HUMAN-SAGAR Photograph: (OTV)
ସାମ୍ନାକୁ ଆସୁଛି ସତ । ପପୁଙ୍କ ଚାପରେ ହ୍ୟୁମାନ୍ କରୁଥିଲେ ସୋ’ । ଅସୁସ୍ଥତା ସତ୍ତ୍ବେ ଗୀତ ଗାଇବାକୁ କରାଯାଉଥିଲା ବାଧ୍ୟ । ଶରୀରର ବିନା ପରିମିସନରେ ଚାଲିଥିଲା ଷ୍ଟେଜ୍ ପ୍ରୋଗ୍ରାମ୍ । ଆଙ୍କର ବି ଗୀତ ଗାଇବାକୁ ପକାଉଥିଲେ ଚାପ ।
ଆଠଗଡ ମହୋତ୍ସବ ୨୦୨୩ ମଞ୍ଚର ଘଟଣା । ଯେଉଁଠି ନିଜେ ହ୍ୟୁମାନ କହୁଛନ୍ତି, ମୁଁ ଠିଆ ହେବାକୁ ଅସମର୍ଥ । ଆସିବା ବେଳେ ପଡ଼ିଗଲି । ତଥାପି ହ୍ୟୁମାନଙ୍କୁ ଷ୍ଟେଜ୍ ସୋ’ କରିବାକୁ ବାଧ୍ୟ କରାଯାଉଛି । ଶେଷରେ ଗୋଟିଏ ଗୀତ ଗାଇ ବିଶ୍ରାମ ନେଇଥିଲେ ହ୍ୟୁମାନ । ପରେ କମିଟି ପକ୍ଷରୁ ଡାକ୍ତରଙ୍କୁ ଡକାଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତେବେ ସେଦିନର ସେହି ଘଟଣାକୁ ନେଇ କ’ଣ କହୁଛନ୍ତି କମିଟିର ସହ ସଂଯୋଜକ ଶୁଣନ୍ତୁ… ଭିଡିଓ ଉପରେ କ୍ଲିକ କରନ୍ତୁ
ବାଲେଶ୍ବର ଖନ୍ତପଡ଼ା ମହୋତ୍ସବ । ଓଠ ଶୁଖିଯାଉଛି… ଗୋଡ଼ ଥରିଯାଉଛି… ତଥାପି କଣ୍ଠରୁ ପଦିଏ ଗୀତ ଗାଇବାକୁ ଚେଷ୍ଟା କରୁଛନ୍ତି ହ୍ୟୁମାନ୍ । ମାତ୍ର ଏଇ କେଇଟା ଦିନ ପୂର୍ବର ଏ ହେଉଛି ଘଟଣା । ଷ୍ଟେଜ୍ ସୋ’ରେ ଧଇଁ ସଇଁ ହେଉଥିଲେ ହ୍ୟୁମାନ୍ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ତାଙ୍କୁ ବାଧ୍ୟକରି ଷ୍ଟେଜ ସୋ’ କରାଯାଉଥିଲା ।
ସେପଟେ ହ୍ୟୁମାନଙ୍କ ଅସୁସ୍ଥତା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସଞ୍ଜୀବ କର । ସେ କହିଛନ୍ତି, ହ୍ୟୁମାନ ଲିଭର୍ ସିରୋସିସରେ ପୀଡ଼ିତ ହୋଇ ବହୁତ ଖରାପ ଅବସ୍ଥାରେ ଥିଲା । ବାରମ୍ବାର ଧଇଁ ସଇଁ ହେବା, ଗୋଡ଼ ଫୁଲି ଯିବା ଭଳି ସମସ୍ୟା ଲାଗିରହିଥିଲା । ଏଥିପାଇଁ ସମ୍ପୂର୍ଣ୍ଣ ବିଶ୍ରାମ ସହ ରାତି ଅନିଦ୍ରା ନହେବାକୁ ପରାମର୍ଶ ଦିଆଯାଇଥିଲା ।
ହ୍ୟୁମାନଙ୍କ ମୃତ୍ୟୁ ପରେ ହ୍ୟୁମାନଙ୍କ ମା’ ଶେଫାଳୀ ସୁନା ମ୍ୟାନେଜର ଦିନେଶ୍ ବେହେରା ଓରଫ୍ ପପୁଙ୍କ ନାଁରେ ବାରମ୍ବାର ଅଭିଯୋଗ ଆଣିଛନ୍ତି । ପୁଅକୁ ପ୍ରୋଗ୍ରାମକୁ ଯିବାକୁ ବାଧ୍ୟ କରାଯାଉଥିବା ଅନେକ ଥର କହିଛନ୍ତି । ଆଉ ବର୍ତ୍ତମାନ ଏଭଳି ଭିଡିଓ ସବୁ ସାମ୍ନାକୁ ଆସୁଥିବାରୁ ହ୍ୟୁମାନ ମା’ଙ୍କ ଅଭିଯୋଗରେ ସତ୍ୟତା ଥିବା ଚର୍ଚ୍ଚା ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/24/human-sagar-2025-11-24-17-19-03.jpg)