friendship day
ଭୁବନେଶ୍ୱର: ବନ୍ଧୁ। ସବୁଠୁ ଭିନ୍ନ ଏ ସମ୍ପର୍କ। ଏଥିରେ ନା ଥାଏ କୌଣସି ବାଛବିଚାର, ନା ବୟସର କଟକଣା। ସେ ଯୁବକ ହେଉ କି ବୃଦ୍ଧ ସମସ୍ତଙ୍କ ପାଖରେ ବନ୍ଧୁତ୍ୱର ମହତ୍ତ୍ୱ ରହିଛି। ତେଣୁ ସମସ୍ତେ ବନ୍ଧୁତ୍ତ୍ୱ ଦିବସକୁ ଖୁବ୍ ଉତ୍ସାହର ସହ ପାଳନ୍ତି। ଆଜି ହେଉଛି ସେହି ବନ୍ଧୁତ୍ୱ ଦିବସ।/odishatv-khabar/media/post_attachments/wp-content/uploads/2018/08/friendship-day-kids1.jpg)
ବନ୍ଧୁଙ୍କ ପାଇଁ ଦିନଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ଖାଲି ଭାରତ ନୁହେଁ ସାରା ବିଶ୍ୱରେ ଆଜି ପାଳନ ହେଉଛି ବନ୍ଧୁତ୍ୱ ଦିବସ ଅର୍ଥାତ୍ ଫ୍ରେଣ୍ଡସିପ୍ ଡେ’। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ୍ ଡେ’ ଭାବେ ପାଳନ କରାଯାଇଥାଏ।
ବିଶେଷ କରି ଯୁବପୀଢ଼ିମାନେ ବେଶ୍ ଆଗ୍ରହର ସହ ଏହି ଡେ’କୁ ପାଳନ କରିଥାନ୍ତି। ସ୍ୱତନ୍ତ୍ର ବ୍ୟାଣ୍ଡ୍, କାର୍ଡ, ଫୁଲ, କିମ୍ବା ଗିଫ୍ଟ ଦେଇ ଗୋଟିଏ ବନ୍ଧୁ ଆର ବନ୍ଧୁକୁ ଆଜି ଦିନର ଶୁଭେଚ୍ଛା ଜଣାଇଥାନ୍ତି।/odishatv-khabar/media/post_attachments/wp-content/uploads/2018/08/friendship-day-2.jpg)
୧୯୫୮ ମସିହାରେ ପ୍ରଥମେ ପାରାଗୁଏରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଇଣ୍ଟରନ୍ୟାସନାଲ ଫ୍ରେଣ୍ଡସିପ୍ ଡେ’ ଭାବେ ପାଳନ କରାଯାଇଥିଲା। ଧୀରେ ଧୀରେ ସାରା ବିଶ୍ୱରେ ଏହାକୁ ପାଳନ କରାଯାଉଛି। ଏବେ ଏହା ଏକ ଟ୍ରେଣ୍ଡ୍ରେ ପରିଣତ ହୋଇଗଲାଣି। ସୋଶାଲ୍ ମିଡ଼ିଆ ଏବେ ଫ୍ରେଣ୍ଡସିପ୍ ଡେ’ ର ଶୁଭେଚ୍ଛା ଜଣାଇବାର ଏକ ମାଧ୍ୟମ ପାଲଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/friendship-day_1626695946.jpg)