Advertisment

Woman Constable Wins Hearts: ମାନବିକତାର ପରିଚୟ ଦେଲେ ମହିଳା କନଷ୍ଟେବଳ , ଗୋଟିଏ ସମୟର ଦୁଇ ଦୁଇଟି ଦାୟିତ୍ବ

ଗୋଟିଏ ସମୟର ଦୁଇ ଦୁଇଟି ଦାୟିତ୍ବ। ମାନବିକତାର ପରିଚୟ ଦେଇଛନ୍ତି ଜଣେ ମହିଳା କନଷ୍ଟେବଳ । ସୁରକ୍ଷା ଦାୟିତ୍ବ ତୁଲାଇବା ସହ ଆଉ ଜଣେ ମହିଳା ପରୀକ୍ଷାର୍ଥୀଙ୍କ ଶିଶୁର ଯତ୍ନ ନେଇ ଚର୍ଚ୍ଚାରେ। ଏଭଳି କିଛି ଦେଖିବାକୁ ମାଲକାନଗିରି ବିବିଗୁଡା ପରୀକ୍ଷା କେନ୍ଦ୍ରରେ।

Woman Constable

Woman Constable Photograph: (OTV)

Advertisment

ଗୋଟିଏ ସମୟର ଦୁଇ ଦୁଇଟି ଦାୟିତ୍ବ। ମାନବିକତାର ପରିଚୟ ଦେଇଛନ୍ତି ଜଣେ ମହିଳା କନଷ୍ଟେବଳ । ସୁରକ୍ଷା ଦାୟିତ୍ବ ତୁଲାଇବା ସହ ଆଉ ଜଣେ ମହିଳା ପରୀକ୍ଷାର୍ଥୀଙ୍କ ଶିଶୁର ଯତ୍ନ ନେଇ ଚର୍ଚ୍ଚାରେ। ଏଭଳି କିଛି ଦେଖିବାକୁ ମାଲକାନଗିରି ବିବିଗୁଡା ପରୀକ୍ଷା କେନ୍ଦ୍ରରେ।

Advertisment

ସୂଚନା ଅନୁଯାୟୀ, ଆରଆଇ, ଅମିନ ପରୀକ୍ଷା ଦେବାକୁ ବିବିଗୁଡା କେନ୍ଦ୍ରକୁ ଆସିଥିଲେ ମହିଳା ପରୀକ୍ଷାର୍ଥୀ ଭୈରବୀ ମଣ୍ଡଳ । ନିଜ ଦେଢ ମାସର ଶିଶୁକୁ ଧରି ସେ ପରୀକ୍ଷା ଦେବା ପାଇଁ ଆସିଥିଲେ । ଭୈରବୀ ପରୀକ୍ଷା ସେଣ୍ଟରକୁ ଯିବାପୂର୍ବରୁ ତାଙ୍କ ସ୍ବାମୀଙ୍କୁ ଶିଶୁଟିକୁ ଜିମାଦେଇଥିଲେ । ହେଲେ ଶିଶୁଟି ଅଧିକ କାନ୍ଦିବାରୁ ଆଉ ପରୀକ୍ଷା ଦେବାକୁ ମନ କରିନଥିଲେ ଭୈରବୀ। ଏହି ସମୟରେ ସେଠାରେ ଡ୍ୟୁଟିରେ ଥିବା ମହିଳା କନଷ୍ଟେବଳ ରଜନୀ ମାଝୀ ସହଯୋଗର ହାତ ବଢାଇଥିଲେ।

ରଜନୀ ଶିଶୁ ପୁତ୍ରକୁ ନିଜେ ଧରିବା ସହ ମହିଳାଙ୍କୁ ପରୀକ୍ଷା ଦେବାକୁ କହିଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ଭୈରବୀ ପରୀକ୍ଷା ଦେଉଥିବା ବେଳେ କନେଷ୍ଟବଲ ରଜନୀଙ୍କ କୋଳରେ ରହିଥିଲା ଶିଶୁ ପୁତ୍ର। କନେଷ୍ଟବଲ ରଜନୀଙ୍କର ୯ ମାସର ଶିଶୁ ପୁତ୍ର ଥିବାରୁ ଭୈରବୀଙ୍କ ଦେଢ ମାସର ଶିଶୁକୁ କ୍ଷୀର ମଧ୍ୟ ଖୁଆଇଥିଲେ।

Advertisment

ପରୀକ୍ଷା ଶେଷ ପରେ କନେଷ୍ଟବଲ ରଜନୀଙ୍କଠାରୁ ମହିଳା ପରୀକ୍ଷାର୍ଥୀ ଭୈରବୀ ଶିଶୁ ପୁତ୍ରକୁ ନେବା ସହ ଧନ୍ୟବାଦ ଦେଇଥିଲେ।

ଗୋଟିଏ ସମୟର ଦୁଇ ଦୁଇଟି ଦାୟିତ୍ବ
ମାନବିକତାର ପରିଚୟ ଦେଲେ ମହିଳା କନଷ୍ଟେବଳ
ସୁରକ୍ଷା ଦାୟିତ୍ବ ତୁଲାଇବା ସହ ଶିଶୁ ପୁତ୍ରର ନେଲେ ଦାୟିତ୍ବ
ଜଣେ ମହିଳା ପରୀକ୍ଷାର୍ଥୀଙ୍କ ଶିଶୁପୁତ୍ର ଯତ୍ନ ନେଇ ଚର୍ଚ୍ଚାରେ
ମାଲକାନଗିରି ବିବିଗୁଡା କେନ୍ଦ୍ରରେ ଡ୍ୟୁଟିରେ ଥିଲେ କନଷ୍ଟେବଳ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ