Advertisment

ଜାଣନ୍ତୁ ଆଜ୍‌ମାର ଘରୋଇ ଉପଚାର

ଭୁବନେଶ୍ୱର: ଆଲର୍ଜି ଗମ୍ଭୀର ରୂପ ଧାରଣ କଲେ ଏହା ଆଜ୍‌ମାରେ ପରିବର୍ତ୍ତିତ ହୋଇଥାଏ। ଋତୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏହି ରୋଗ କ୍ଷତିକାରକ ହୋଇଥାଏ। ଏହାର କାରଣ ଋତୁ ବଦଳିବା ସହିତ ବାୟୁମଣ୍ଡଳରେ ଧୂଳିକଣା ଓ ବ୍ୟାକ୍ଟେରିଆର ବୃଦ୍ଧି। କେବଳ ଏତିକି ନୁହେଁ, ପ୍ରଦୂଷଣ ଆଜ୍‌ମାର ଏକ ବଡ଼ କାରଣ। ଘରର ପରଦା, ଗାଲିଚା ଓ କାର୍‌ପେଟ୍‌ରେ ଧିବା ଧୂଳି ଯୋଗୁ ମଧ୍ୟ ଆଜ୍‌ମା ସମସ୍ୟା ଅଧିକ ବଢ଼ିଥାଏ। ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଆଜ୍‌ମା ରୋଗ […]

ଜାଣନ୍ତୁ ଆଜ୍‌ମାର ଘରୋଇ ଉପଚାର

asthma

Advertisment

ଭୁବନେଶ୍ୱର: ଆଲର୍ଜି ଗମ୍ଭୀର ରୂପ ଧାରଣ କଲେ ଏହା ଆଜ୍‌ମାରେ ପରିବର୍ତ୍ତିତ ହୋଇଥାଏ। ଋତୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏହି ରୋଗ କ୍ଷତିକାରକ ହୋଇଥାଏ। ଏହାର କାରଣ ଋତୁ ବଦଳିବା ସହିତ ବାୟୁମଣ୍ଡଳରେ ଧୂଳିକଣା ଓ ବ୍ୟାକ୍ଟେରିଆର ବୃଦ୍ଧି। କେବଳ ଏତିକି ନୁହେଁ, ପ୍ରଦୂଷଣ ଆଜ୍‌ମାର ଏକ ବଡ଼ କାରଣ। ଘରର ପରଦା, ଗାଲିଚା ଓ କାର୍‌ପେଟ୍‌ରେ ଧିବା ଧୂଳି ଯୋଗୁ ମଧ୍ୟ ଆଜ୍‌ମା ସମସ୍ୟା ଅଧିକ ବଢ଼ିଥାଏ। ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଆଜ୍‌ମା ରୋଗ ହୋଇଥାଏ। ଏହି ରୋଗ ହେଲେ ରୋଗୀକୁ ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ।

Advertisment

ଆଜ୍‌ମାର ଲକ୍ଷଣ
୧. ବାରମ୍ୱାର ଶ୍ୱାସ ନଳୀରେ କଫ ଜମା ହେବା ଏବଂ ଏଥି ଯୋଗୁ କାଶ ହେବା।
୨. ନିଃଶ୍ୱାସ ନେବା ସମୟରେ କଷ୍ଟ ଓ ଶବ୍ଦ ହେବା।
୩. କଥା ହେବା, ଚାଲିବା ଓ ବସିବା ସମୟରେ ପେଲା ଉଠିବା।
୪. ଅଧିକ କାଶ ହେବା।

publive-image

ଘରୋଇ ଉପଚାର
୧. ଅଧା ଲିଟରେ ପାଣିରେ ଗୋଟିଏ ଚାମଚ ମେଥି ପକାଇ କାଢ଼ା ପ୍ରସ୍ତୁତ କରନ୍ତୁ। ଏଥିରେ ଅଦା ରସ ଓ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଅନ୍ତୁ।
୨. ୪ରୁ ୫ କୋଲା ରସୁଣ ନିଅନ୍ତୁ। କ୍ଷୀରରେ ଏହାକୁ ଫୁଟାନ୍ତୁ ଓ ପିଅନ୍ତୁ। ଏପରି କଲେ ଆଜ୍‌ମା ଦୂର ହେବା ସହିତ ଆଲର୍ଜି ମଧ୍ୟ ହେବ ନାହିଁ।
୩. ଚା’ରେ ଅଦା ଓ ରସୁଣ ପକାଇ ସକାଳେ ଏବଂ ସନ୍ଧ୍ୟାରେ ଏହାକୁ ପିଅନ୍ତୁ। ଏହାଦ୍ୱାରା ଆପଣ ଆଜ୍‌ମାକୁ ନିୟନ୍ତ୍ରଣରେ ରଖିପାରିବେ।
୪. ୪ରୁ ୫ଟି ଲବଙ୍ଗ ନେଇ ଗୋଟିଏ କପ୍‌ ପାଣିରେ ଫୁଟାନ୍ତୁ। ଏହି ପାଣିରେ ମହୁ ମିଶାଇ ପିଅନ୍ତୁ। ଦିନକୁ ଦୁଇ ଥର ଏହାକୁ ପିଇଲେ ଆପଣଙ୍କ କଫ ଓ ନିଃଶ୍ୱାସ ନେବା ସମସ୍ୟା ଦୂର ହେବ।
୫. ଗୋଟିଏ ମୁଠା ସଜନା ପତ୍ରକୁ ଦେଢ଼ କପ୍‌ ପାଣିରେ ଫୁଟାନ୍ତୁ। ଏଥିରେ ଅଳ୍ପ ଲୁଣ, ଗୋଲମରିଚ ଓ ଲେମ୍ୱୁ ରସ ମିଶାଇ ପିଅନ୍ତୁ।
୬. ଜୁଆଣିକୁ ପାଣିରେ ପକାଇ ଫୁଟାନ୍ତୁ ଓ ଏହି ପାଣିକୁ ପିଅନ୍ତୁ। ଆଜ୍‌ମା ପାଇଁ ଏହା ଖୁବ୍‌ ଉପକାରୀ।

Advertisment

publive-image

ଏହିସବୁ କାର୍ଯ୍ୟ କରନ୍ତୁ
୧. ଧୂଳି, ମାଟି, ଧୂଆଁ, ସିଗାରେଟ୍‌ଠାରୁ ନିଜକୁ ଦୂରେଇ ରଖନ୍ତୁ। ଏପରି ପରିବେଶରେ ମୁହଁରେ ମାସ୍କ ଲଗାନ୍ତୁ।
୨. କୀଟନାଶକ ଦ୍ରବ୍ୟ, ସ୍ପ୍ରେ, ଅଗରବତୀ, ମଶାଧୂପ ଧୂଆଁ, ପରଫ୍ୟୁମ୍‌ ଓ ଘରର ରଙ୍ଗଠାରୁ ନିଜକୁ ଦୂରେଇ ରଖନ୍ତୁ।
୩. ଥଣ୍ଡା ପାନୀୟ ପିଅନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ