Advertisment

ପୁଫି ଆଇଜର ନିରାକରଣ ମନ୍ତ୍ର

ଶରୀରର ଅଙ୍ଗପ୍ରତ୍ୟେଙ୍ଗରେ ସାମାନ୍ୟତମ ଏପଟସେପଟ ଅସୁନ୍ଦରତାର କାରଣ ହୋଇପାରେ। ସେଥିମଧ୍ୟରେ ଆଖି ହେଉଛି ଅନ୍ୟତମ। ପୁଫି ଆଇଜ୍ ବା ସ୍ଫୀତ ଆଖି ହେଉଛି ଏକ ସାଧାରଣ ସମସ୍ୟା ଯାହା ସୌନ୍ଦର୍ଯ୍ୟରେ ପ୍ରଭାବ ପକାଇଥାଏ। ଯେତେବେଳେ ଆଖି ଚାରିପାଖରେ ଥିବା ଚର୍ମ ଫୁଲିବାକୁ ଆରମ୍ଭ କରେ ସେତେବେଳେ ଏହି ସମସ୍ୟା ଦେଖାଯାଏ। ଏଭଳି ହେବା ପଛରେ ଅନେକ କାରଣ ରହିଛି। ସେ ସବୁ ମଧ୍ୟରେ କମ ଶୋଇବା, ଥକ୍କାପଣ, ଅଧିକ କାନ୍ଦିବା ଆଦି ରହିଛି। ଯଦି ଆପଣ ଏଭଳି […]

ପୁଫି ଆଇଜର ନିରାକରଣ ମନ୍ତ୍ର

Puffy

Advertisment

ଶରୀରର ଅଙ୍ଗପ୍ରତ୍ୟେଙ୍ଗରେ ସାମାନ୍ୟତମ ଏପଟସେପଟ ଅସୁନ୍ଦରତାର କାରଣ ହୋଇପାରେ। ସେଥିମଧ୍ୟରେ ଆଖି ହେଉଛି ଅନ୍ୟତମ। ପୁଫି ଆଇଜ୍ ବା ସ୍ଫୀତ ଆଖି ହେଉଛି ଏକ ସାଧାରଣ ସମସ୍ୟା ଯାହା ସୌନ୍ଦର୍ଯ୍ୟରେ ପ୍ରଭାବ ପକାଇଥାଏ। ଯେତେବେଳେ ଆଖି ଚାରିପାଖରେ ଥିବା ଚର୍ମ ଫୁଲିବାକୁ ଆରମ୍ଭ କରେ ସେତେବେଳେ ଏହି ସମସ୍ୟା ଦେଖାଯାଏ। ଏଭଳି ହେବା ପଛରେ ଅନେକ କାରଣ ରହିଛି। ସେ ସବୁ ମଧ୍ୟରେ କମ ଶୋଇବା, ଥକ୍କାପଣ, ଅଧିକ କାନ୍ଦିବା ଆଦି ରହିଛି। ଯଦି ଆପଣ ଏଭଳି କିଛି ସମସ୍ୟାର ସମ୍ମୁଖିନ କରୁଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହୁଛୁ, ଆପଣ ଏହାକୁ ଅନୁକରଣ କରନ୍ତୁ ଆଉ ଏହି ସମସ୍ୟାରୁ ସହଜରେ ମୁକ୍ତି ପାଆନ୍ତୁ।

Advertisment

ଆଳୁ

publive-image

ଆଳୁ ଏକ ସାଧାରଣ ପରିବା ହୋ‍ଇଥିବାରୁ ଏହା ସମସ୍ତ ଘରେ ସହଜେ ମିଳିଯିବ। ଆଳୁକୁ ଗୋଲକରି କାଟି ଦୁଇ ଖଣ୍ଡ ଫ୍ରିଜରେ ରଖି ଥଣ୍ଡା କରନ୍ତୁ।  ପରେ ଏହାକୁ ଆଣି ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଆଖି ଉପରେ ରଖନ୍ତୁ। ଏହା ଆଖିକୁ ଆରାମ ଦେବା ସହିତ ଆଖିରେ ଜମାଟ ବାନ୍ଧୁଥିବା ପାଣିକୁ ଶୁଖାଇ ଦେଇଥାଏ। ଫଳରେ ପୁଫି ଆଇଜ୍ ଭଳି ସମସ୍ୟା ଆଉ ଦେଖାଯାଏନି।

କାକୁଡି

publive-image

ଆଳୁ ପରି ଆପଣ ମଧ୍ୟ କାକୁଡି ଖଣ୍ଡରେ ବି କରିପାରିବେ। କିଛି କାକୁଡି ଖଣ୍ଡ ଫ୍ରିଜରେ ରଖି ଥଣ୍ଡା କରନ୍ତୁ। ଏହା ପରେ ଏହାକୁ ଆଣି ଆଖିରେ ୧୫ ମିନିଟ୍ ପାଖାପାଖି ରଖନ୍ତୁ। ଏହା ମଧ୍ୟ ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବ।

Advertisment

ଆଲୋବେରା

publive-image

ଆଲୋବେରାରେ ଥିବା ରସରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଥାଏ। ଆଖି ଭିତର ଫୁଲାକୁ ଏହା ପ୍ରଶମିତ କରିବାରେ ରାମବାଣ ଭଳି କାମ କରେ। ଆଲୋବେରା ରସକୁ ଏକ ପାତ୍ରରେ ସଂଗ୍ରହ କରି ଫ୍ରିଜରେ ରଖ। ପରେ ଏହାକୁ ଆଣି କିଛି ସମୟ ପାଇଁ ଆଖି ଚାରିପାଖେ ପ୍ରଲେପ ଦେଲେ ଏହି ସମସ୍ୟା ଦୂର ହୋଇଥାଏ।

ପ୍ରଚୁର ପାଣି ପିଇବା

publive-image

ଜଳ ହିଁ ଜୀବନ। ପାଣି ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ। ପାଣି ପି‍ଇବା କମିଗଲେ ହଜମ କ୍ରିୟାରେ ଅସନ୍ତୁଳନ ଦେଖାଯାଇ ଅନେକ ସମସ୍ୟା ଦେଖାଯାଏ। ଯଦି ଆପଣ ଆଖିର ଏହି ସମସ୍ୟାକୁ ବାରମ୍ବାର ଦେଖୁଛନ୍ତି ତେବେ ପାଣି ପିଇବାରେ ଅଭାବ ହେଉଛି ବୋଲି ଧରିନିଅନ୍ତୁ। ତେଣୁ ଦିନସାରା ପ୍ରଚୁର ପାଣି ପିଇବା ଉଚିତ। ଏହାଛଡା ବାରମ୍ବାର ଥଣ୍ଡା ପାଣିରେ ଆଖି ଧୋଇବାର ମଧ୍ୟ ଆବଶ୍ୟକତା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ