Untitled-1
ନୂଆଦିଲ୍ଲୀ : ୨୦୧୫ ମସିହାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ବଜରଙ୍ଗୀ ଭାଇଜାନ'ର' ମୁନି ' ତଥା ହର୍ଷାଲୀ ମଲହୋତ୍ରା ପୂର୍ବ ଅପେକ୍ଷା ବହୁତ ବଡ ହୋଇ ସୋସିଆଲ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ଅଛନ୍ତି। ସେ ଇନଷ୍ଟାଗ୍ରାମରେ ନିଜର ଫଟୋ ଓ ଭିଡିଓ ସେୟାର୍ କରିବାରେ ଲାଗିଛନ୍ତି। ସେ ସୋସିଆଲ ମିଡିଆରେ ସେୟାର୍ କରିବା ମାତ୍ରେ ତାଙ୍କର ପୋଷ୍ଟଗୁଡିକ ଖୁବ୍ ଭାଇରାଲ୍ ହେଉଥିବା ଦେଖାଯାଉଛି। ଏବେ ଏବେ ସେ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଛନ୍ତି, ଯାହା ଆଜିକାଲି ଇଣ୍ଟରନେଟରେ ପୂରା ଛାଇ ଯାଇଛି ଆଉ ଏହାକୁ ନେଇ ହର୍ଷାଲୀ ବେଶ ଚର୍ଚ୍ଚାରେ ଅଛନ୍ତି।
/odishatv-khabar/media/post_attachments/wp-content/uploads/2021/05/1-67.jpg)
ଏହି ଭିଡିଓରେ ହର୍ଷାଲୀ ମାଲହୋତ୍ରା ନିଜ ସୌନ୍ଦର୍ଯ୍ୟର ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି, କିନ୍ତୁ ଏକ ମଜାଳିଆ ଢଙ୍ଗରେ। ସେ କହୁଛନ୍ତି ଯେ “ଆପଣ ଜାଣନ୍ତି, ଫୁଲ ଅପେକ୍ଷା କିଛି ଲୋକ ଅଧିକ ସୁନ୍ଦର ଦେଖାଯାଆନ୍ତି। ଯେପରିକି ଆପଣ…. ମୋତେ ଦେଖନ୍ତୁ।” ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଖୁବ ପ୍ରଶଂସା ସାଉଁଟିବାରେ ଲାଗିଛି। ଏପର୍ଯ୍ୟନ୍ତ ଏହି ଭିଡିଓକୁ ୪୮ ହଜାରରୁ ଅଧିକ ଥର ଦେଖାଯାଇଛି। ଲୋକମାନେ ବି କ୍ରମାଗତ ଭାବରେ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ କହୁଛନ୍ତି ଯେ “ହର୍ଷାଲୀ, ଆପଣ ପ୍ରକୃତରେ ବହୁତ ସୁନ୍ଦର।”
ତେବେ ଆସନ୍ତୁ, ହର୍ଷାଲୀ ମଲହୋତ୍ରାଙ୍କ ଏହି ଭାଇରାଲ୍ ଭିଡିଓ ଉପରେ ନଜର ପକେଇ ନେବା।
ଏଠାରେ ପ୍ରକାଶ ଥାଉଯେ 'ବଜରଙ୍ଗୀ ଭାଇଜାନ' ଚଳଚ୍ଚିତ୍ର ପରେ ହର୍ଷାଲୀ ମଲହୋତ୍ରାଙ୍କୁ ଲୋକମାନେ ମୁନି ନାମରେ ଜାଣିବାକୁ ଲାଗିଲେ। ହର୍ଷାଲୀ ସେତେବେଳେ ମୁନି ଭୂମିକାରେ ବହୁ ଲୋକପ୍ରିୟତା ହାସଲ କରିଥିଲେ। ଫିଲ୍ମ 'ବଜରଙ୍ଗୀ ଭାଇଜାନ' ପରେ ହର୍ଷାଲୀ ମାଲହୋତ୍ରାଙ୍କ କ୍ୟୁଟ୍ନେସ୍ ଇଣ୍ଟରନେଟରେ ଛାଇ ଯାଇଥିଲା।
/odishatv-khabar/media/post_attachments/wp-content/uploads/2021/05/2-47.jpg)
ଏହି ଚଳଚ୍ଚିତ୍ର ପରେ ସେ ଅର୍ଜୁନ ରାମପାଲଙ୍କ ସହ 'ନାସ୍ତିକ'ରେ ମଧ୍ୟ କାମ କରିଥିଲେ। ଆପଣ ଏହାକୁ ବିଶ୍ଵାସ କରିବେ କି ନାହିଁ, କିନ୍ତୁ ଏହା ସତ ଯେ ବର୍ତ୍ତମାନ ହର୍ଷାଲୀ ମଲହୋତ୍ରାଙ୍କର ଇନଷ୍ଟାଗ୍ରାମରେ ୭ ଲକ୍ଷରୁ ଅଧିକ ଅନୁସରଣକାରୀ ଅଛନ୍ତି। ଫିଲ୍ମ ଷ୍ଟାର ହେବା ସହିତ ସେ ଜଣେ ସୋସିଆଲ ମିଡିଆ ଷ୍ଟାର ମଧ୍ୟ ହୋଇଗଲେଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Untitled-1-82_1626259831.jpg)