Advertisment

କରୋନା ବେଳେ ରୋଷେଇ ଘରର କେଉଁ କେଉଁ ଜିନିଷ ସଫା କରିବା ଜରୁରୀ

ସଫା ସୁତୁରା ରହିବା ତ ସବୁବେଳେ ଜରୁରୀ, ତେବେ ଯଦି କରୋନାକୁ ନେଇ ଚିନ୍ତା କରାଯାଏ ତେବେ ଏହାର ଆବଶ୍ୟକତା ଦୁଇଗୁଣା ବଢିଯାଏ। ଏନେଇ ଘରର ଅନ୍ୟାନ୍ୟ ଜିନିଷ ସହିତ ରୋଷେଇ ଘରେ ବ୍ୟବହାର ହେଉଥିବା ଜିନିଷଗୁଡ଼ିକର ସଫାସୁତୁରା ମଧ୍ୟ ସବୁଦିନେ କରିବା ଜରୁରୀ। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା ଯେ ରୋଷେଇ ଘରର କେଉଁ ସବୁ ଜିନିଷକୁ ସଫା ସୁତୁରା କରିବା ନେଇ ଆମେ ଅଧିକ ଗୁରୁତ୍ୱ ଦେବା। ବାସନ ଧୂଆ ବେସିନ(ସିଙ୍କ୍): ଅନେକ […]

କରୋନା ବେଳେ ରୋଷେଇ ଘରର କେଉଁ କେଉଁ ଜିନିଷ ସଫା କରିବା ଜରୁରୀ

1

Advertisment

ସଫା ସୁତୁରା ରହିବା ତ ସବୁବେଳେ ଜରୁରୀ, ତେବେ ଯଦି କରୋନାକୁ ନେଇ ଚିନ୍ତା କରାଯାଏ ତେବେ ଏହାର ଆବଶ୍ୟକତା ଦୁଇଗୁଣା ବଢିଯାଏ। ଏନେଇ ଘରର ଅନ୍ୟାନ୍ୟ ଜିନିଷ ସହିତ ରୋଷେଇ ଘରେ ବ୍ୟବହାର ହେଉଥିବା ଜିନିଷଗୁଡ଼ିକର ସଫାସୁତୁରା ମଧ୍ୟ ସବୁଦିନେ କରିବା ଜରୁରୀ। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା ଯେ ରୋଷେଇ ଘରର କେଉଁ ସବୁ ଜିନିଷକୁ ସଫା ସୁତୁରା କରିବା ନେଇ ଆମେ ଅଧିକ ଗୁରୁତ୍ୱ ଦେବା।

Advertisment

ବାସନ ଧୂଆ ବେସିନ(ସିଙ୍କ୍):

publive-image

ଅନେକ ଲୋକ ବାସନକୁ ସିଙ୍କରେ ଧୋଇଥାନ୍ତି, କିନ୍ତୁ ଏହାକୁ ସଫା କରନ୍ତି ନାହିଁ। ସେମାନଙ୍କ ଧାରଣା ଯେ ବାସନ ଧୋଇବା ଦ୍ୱାରା ତାହା ସଫା ହୋଇଯାଏ। କିନ୍ତୁ ସିଙ୍କ୍‌କୁ ସ୍ୱତନ୍ତ୍ରଭାବେ ସଫାକରିବା ଜରୁରୀ। ଅନେକ ସମୟରେ ଲୋକେ ସିଙ୍କ୍‌ରେ ବାସନ ଛଡ଼ା ଫଳମୂଳ, ହାତ, ପନିପରିବା ଆଦି ମଧ୍ୟ ଧୋଇଥାଆନ୍ତି। ଏହି କାରଣରୁ ସିଙ୍କ୍‌ରେ କୀଟାଣୁ ହେବାର ସମ୍ଭାବନା ରହିଥାଏ।

ସ୍ଲାବ୍:

publive-image

ସ୍ଲାବରେ ରୋଷେଇ କରିବା ବ୍ୟତୀତ ଅନ୍ୟାନ୍ୟ ଜିନିଷପତ୍ର ମଧ୍ୟ ରଖିବା ଜରୁରୀ ହୋଇଥାଏ। ରାସନ ସାମଗ୍ରୀ, ପନିପରିବା, ଫଳ ଆଦି ଲୋକେ ସ୍ଲାବ ଉପରେ ହିଁ ରଖିଦିଅନ୍ତି। ଏହି କାରଣରୁ ସ୍ଲାବ ଉପର ମଧ୍ୟ ଅପରିଷ୍କାର ହେବା ସହ କୀଟାଣୁ ହେବା ଆଶଙ୍କା ରହିଛି। ତେଣୁ ଏହାକୁ ମଧ୍ୟ ପ୍ରତିଦିନ ସଫାକରିବା ଜରୁରୀ।

Advertisment

ଫ୍ରିଜ୍:

publive-image

ସେ ରୋଷେଇ ଖାଦ୍ୟ ହେଉ ବା ପନିପରିବା, ଫଳ, କ୍ଷୀର-ଦହି, ସର୍ବତ ଆଦିକୁ ଫ୍ରିଜରେ ରଖିବାକୁ ପଡେ। ଏହାଛଡ଼ା ପାଣି କିମ୍ବା ବରଫ ରଖିବା ବା କାଢିବା ନେଇ ଅନେକ ବାର ଫ୍ରିଜକୁ ଧରିବାକୁ ମଧ୍ୟ ପଡେ। ହାତ ଦ୍ୱାରା ହେଉ କି କୌଣସି ପ୍ୟାକେଟ ବା ବୋତଲ ମାଧ୍ୟମରେ ମଧ୍ୟ କୀଟାଣୁ ଫ୍ରିଜ ଭିତରକୁ ଆସିବାର ସମ୍ଭାବନା ଥାଏ। ଏନେଇ ଫ୍ରିଜ ବାହାର ଓ ଭିତର ସଫାକରିବା ନିହାତି ଦରକାର।

ରୋଷେଇ ଘର କପଡା:

publive-image

ରୋଷେଇ ଘରର କୌଣସି ସାମଗ୍ରୀ ହେଉ ବା ହାତ ପୋଛିବା ବା ତତଲା ବାସନ ଧରିବା ନେଇ କପଡା ବ୍ୟବହାର କରାଯାଏ। ଦିନକୁ ଅନେକ ଥର ଏହି କପଡା ଧରିବାକୁ ପଡେ। କପଡା ଯେତେ ସଫା ଦେଖାଯାଉ ପଛେ ଏହାକୁ ଯଦି ସବୁବେଳେ ସଫା ନ କରାଯାଏ ତେବେ ଏଥିରେ ମଧ୍ୟ କୀଟାଣୁ ହେବାର ସମ୍ଭାବନା ରହିଛି।

Advertisment

ଡଷ୍ଟବିନ୍:

publive-image

ରୋଷେଇ ଘର ଡଷ୍ଟବିନ ମଧ୍ୟ ପ୍ରତିଦିନ ସଫା ହେବା ଦରକାର। କାରଣ ଏଥିରେ ସବୁବେଳେ କ୍ଷୀର-ଦହି ପ୍ୟାକେଟ୍, ପଲିଥିନ, ବଳକା ଖାଦ୍ୟ, ଫଳ-ପନିପରିବା ଚୋପା ଆଦି ପକାଯାଏ। ଫଳରେ ଡଷ୍ଟବିନରେ ଅନେକ କୀଟାଣୁ ସୃଷ୍ଟି ହୋଇଥାନ୍ତି। ତେଣୁ ସବୁଦିନ ଡଷ୍ଟବିନରୁ ସେସବୁ ପକେଇବା ପରେ ଭଲଭାବେ ସଫାକରିବା ଉଚିତ।

ଲୁଣଜାଗା:

publive-image

ଲୁଣଜାଗାକୁ ଆମେ ଅନେକ ବାର ଧରିଥାଉ। ଖାଲି ଯେ ଭାତ କି ରୁଟି ଖାଇଲା ବେଳେ କି ରୋଷେଇ କରିବା ବେଳେ ଆମେ ଏହାକୁ ଧରୁ ତାହା ନୁହେଁ। ଅନେକ ସମୟରେ ଫଳ, ଦହି, ଲହୁଣି ଆଦି ଖାଇଲା ବେଳେ ମଧ୍ୟ ଆମେ ଲୁଣଜାଗା ଧରିଥାଉ। ସବୁବେଳେ ଯେ ଆମେ ହାତ ଧୋଇ ଧରୁ ତାହା ବି ମାନେ ନାହିଁ। ତେଣୁ ଏହାକୁ ମଧ୍ୟ ଦିନେ କି ଦୁଇଦିନରେ ଥରେ ସଫାକରିବା ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ