣରେ ଏଲିକିନ୍ ନାମକ ଏକ ଔଷଧୀୟ ପଦାର୍ଥ ଥାଏ, ଯାହାର ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ରହିଛି। ଏହା ବ୍ୟତୀତ ରସୁଣରେ ଭିଟାମିନ୍-ବି ଏବଂ ଭିଟାମିନ୍-ସି ମଧ୍ୟ ଥାଏ। ସେହିପରି ରସୁଣରୁ ସେଲେନିୟମ୍, ମାଙ୍ଗାନିଜ୍ ଏବଂ କ୍ୟାଲସିୟମ୍ ଭଳି ଉପାଦାନ ମଧ୍ୟ ମିଳିଥାଏ।

ଯେଉଁମାନଙ୍କର ରକ୍ତଚାପରେ ସମସ୍ୟା ରହିଛି ସେମାନେ ନିଶ୍ଚିତ ଭାବରେ ରସୁଣ ଖାଇବା ଉଚିତ। ରସୁଣ ଖାଇ ଦ୍ୱାରା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହଜ ହୋଇଯାଏ।

Advertisment
publive-image
Source : India.com

ତେବେ ପୁରୁଷଙ୍କୁ ରାତିରେ ରସୁଣ ଖାଇବାକୁ କୁହାଯାଇଛି। କାରଣ ରସୁଣରେ ଥିବା ଏଲିସିନ୍ ନାମକ ଉପାଦାନ ପୁରୁଷର ହରମୋନକୁ ନିୟନ୍ତ୍ରଣରେ ରଖିଥାଏ। ଏହା ବ୍ୟତୀତ ରସୁଣ ଖାଇବା ଦ୍ୱାରା ପୁରୁଷମାନଙ୍କଠାରେ ଇରେକ୍ଟାଇଲ୍ ଡିସ୍‌ଫଙ୍କ୍‌ସନ୍‌ ହେବାର ଆଶଙ୍କା ମଧ୍ୟ ଦୂର ହୋଇଥାଏ। ଭିଟାମିନ୍ ସି ଏବଂ ସେଲେନିୟମ୍ ବହୁ ପରିମାଣରେ ରସୁଣରେ ମିଳିଥାଏ, ଯାହା ଶୁକ୍ରାଣୁ ଗୁଣ ବଢାଇଥାଏ। ଫଳରେ ରାତିରେ ରସୁଣ ଖାଇବା ଦ୍ୱାରା ପୁରୁଷମାନଙ୍କର ଶାରୀରିକ ଦୁର୍ବଳତା ଦୂର ହୋଇଥାଏ।

ଆଜିକାଲି ପେଟ ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି। ତଥାପି, ରସୁଣ ଖାଇବା ଦ୍ୱାରା ପେଟଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଭଜା ରସୁଣ ଖାଇବା ଦ୍ୱାରା ପେଟ ସଫା ହୋଇଯାଏ ଏବଂ ଶରୀର ସୁସ୍ଥ ରହିଥାଏ।

Advertisment

ରସୁଣ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। କୁହାଯାଏ ଯେ ରାତିରେ ଶୋଇବା ପୂର୍ବରୁ ଭଜା ରସୁଣ ଖାଇବା ଦ୍ୱାରା ଏହା ସକାଳେ ଶରୀରକୁ ଡିଟକ୍ସାଇଟ୍ କରିଥାଏ। ଏହି କାରଣରୁ ଶରୀରରେ ଥିବା ବିଷାକ୍ତ ଉପାଦାନଗୁଡ଼ିକ ପରିସ୍ରା ମାଧ୍ୟମରେ ବାହାରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ