Piyush Tripathy Photograph: (OTV)
ମଞ୍ଚରେ ଚଢ଼ିଲେ, ଯାତ୍ରା କଲେ ଅଭିନେତା ପୀୟୂଷ। ଗତ ରାତିରେ କଟକ ଟାଙ୍ଗିରେ ସିଂହବାହିନୀ ମଞ୍ଚରେ ଚଢ଼ିଛନ୍ତି ଜଲିଉଡ୍ ଷ୍ଟାର୍ ପୀୟୂଷ। କୋର୍ଟଙ୍କ ନୋଟିସ୍ ଏବେ ଯାଏଁ ମିଳିନି। ନୋଟିସ ପାଇବା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି। ବିବାଦ କେବଳ ଭୁଲ ବୁଝାମଣା ଓ ଅହଙ୍କାରକୁ ନେଇ, ଯାହାର ସମାଧାନ ମଧ୍ୟ ସମ୍ଭବ। ନ୍ୟାୟପାଳିକା ଉପରେ ଭରସା ରହିଛି ବୋଲି ଦୋହରାଇଛନ୍ତି ପୀୟୂଷ।...
କଟକ ଟାଙ୍ଗୀରେ ଏବେ ପୀୟୂଷଙ୍କ ଅଭିନୀତ ଯାତ୍ରା ସିଂହବାହିନୀ ସହ ୩ଟି ପାର୍ଟି ରଙ୍ଗ ମହଲ, ତୁଳସୀ ଓ ଶିବାନୀ ପ୍ରତିଯୋଗିତାକୁ ଓହ୍ଲାଇଛନ୍ତି। ଏଭଳି ସମୟରେ ପୀୟୂଷଙ୍କ ଉପ କୋର୍ଟର ରୋକକୁ ନେଇ ନାନା ପ୍ରଶ୍ନ ବି ଉଠୁଛି।...
ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା। ଏଗ୍ରିମେଣ୍ଟ ସରି ନଥିବା ବେଳେ ୨୦୨୫-୨୬ ସିଜିନ୍ ପାଇଁ ସେ ସିଂହବାହିନୀ ସହ ଚୁକ୍ତି କରିଥିଲେ। ଯାହାକୁ ନେଇ ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ। ଚଳିତ ଯାତ୍ରା ଋତୁ ସରି ନଥିବା ବେଳେ ଗତ ୫ ତାରିଖରେ ମଞ୍ଚ ଚଢ଼ିବାରୁ କୋର୍ଟ ଯାଇଥିଲେ ସୂର୍ଯ୍ୟମନ୍ଦିର ମାଲିକ।
ଯାତ୍ରାରେ ଅଭିନୟ କଲେ ଅଭିନେତା ପୀୟୂଷ
କୋର୍ଟଙ୍କ ନୋଟିସ୍ ଏବେ ଯାଏଁ ମିଳିନି: ପୀୟୂଷ
‘ନୋଟିସ ପାଇବା ପରେ ପରବର୍ତ୍ତୀ ନିଷ୍ପତ୍ତି’
‘ବିବାଦ କେବଳ ଭୁଲ ବୁଝାମଣା ଓ ଅହଙ୍କାରକୁ ନେଇ’
‘ଆଲୋଚନାରେ ବିବାଦ ସମାଧାନ ସମ୍ଭବ’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/09/piyush-tripathy-2026-01-09-13-08-45.jpg)