Advertisment

Weekly Horoscope From 6th october 2025 To 12th october 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନଖୁସି ରହିବ । ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ । ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବା ଯୋଗୁଁ ମନ ଖୁସି ରହିବ।

weekly horoscope
Advertisment

ମେଷ

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନଖୁସି ରହିବ । ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ । ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବା ଯୋଗୁଁ ମନ ଖୁସି ରହିବ। କାରବାରରେ ଭଲ ସ୍ଥିତି ବଜାୟ ରହିବ। ଅନୁଭବୀ ବ୍ୟକ୍ତିଙ୍କ ସହ ପରାମର୍ଶ କରି ପୁଞ୍ଜି ବଜାରରେ ନିବେଶ କରନ୍ତୁ ଭବିଷ୍ୟତରେ ଲାଭ ପାଇବେ। ଅଫିସରେ କାମ ଅଧିକ ରହିବ। ବଦଳି ବା ପଦୋନ୍ନତି ପାଇଁ କାହାରି ସହିତ କଥା ହେବେ। ରାଜନୀତିକ ନେତାଙ୍କ ଲାଗି ଭଲ ସମୟ। ସମାଜରେ ଆପଣଙ୍କ କାମ ପାଇଁ ପ୍ରଶଂସା ହୋଇପାରେ। ନୂଆ ଘର କଣିବା ଲାଗି ବିଚାର କରିବେ। ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ରମଣୀୟ ସ୍ଥାନକୁ ବୁଲି ଯିବେ। ଛାତ୍ରଛାତ୍ରୀ ଭଲ ପରିଣାମ ପାଇବେ। 
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ 

Advertisment

ବୃଷ

ଜୀବନକୁ ଖୋଲାଭାବରେ ବଞ୍ଚିବେ । ବ୍ୟବସାୟରେ ପ୍ରଚାର ପ୍ରସାଁର ପାଇଁ ଯୋଜନା କରିବେ। ସେୟାର ବଜାରରେ ଆଶାଠୁ ଅଧିକ ଲାଭ ପାଇବେ। ଚାକିରିରେ କିଛି ପରିବର୍ତ୍ତନ ଏବଂ ଦରମା ବଢ଼ିପାରେ। ରାଜନୀତି କ୍ଷେତ୍ରରେ ସୁଖ୍ୟାତି ବଢ଼ିବ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ବ୍ୟକ୍ତି ସିଦ୍ଧି ପ୍ରାପ୍ତ କରିବେ। ସନ୍ତାନର କୌଣସି ବିଶେଷ କାର୍ୟ୍ୟରରେ ଖର୍ଚ୍ଚ କରିବେ। ଆପଣଙ୍କ ଲାଗି ପ୍ରେମ ପ୍ରସଙ୍ଗର ନୂଆ ସମ୍ଭାବନା ରହିଛି। ଛାତ୍ରଛାତ୍ରୀ ପରିଶ୍ରମ ଅନୁସାରେ ଯଥେଷ୍ଟ ସଫଳତା ପାଇବେ। ସଡ଼କରେ ଯିବାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ସାମ୍ବାଦିକତା, ମାଲିମକଦ୍ଦମା ଓ ସାକ୍ଷାତ୍କାରରେ ସଫଳତା ମିଳିବ । ସନ୍ତାନର ସୁ-ଖବର ଶୁଣି ଖୁସି ହେବେ । କୌଣସି ନୂତନ ବନ୍ଧୁ ବ୍ୟକ୍ତିଙ୍କ ସହିତ ଭେଟ ହେବ । 
ଶୁଭ ରଙ୍ଗ-ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର  ମନ୍ତ୍ର ପାଠ କରନ୍ତୁ 

ମିଥୁନ

ପାରିବାରିକ ସ୍ତର ହସ ଖୁସିରେ କଟିବ । କର୍ମ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିବା ଫଳରେ ବନ୍ଧୁତ୍ୱ ବୃଦ୍ଧି ପାଇବ ।  ସମସ୍ୟାକୁ ଧୈର୍ଯ୍ୟ ଧରି ମୁକାବିଲା କରନ୍ତୁ, ଭାଗ୍ୟ ପୂରା ସାଥ ଦେବ। ଶତ୍ରୁ କ୍ଷତି କରିବାକୁ ଚେଷ୍ଟା କରିବେ ହେଲେ କିଛି କରିପାରିବେ ନାହିଁ। ବ୍ୟାବସାୟିକ ଯାତ୍ରା କ୍ୟାରିୟର ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରି ସଂପର୍କିତ କୌଣସି ଆଶା ପୂରଣ ହେବ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ରହିବାର ଅବସର ପାଇବେ। ଜୀବନସାଥୀଙ୍କ ନାମରେ ଇଲେକ୍ଟ୍ରିକ୍ ଯାନ କିଣି ପାରନ୍ତି। ପ୍ରେମୀ ଯୁଗଳଙ୍କ ଲାଗି ସମୟ ଭଲ ରହିବ। ଛାତ୍ରଛାତ୍ରୀ ପାଠପଢ଼ା ଓ କ୍ୟାରିୟର ସମ୍ବନ୍ଧୀୟ ଗତିବିଧିକୁ ନେଇ ଗମ୍ଭୀର ରହିବେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ  ହୋଇ ଚଳପ୍ରଚଳ ହେବା ଆବଶ୍ୟକ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର –  ମା ବିରଜାଙ୍କର ଆରଧନା କରନ୍ତୁ

Advertisment

କର୍କଟ

ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ଯାହା ବି କାମ କରିବେ ସଫଳତା ପାଇବେ। ବ୍ୟବସାୟରେ କିଛି ପରିବର୍ତ୍ତନ କରିବେ। ଏହି ପରିବର୍ତ୍ତନ ଆପଣଙ୍କ ଲାଗି ଲାଭକାରୀ ସାବ୍ୟସ୍ତ ହେବ। ଅଫିସରେ ସହକର୍ମୀ ଆପଣଙ୍କ ଠାରୁ କିଛି ଶିଖିବାକୁ ଚାହିଁବେ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର କର୍ତ୍ତୃତ୍ବ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଉତ୍ତମ। କୌଣସି ନୂଆ ଦାୟିତ୍ବ ପାଇବେ। ବୈବାହିକ ଜୀବନରେ ଅଶାନ୍ତି ଦୂର ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ଲାଗି ଖୁସିର ସୁଯୋଗ ଆସିବ। ଛାତ୍ରଛାତ୍ରୀ ସଫଳତା ହାସଲ କରିବେ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା-୨
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ

ସିଂହ

ପରିବାରରେ ଶାନ୍ତିଶୃଙ୍ଖଳା ବୃଦ୍ଧି ହେବ। ନିଜର ଇଚ୍ଛା ପୂରଣ ପାଇଁ କୌଣସି କର୍ମ କରି ପ୍ରଶଂସା ପାଇବେ । କିଛି ନୂଆ ନିଯୁକ୍ତି ପାଇବାର ଯୋଗ ଅଛି । ପ୍ରଚୁର ଧନ ମିଳିବାର ଯୋଗ ରହିଛି। ବେପାରରେ କିଛି ସୁଧାର ଆଣିବେ। ଷ୍ଟକ୍ ଓ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରନ୍ତୁ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ସରକାରୀ ଚାକିରିରେ ଥିବା ବ୍ୟକ୍ତିମାନେ ଲାଭ ପାଇବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ବିରୋଧୀ କ୍ଷତି କରିବାକୁ ବିଫଳ ପ୍ରୟାସ କରିବେ। ଖେଳାଳିମାନେ ହୃତ ଗୌରବ ଫେରି ପାଇବେ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ସଂପତ୍ତି ବିବାଦ ସମାଧାନ କରିନେବେ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ। ପ୍ରତି‌ଯୋଗିତାମୂଳକ ପରୀକ୍ଷାରେ ଉପକୃତ ହେବେ। ସ୍ବାସ୍ଥ୍ୟରେ ସୁଧାର ହେବ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ

Advertisment

କନ୍ୟା

ପରିବାରର ଅନ୍ୟ ସଦସ୍ୟ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ । ବ୍ୟବସାୟରେ ଲାଭ ପାଇଁ ଅଧିକ ମନୋଯୋଗରେ ସବୁ କାମ କରିବେ। ଟଙ୍କାପଇସା ନେବା ଦେବାରେ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ଅଫିସରେ ବହୁ ଦିନର ବାକିଥିବା କାମ ପୂରା କରିପାରିବେ। ସାଥିରେ କାମ କରୁଥିବା ଲୋକଙ୍କର ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ କ’ଣ ପାଇଛନ୍ତି, କ’ଣ ହରାଇଛନ୍ତି ସେହି ଚିନ୍ତାରେ ରହିବେ। ଶତ୍ରୁଙ୍କୁ କ୍ଷମା କରି ଦିଅନ୍ତୁ ଭାଗ୍ୟରେ ଉନ୍ନତି ହେବ। ନୂଆ ଯାନ କିଣିବା ଲାଗି ବିଚାର କରିବେ। ଘରେ ସୁଖ ଶାନ୍ତି ବଜାୟ ରହିବ। ପ୍ରେମ ସମ୍ବନ୍ଧ ଭଲ ରହିବ। ଶିକ୍ଷାର୍ଥୀଙ୍କ ଲାଗି ସମୟ ଅନୁକୂଳ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ । ପ୍ରବାସ ଯାତ୍ରାରେ ଲାଭବାନ ହେବେ । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କର ପୂଜା କରନ୍ତୁ

ତୁଳା

ଭବିଷ୍ୟତ ବଢ଼ିଆ କରି ଗଢ଼ିବା ପାଇଁ ନୂଆ ପଦକ୍ଷେପ ନେବେ। ବ୍ୟବସାୟରେ ନୂଆ ନୂଆ ପ୍ରୟୋଗ କରିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ଚାକିରିରେ ପଦୋନ୍ନତି ବା ଦରମା ବୃଦ୍ଧି ହୋଇପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ବଡ଼ ନେତାଙ୍କ ସହିତ ମିଶିବାର ଅବସର ପାଇବେ। ଜମି ଓ କାନୁନ ବିବାଦର ସମାଧାନ ହୋଇଯିବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ନେଇ ଉତ୍ସାହିତ ରହିବେ। ସ୍ବାସ୍ଥ୍ୟ ସଂପର୍କିତ ବିଷୟରେ ସଚେତନ ରହିବେ।ସାମାଜିକ କାର୍ଯ୍ୟରେ ସଫଳତା ପାଇଁ ଗର୍ବ ଅନୁଭବ କରିବେ । କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ନୂତନ ଦ୍ରବ୍ୟ କ୍ରୟ କରିବେ । 
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 

ବିଛା

ପରିବାରର କେତେକ ସମସ୍ୟା ସମାଧାନ କରି ମାନସିକ ଶାନ୍ତି ଅନୁଭବ କରିବେ । ଜୀବନରେ ଆଗକୁ ବଢ଼ିବା ପାଇଁ ସମୟ ଭଲ। କୌଣସି ନୂଆ ଯୋଜନା ଆପଣଙ୍କ ସାମନାକୁ ଆସିପାରେ। ବ୍ୟବସାୟରେ ସଫଳତା ପାଇବେ। ସେୟାର କିଣିବା ଲାଗି ସମୟ ଶୁଭ। ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ବିରୋଧୀଙ୍କ ଉପରେ ଗଭୀର ପ୍ରଭାବ ପକାଇବେ। ଜମିବାଡ଼ି କିଣିବା ଲାଗି ଯୋଜନା କରିବେ। ଘରୋଇ ଜୀବନରେ ସୁଖସୁବିଧା ବୃଦ୍ଧି ହେବ। ପରିବାରରେ ବିବାହଯୋଗ୍ୟ ସନ୍ତାନର ବିବାହ ନେଇ କଥାବର୍ତ୍ତା ଆରମ୍ଭ ହେବ। ବିଦ୍ୟାର୍ଥୀ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ ମନେକରି ପାଠ ପଢାରେ ମନଯୋଗ ଦେବେ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା-୯
ପ୍ରତିକାର- ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ

ସକାରାତ୍ମକ ଭାବନାରେ ରହନ୍ତୁ ସବୁ କାମ ସହଜରେ କରିପାରିବେ। ଜମି କାରବାରରେ ଯଥେଷ୍ଟ ଲାଭ ପାଇବେ। ବଡ଼ ସହରରେ ବ୍ୟବସାୟ ସ୍ଥାପନ କରିବା ଲାଗି ରାସ୍ତା ଉନ୍ମୁକ୍ତ ହେବ। ଚାକିରିରେ ଦରମା ବୃଦ୍ଧି ହେବ। ଆହୁରି ନୂଆ ଚାକିରିର ସୁଯୋଗ ଆସିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ପ୍ରକାର ଝଗଡ଼ା ଠାରୁ ଦୂରରେ ରହନ୍ତୁ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଜୀବନସାଥୀ ଠାରୁ ବହୁ ପରିମାଣରେ ପ୍ରେମ ପାଇବେ। ଆପଣଙ୍କ ଜୀବନ ଲାଗି ବହୁତ ବଢ଼ିଆ ସଂପର୍କ ଆସିବ। ଛାତ୍ରଛାତ୍ରୀ ସାକ୍ଷାତକାରରେ ଭଲ ପରିଣାମ ପାଇବେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବା ଲାଗି ଭଲ ଖାଦ୍ୟ ଭୋଜନ କରନ୍ତୁ। ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । କୌଣସି ମିତ୍ରଙ୍କୁ ସହାୟତା ପାଇଁ ହାତ ବଢେଇବେ । 
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –ସକାଳୁ ସୂର୍ୟ୍ୟ  ଦେବଙ୍କୁ ଜଳ ଅର୍ପଣ କରନ୍ତୁ

ମକର

ସପ୍ତାହଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। କ୍ୟାରିୟର ଗଢ଼ିବା ଲାଗି ସୁନ୍ଦର ପ୍ରସ୍ତାବ ପାଇବେ। ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ ଲାଭ ହେବ। କର୍ମଜୀବୀ ମହିଳା ଘର ଓ ଅଫିସ କାମ ସୁଚାରୁରୂପେ କରିବେ। ରାଜନୀତିକ ନେତାଙ୍କର ମହତ୍ତ୍ବାକାଂକ୍ଷା ପୂରା ହେବ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିଁ। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ଆସିବ। ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକ ଭଲ ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ। ପରିବାରକୁ ନୂଆ ସଦସ୍ୟ ଆସିପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ଏକାଗ୍ରତା ରଖନ୍ତୁ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ । ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିପାରେ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ମା ଶାରଳାଙ୍କ ଆରଧନା କରନ୍ତୁ

କୁମ୍ଭ

କାର୍ଯ୍ୟ  କ୍ଷେତ୍ରରେ କଠିମ ପରିଶ୍ରମ ଦ୍ୱାରା ଆଗକୁ ବଢିପାରିବେ । ଶତୃମାନଙ୍କ ସହ ମୁକାବିଲା କରିପାରିବେ । କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ। କ୍ୟାରିୟରରେ ଠିକ୍ ଦିଶା‌ର ଅଗ୍ରସର ହେବେ। ଆପଣଙ୍କ ଶତ୍ରୁ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ। ଧନର ଆଗମନ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଚାକିରିରେ ଥିବା ବ୍ୟକ୍ତି ନୂଆ କାମର ଅନ୍ବେଷଣ କରିବେ। ରାଜନୀତିକ ନେତା ଦଳର ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବାର ଅବସର ପାଇବେ। ବୈବାହିକ ଜୀବନରେ ଲାଗି ରହିଥିବା ଅଶାନ୍ତିର ସମାଧାନ ହେବ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ସମୟ ଭଲ। ଦେହ ଓ ମନ ଭଲ ରହିବ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ

ମୀନ

ଗୃହରେ ଶୁଭ କାର୍ଯ୍ୟ ହୋଇପାରେ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମପ୍ରସଙ୍ଗରେ ସଫଳତା ମିଳିବ । ସାହସ ବଢ଼ିବ, ସମ୍ମାନ ମିଳିବ, ଅର୍ଥ ଆସିବ। ବିଦେଶ ଯିବାର ରାସ୍ତା ଉନ୍ମୁକ୍ତ ହେବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଅଫିସରେ ଆପଣଙ୍କର ସ୍ଥିତି ଆହୁରି ମଜଭୁତ ହେବ। ଚାକିରି ପାଇଁ ପ୍ରୟାସ ଜାରି ରଖିଥିବା ବ୍ୟକ୍ତିମାନେ ଶୁଭ ଖବର ପାଇବେ। ରାଜନୈତିକ ପ୍ରଭାବ ବୃଦ୍ଧି ହେବ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ। ପରିବାରରେ ବାତାବରଣ ହର୍ଷ ଉଲ୍ଲାସ ରହିବ। ଜୀବନସାଥୀ ସହିତ ଭଲ ଜାଗାକୁ ବୁଲି ଯାଇପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ଖୁସି ରହିବେ। ସ୍ବାସ୍ଥ୍ୟ ଭଲ ରଖିବା ଲାଗି ଯୋଗ କରନ୍ତୁ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା-୩
ପ୍ରତିକାର- ବିଷ୍ଣୁଙ୍କ ପୂଜା , ପାଠ କରନ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ