SI-EXAM Photograph: (OTV)
ଯେତେ ଖୋଳିଲେ, ସେତେ ବାହାରୁଛି ପୋଲିସ SI ନିଯୁକ୍ତି କେଳେଙ୍କାରୀ ପଛର କଳାଫର୍ଦ୍ଦ। ସରକାରୀ ଚାକିରିର ଏ ବିଶାଳ ଦୁର୍ନୀତି ମାମଲାରେ ନିଇତି ଆସୁଛି ନୂଆ ନୂଆ ତଥ୍ୟ। ପୋଲିସ SI ନିଯୁକ୍ତି ଘୋଟାଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଆହୁରି ସାଂଘାତିକ ସୂଚନା। କୁହାଯାଉଛି, 3ଟି ବସରୁ ଧରାପଡ଼ିଥିବା କେବଳ ୧୧୪ ନୁହଁନ୍ତି, ବରଂ ଦଲାଲଙ୍କ ସହ ଡିଲ କରିଥିବା ଆଶାୟୀଙ୍କ ସଂଖ୍ୟା ଥିଲା ୩୦୦। ବସ୍ ଯୋଗେ ୧୧୪ ଯାଉଥିବା ବେଳେ ଅବଶିଷ୍ଟ ୧୮୬ ଆଶାୟୀ ଯାଉଥିଲେ ଟ୍ରେନରେ।
ତେବେ ପୋଲିସ କେବଳ ବସରେ ଯାଉଥିବା ଆଶାୟୀଙ୍କୁ ଧରିଥିବା ବେଳେ ଏବେ ଖସି ଯାଇଛନ୍ତି ଟ୍ରେନରେ ଯାଉଥିବା ୧୮୬ ଆଶାୟୀ। ଆଉ ଏମାନେ ଦଲାଲଙ୍କ ହାତକୁ ଖାଲି ଅଗ୍ରୀମ ଟଙ୍କା, ନୁହେଁ ସାର୍ଟିଫିକେଟ ବି ଟେକି ଦେଇଥିବା କୁହାଯାଉଛି। ସେପଟେ ସିଲିକନ୍ ଓ ପଞ୍ଚସଫ୍ଟ କମ୍ପାନୀ କାମ ପାଇବା ନେକ୍ସସ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ରହିଥିଲା OPRB ବୋଲି ଚର୍ଚ୍ଚା ହେଉଛି। ଏସବୁ ତଥ୍ୟ ଏବେ କ୍ରାଇମବ୍ରାଞ୍ଚ ହାତରେ ଲାଗିବା ପରେ ଏବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ସ୍ପେଶାଲ ଟିମ୍। ହେଲେ ପଞ୍ଚସଫ୍ଟ କମ୍ପାନୀର ମୁଖ୍ୟ ତଥା ସ୍କାମର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ପର୍ଯ୍ୟନ୍ତ ଏଯାଏଁ ପହଞ୍ଚି ପାରିନି ତଦନ୍ତକାରୀ ଦଳ।...
ଏପଟେ ପୋଲିସ SI ନିଯୁକ୍ତି ପଛରେ ଏଭଳି ମହା ଘୋଟାଲାକୁ ନେଇ ମର୍ମାହତ ବହୁ ଗରିବ ଓ ମେଧାବୀ ଆଶାୟୀ। ଯେଉଁମାନେ ସରକାରୀ ଚାକିରିଟିଏ ପାଇବାକୁ ଦିନରାତି ଏକ କରିଦେଇଥିଲେ, ସେମାନେ ଆଶା ଆଉ ଆଶଙ୍କା ଭିତରେ। ଇଏ କଟକ ତିଗିରିଆ ଅଞ୍ଚଳର ଚିନ୍ମୟ ଖଟୁଆ। ପୋଲିସ SI ପରୀକ୍ଷା ପାଇଁ ଭୁବନେଶ୍ବର ଆସି, ଘରୋଇ କମ୍ପାନୀରେ ପାର୍ଟ ଟାଇମ କରି ପ୍ରିପାରେସନର ଜୋରଦାର ସଂଘର୍ଷ କରୁଥିଲେ। କିନ୍ତୁ ପରେ ଚାକିରି ୨୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା କଥା ସାମ୍ନାକୁ ଆସିବା ପରେ ଏବେ, କ୍ରାଇମବ୍ରାଞ୍ଚର ତଦନ୍ତ ଆଉ OPRB ପଦକ୍ଷେପକୁ ଅପେକ୍ଷା କରିବା ବ୍ୟତୀତ ଉପାୟଶୂନ୍ୟ ବୋଲି କହିଛନ୍ତି।...
ସେପଟେ ପୋଲିସ SI ନିଯୁକ୍ତି କେଳେଙ୍କାରୀର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି କିଛି ବେନାମୀ ଆକାଉଣ୍ଟକୁ ଟଙ୍କା ପଠାଇ ଥିବା ବି ସାମ୍ନାକୁ ଆସିଛି। ତା ସହ ବାଲିଗୁଡା ଅଞ୍ଚଳର ଜଣେ ଶିକ୍ଷକ ବି ଦଲାଲ ଲିଷ୍ଟରେ ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/15/si-exam-2025-10-15-20-29-23.jpg)