Advertisment

Woman Slips While: ଚଳନ୍ତା ଟ୍ରେନ୍‌ରୁ ଖସିପଡିଲେ, ଆଉ ତା’ ପରେ ଯାହା ଘଟିଲା

ପରିସ୍ଥିତି ଏତେ ବିପଦପୂର୍ଣ୍ଣ ଥିଲା ଯେ ଗୋଟିଏ ସେକେଣ୍ଡ ବିଳମ୍ବ ହୋଇଥିଲେ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା। କିନ୍ତୁ କନଷ୍ଟେବଳ ଜଣକ କୌଣସି ଚିନ୍ତା ନକରି ଦୌଡିଯାଇଥିଲେ ଆଉ ତାଙ୍କୁ ଟ୍ରେନ୍ ରୁ ଟାଣି ଆଣିଥିଲେ।

Woman-Slips-Moving-Train

Woman-Slips-Moving-Train Photograph: (OTV)

Advertisment

କଥାରେ ଅଛି, “ରଖେ ହରି ମାରେ କିଏ, ମାରେ ହରି ତ ରଖେ କିଏ”। ଏହି ପୋଲିସ୍ ବାବୁ ଜଣଙ୍କ ଯଦି ଦେବଦୂତ ହୋଇ ନ ଆସିଥାନ୍ତେ, ତେବେ କ’ଣ ଯେ ହୋଇଥାନ୍ତା! ସେଥିପାଇଁ କୁହାଯାଏ, “ଜୀବନ ଆଉ ଥରେ ମିଳେ ନାହିଁ”।

Advertisment

ତେଣୁ, ଟ୍ରେନ୍ ହେଉ କି ବସ୍‌ରେ ଚଢିବା ପାଇଁ ନିଜ ଜୀବନକୁ ବିପଦରେ ପକାଇବା ଉଚିତ୍ ନୁହେଁ। ତଥାପି, ଅନେକ ସମୟରେ ଲୋକମାନେ ତରବର ହୋଇ ଏତେ ବଡ଼ ରିସ୍କ ନେଇଯାଆନ୍ତି ଆଉ ଗୋଟିଏ ମୁହୂର୍ତ୍ତରେ କିଛି ବି ହୋଇଯାଏ।

ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ଚଳନ୍ତା ଟ୍ରେନ ଧରିବାକୁ ଚେଷ୍ଟା କରିବା ସମୟରେ ଖସିପଡ଼ିଛନ୍ତି। ହେଲେ ତାଙ୍କ ଭାଗ୍ୟ ଭଲ, ସେହି ସମୟରେ, ଘଟଣାସ୍ଥଳରେ ଜଣେ RPF କନଷ୍ଟେବଳ ଥିଲେ ଆଉ ତାଙ୍କୁ ବଞ୍ଚାଇ ଦେଲେ।

Advertisment

ତେବେ ଏହି ଘଟଣାଟି ତାମିଲନାଡୁର ଇରୋଡ ଜଙ୍କସନରେ ଘଟିଥିବା ଜଣାପଡ଼ିଛି। ଭିଡିଓରେ ଦେଖାଯାଉଛି ଯେ ଏକ ଟ୍ରେନ୍ ଧୀରେ ଧୀରେ ପ୍ଲାଟଫର୍ମରୁ ଛାଡୁଛି ଆଉ ଜଣେ ମହିଳା ଦୌଡି ଦୌଡ଼ି ଚଳନ୍ତା ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କରୁଛନ୍ତି। ଯେତେବେଳେ ସେ ଗେଟ୍ ଧରୁଛନ୍ତି, ତାଙ୍କ ପାଦ ଖସିଯାଉଛି ଆଉ ସେ ଖସି ପଡୁଛନ୍ତି। 

ପରିସ୍ଥିତି ଏତେ ବିପଦପୂର୍ଣ୍ଣ ଥିଲା ଯେ ଗୋଟିଏ ସେକେଣ୍ଡ ବିଳମ୍ବ ହୋଇଥିଲେ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା। କିନ୍ତୁ କନଷ୍ଟେବଳ ଜଣକ କୌଣସି ଚିନ୍ତା ନକରି ଦୌଡିଯାଇଥିଲେ ଆଉ ତାଙ୍କୁ ଟ୍ରେନ୍ ରୁ ଟାଣି ଆଣିଥିଲେ। ଫଳରେ ଏକ ମୂଲ୍ୟବାନ ଜୀବନ ରକ୍ଷା ପାଇଗଲା।

Advertisment

ଏହି ଘଟଣାଟି ପୁଣିଥରେ ସମସ୍ତଙ୍କୁ ମନେ ପକାଇଦେଇଛି ଯେ ଚଳନ୍ତା ଟ୍ରେନ୍ ଧରିବା କେତେ ବିପଦପୂର୍ଣ୍ଣ ହୋଇପାରେ। ରେଳବାଇ ଏହି ଭିଡିଓଟିକୁ ସେୟାର କରି ଲୋକଙ୍କୁ ଏପରି ରିସ୍କ ନ ନେବାକୁ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ