PARALAKHEMUNDI Photograph: (OTV)
ପ୍ରେମ ମାନେ ନା ଜାତି, ଧର୍ମ, ବର୍ଣ୍ଣ, ଭାଷା କି ଦେଶର ସୀମା। ପ୍ରେମ ପାଇଁ ସାତ ଦରିଆ ପାର ହେଇପାରେ ପ୍ରେମିକ, ମହାଦେଶ ପାର ହେଇ ବି ପହଞ୍ଚିପାରେ ପ୍ରେମିକା। ଏମିତି କିଛି ଘଟଣା ଘଟିଛି ପାରଳାଖେମୁଣ୍ଡିରେ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ହାତକୁ ଦିହାତ ହୋଇଛନ୍ତି ରାଜୀବ ଓ ଏନା। ହେଲେ ନୂଆ କଣ ଭାବୁଛନ୍ତି...ଏମାନଙ୍କ ପ୍ରେମ କାହାଣୀ ଶୁଣିଲେ ଆପଣଙ୍କୁ ଲାଗିବ ଏ କୌଣସି ସିନେମାର ସ୍କ୍ରିପ୍ଟ।
ରାଜୀବ ସିଙ୍ଗାପୁରରେ ରହୁଥିଲେ, ସେଠି କାମ କରିବା ବେଳେ ଏକ ହସ୍ପିଟାଲରେ ୟୁରୋପିଅ ଦେଶ ସ୍ଲୋଭାକିଆର ଏନାଙ୍କ ସହ। ସେଠି କଥାରେ କଥାରେ ପ୍ରେମ ହେଇଯାଇଥିଲା। ରାଜୀବ ସିନା ଘରକୁ ଫେରି ଆସିଲେ ହେଲେ ଏନା କିନ୍ତୁ ତାଙ୍କୁ ଭୁଲି ପାରିନଥିଲେ।
ପ୍ରେମିକଙ୍କୁ ଖୋଜି ଖୋଜି ପାରଳାଖେମୁଣ୍ଡିରେ ପହଞ୍ଚିଥିଲେ। ରାଜୀବଙ୍କ ଘରେ ବି ଏନାଙ୍କୁ ଦେଖି ଭାରୀ ଖୁସି। ପୁଅର ବିବାହ ଠିକ୍ କଲେ ଓ ହିନ୍ଦୁ ରୀତିନୀତି ଅନୁସାରେ ହାତକୁ ଦିହାତ କରିଦେଲେ। ଏବେ ଏନା ପାଲଟି ଗଲେ ରାଜୀବଙ୍କ ସ୍ତ୍ରୀ ଅନନ୍ୟା। ଉଭୟଙ୍କ ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା।
ପାରଳାଖେମୁଣ୍ଡିରେ ନିଆରା ବାହାଘର
ପ୍ରେମିକ ପାଇଁ ବିଦେଶରୁ ଦୌଡ଼ି ଆସିଲେ ପ୍ରେମିକା
ସ୍ଲୋଭାକିଆ ଯୁବତୀ ସହ ଓଡ଼ିଆ ପୁଅର ବିବାହ
ସିଙ୍ଗାପୁରରେ ଦେଖାହେଇଥିଲେ ରାଜୀବ-ଏନା
ରାଜୀବଙ୍କୁ ବିବାହ ପାଇଁ ପାରାଳାଖେମୁଣ୍ଡି ଆସିଥିଲେ ଏନା
ହିନ୍ଦୁ ରୀତିନୀତିରେ ହେଲା ଉଭୟଙ୍କ ବିବାହ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/28/paralakhemundi-2025-11-28-10-16-48.jpg)