Advertisment

Success Story: ନଡ଼ାରେ ଫୁଟିଛି ଧଳା ସୁନା, ଛତୁଚାଷ କରି ମହିଳା ହେଲେ ସ୍ୱାବଲମ୍ବୀ

ନଡ଼ାରେ ଫୁଟିଛି ଧଳା ସୁନା। ଯାହାକୁ ଚାଷ କରି ସ୍ୱାବଲମ୍ୱୀ ହୋଇଛନ୍ତି ଏହି ମହିଳାମାନେ। ଆଉ ନିଜ ପରିବାର ପାଇଁ ସାଜିଛନ୍ତି ଆର୍ଥିକ ମେରୁଦଣ୍ଡ । ମୁଣ୍ଡପିଛା ମାସକୁ ୫ ରୁ ୬ ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି।

mushroom cultivation

mushroom cultivation Photograph: (OTV)

Advertisment

ନଡ଼ାରେ ଫୁଟିଛି ଧଳା ସୁନା। ଯାହାକୁ ଚାଷ କରି ସ୍ୱାବଲମ୍ୱୀ ହୋଇଛନ୍ତି ଏହି ମହିଳାମାନେ। ଆଉ ନିଜ ପରିବାର ପାଇଁ ସାଜିଛନ୍ତି ଆର୍ଥିକ ମେରୁଦଣ୍ଡ। କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ ବାଣୀପଦା ପଞ୍ଚାୟତର। ଯେଉଁଠି ମହିଳାମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ରାହା ଦେଇଛି ଛତୁ ଚାଷ। ଆଉ ସେମାନେ ଅନ୍ୟ ମାନଙ୍କ ପାଇଁ  ପାଲଟିଛନ୍ତି ଉଦାହରଣ।

Advertisment

ଘରେ ରହି ପରିବାର ଚଳାଇବାରେ ଅସୁବିଧା ସମ୍ମୁଖିନ ହେଉଥିବାବେଳେ ଏବେ ଏହି ଛତୁ ଫାର୍ମରୁ ମୁଣ୍ଡପିଛା ମାସକୁ ୫ ରୁ ୬ ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି। ପ୍ରତିଦିନ ଘର କାମ ସରିବା ପରେ ଛତୁ ଚାଷରେ ଲାଗିପଡ଼ନ୍ତି ମହିଳାମାନେ ।

ଇମ୍ଫାର ସିଏସଆର୍ ସହାୟତା କଲା ସ୍ୱାବଲମ୍ୱୀ

ପ୍ରଥମେ ଛତୁଛାଷ ପାଇଁ ସେମାନଙ୍କ ପାଖରେ ନଥିଲା ଆର୍ଥିକ ସମ୍ବଳ। ଏପରିକି ପ୍ରଶାସନର ସହଯୋଗ ମଧ୍ୟ ମିଳିନଥିଲା। ହେଲେ ଏହି ସମୟରେ ତାଙ୍କ ପାଖରେ ପହଞ୍ଚିଥିଲା ଚୌଦ୍ଵାର ଇମ୍ଫା କାରଖାନାର ସାମାଜିକ ଦାୟିତ୍ଵବୋଧ ଶାଖା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ। ଆଉ ମହିଳାମାନଙ୍କୁ ଛତୁ ଚାଷ ପାଇଁ ଦିଆଯାଇଥିଲା ପ୍ରଶିକ୍ଷଣ। ଦଶ ଜଣ ମହିଳାଙ୍କୁ ନେଇ ଏକ ଗ୍ରୁପ୍ ଗଠନ କରାଯାଇଥିଲା। ଆଉ ସ୍ୱଳ୍ପ ପୁଞ୍ଜିରେ ସେମାନେ ଆରମ୍ଭ କରିଥିଲେ ଛତୁ ଚାଷ। ଯାହା ତାଙ୍କୁ ଖୁବ ସଫଳତା ଦେଇଥିଲା। ଏବେ ଏହି ଗାଁର ୮୦ ଭାଗ ମହିଳା ଛତୁ ଚାଷ କରୁଛନ୍ତି।  ଆଉ ଦିନକୁ ପ୍ରାୟ ୧୦ ରୁ ୧୫ କେଜି ଛତୁ ଉତ୍ପାଦନ କରୁଛନ୍ତି। କଟକ, ଯାଜପୁର , ଢେଙ୍କାନାଳ ସହିତ ବହୁ ଜିଲ୍ଲାରୁ  ବ୍ୟବସାୟୀ ମାନେ ଏଠାରୁ ଛତୁ କିଣି ନେଇଥାନ୍ତି। 

Advertisment

ଛତୁଚାଷ ପାଇଁ ମହିଳାମାନେ ପ୍ରଥମେ ନଡ଼ା କଟାଯାଇ ପାଣିରେ ବତୁରାଇଥାନ୍ତି। ପରେ ନଡ଼ାରେ ବେଡ଼ ପ୍ରସ୍ତୁତ କରି ବିହନ ପକାଯାଇଥାଏ। ଆଉ ମାତ୍ର ୧୩ ଦିନ ମଧ୍ୟରେ ଏଥିରୁ ଛତୁ ଉତ୍ପାଦନ ହୋଇଥାଏ। ଚାଷଟି ଖୁବ ସରଳ ହୋଇଥିବାରୁ ଏଥିପ୍ରତି ମହିଳାମାନେ ବେଶ ଆଗ୍ରହୀ ହେଉଛନ୍ତି। ତେବେ କେବଳ ଛତୁ ନୁହେଁ ଫିନାଇଲ, ପାମ୍ପଡ, ଆରିସା ପିଠା,ଆଚାର ଆଦି ମଧ୍ୟ ପ୍ରସ୍ତୁତ କରି ବିଭିନ୍ନ ମେଲଣ ଗୁଡିକରେ ଷ୍ଟଲ ପକାଇ ବିକ୍ରି କରିଥାନ୍ତି ମହିଳାମାନେ।

ତେବେ ଗାଁରେ କେବଳ ଏହି ଗୋଟିଏ ଗ୍ରୁପ ନୁହେଁ ପ୍ରାୟ ୧୫ରୁ ଅଧିକ ଗ୍ରୁପର ତିଆରି ହୋଇଛି। ତେବେ ବିନା କୌଣସି ସରକାରୀ ସହଯୋଗରେ ଛତୁଚାଷ କରି ସେମାନେ ହୋଇଛନ୍ତି ସ୍ୱାବଲମ୍ୱୀ। ଯାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।

Advertisment

IMFA IMFA Group
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ