Advertisment

Layoff Rumours:ଏକାଥରେ ବିଦା ହେବେ ୮୦ ହଜାର କର୍ମଚାରୀ, ଆଇଟି କର୍ମଚାରୀଙ୍କ ବଢିଲା ଚିନ୍ତା

ଆଇଟି କର୍ମଚାରୀଙ୍କ ବଢିଲା ଚିନ୍ତା । ଚାକିରି ଖାଇବ ବଡ଼ କମ୍ପାନୀ । ଏକାଥରେ ବିଦା ହେବେ ୮୦ ହଜାର କର୍ମଚାରୀ । TCSରେ ବଡ଼ ଧରଣର ଛଟେଇ ନେଇ ବଢିଲା ଚର୍ଚ୍ଚା । ଦେଶର ସବୁଠୁ ବଡ ଆଇଟି କମ୍ପାନି ଟିସିଏସ୍ ।

TCS-LAYSOFF

TCS-LAYSOFF Photograph: (OTV)

Advertisment

ଦେଶର ସବୁଠୁ ବଡ ଆଇଟି କମ୍ପାନି ଟିସିଏସ୍ । ଏହାର କର୍ମଚାରୀ ସଂଖ୍ୟା ୬ ଲକ୍ଷରୁ ଅଧିକ । ଗତଜୁଲାଇରେ ଟିସିଏସ୍ ଏକ ଷ୍ଟେଟମେଣ୍ଟରେ କହିଥିଲା କି, କମ୍ପାନି ୧୨୦୦୦ କର୍ମଚାରୀ ଛଟେଇ କରିବ । କିନ୍ତୁ ପ୍ରକୃତିରେ ଏହି ସଂଖ୍ୟା ବେଶ୍ ଅଧିକ । ପ୍ରାୟ ୮୦,୦୦୦ କର୍ମଚାରୀଙ୍କୁ ବିଦା କରିବ ଟିସିଏସ୍ । ଯାହାକୁ ନେଇ ସୋସିଆଲ ମିଡିଆ ସହ ଜାତୀୟ ଗଣମାଧ୍ୟମରେ ବି ଜୋର୍ ଧରିଛି ଚର୍ଚ୍ଚା ।

Advertisment

ଟିସିଏସରେ ୮୦ ହଜାର ଛଟେଇ ନେଇ ଦାବି କରିଛନ୍ତି ଜଣେ ଏକ୍ସ ୟୁଜର । ସେ କହିଛନ୍ତି, ତାଙ୍କର ଜଣେ ସାଙ୍ଗ ୧୫ ବର୍ଷ ହେଲା ଟିସିଏସ୍‌ରେ କାମ କରୁଛି । କମ୍ପାନି ପ୍ରାୟ ୮୦ ହଜାର କର୍ମଚାରୀଙ୍କୁ ରିଜାଇନ୍‌ କରିବାକୁ କହିଛି । କିଛି କର୍ମଚାରୀଙ୍କୁ ୧୮ ମାସ, ଆଉ କେତେକଙ୍କୁ ୩ ମାସର ସେଭରାନ୍ସ ପ୍ୟାକେଜ ବା କ୍ଷତିପୂରଣ ଦରମା ଦେଇ ଛଟେଇ କରାଯାଇଥିବା ବେଳେ ଆଉ କିଛି ଜଣଙ୍କୁ କୌଣସି ପ୍ୟାକେଜ ମିଳିନାହିଁ ।

ତେବେ ଏହି ଦାବିକୁ ମିଛ ଓ ବିଭ୍ରାନ୍ତିକର କହି ଖଣ୍ଡନ କରିଛି TCS । କେବଳ ୨ ପ୍ରତିଶତ ବା ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି କମ୍ପାନି କହିଛି । କିନ୍ତୁ ଅନେକ ଜାତୀୟ ଗଣମାଧ୍ୟମ ଏହି ବଡ ଧରଣର ଛଟେଇ ଖବରକୁ ପ୍ରମୁଖ ଭାବେ ନେଇଛନ୍ତି ।

Advertisment

ସେପଟେ ଦେଶର ସର୍ବବୃହତ ଆଇଟି କମ୍ପାନୀରେ ୮୦ ହଜାର ଛଟେଇ ଚର୍ଚ୍ଚାକୁ ନେଇ ଚିନ୍ତାରେ ପଡିଛନ୍ତି ଆଇଟି କର୍ମଚାରୀ ।  କିଛି ଦିନ ପୂର୍ବରୁ ୧୧ ହଜାରରୁ ଅଧିକ କର୍ମଚାରୀଙ୍କୁ ବାହାର କରିଥିଲା ଆକ୍ସେଞ୍ଚର । AIର ଦ୍ରୁତ ବ୍ୟବହାର ଆଇଟି କର୍ମଚାରୀଙ୍କ ପାଇଁ ସାଜିଛି କାଳ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ