Advertisment

Satish Shah Passes Away: ଆଉ ନାହାନ୍ତି ବରିଷ୍ଠ ଅଭିନେତା ସତୀଶ ଶାହ, ଶୋକରେ ଭିଜିଲା ବଲିଉଡ୍

ଆରପାରିରେ ବଲିଉଡର ଲୋକପ୍ରିୟ ଅଭିନେତା ସତୀଶ ଶାହ। ୭୪ ବର୍ଷୀୟ ସତୀଶ ଦୀର୍ଘଦିନ ଧରି କିଡ୍ ନୀଜନିତ ରୋଗରେ ଆକ୍ରାନ୍ତ ଥିଲେ। ୧୦୦ରୁ ଅଧିକ ଫିଲ୍ମରେ ହାସ୍ୟଭିନେତା ଭୂମିକାରେ ନଜର ଆସିଥିଲେ ସତୀଶ। ସରାଭାଇ Vs ସରାଭାଇ ସିରିଏଲ୍ ପାଇଁ ଘରେ ଘରେ ପରିଚିତ ଥିଲେ।

Satish-Shah-Passes-Away

Satish-Shah-Passes-Away Photograph: (OTV)

Advertisment

ବଲିଉଡରେ ପୁଣି ଏକ ଦୁଃଖ। ଆଉ ନାହାନ୍ତି ବରିଷ୍ଠ ଅଭିନେତା ସତୀଶ ଶାହ। ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସେ ଅକ୍ଟୋବର ୨୫ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତା ଦୀର୍ଘ ଦିନ ଧରି କିଡ୍‌ନୀ ରୋଗରେ ପୀଡିତ ଥିଲେ ଏବଂ ନିକଟରେ ତାଙ୍କର କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ସେ ଶନିବାର ଅପରାହ୍ନ ୨:୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ଚଳଚ୍ଚିତ୍ର ପ୍ରଯୋଜକ ଅଶୋକ ପଣ୍ଡିତ ସତୀଶ ଶାହଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ସେ ଏକ ଶୋକ ବାର୍ତ୍ତା ଜାରି କରି ଲେଖିଛନ୍ତି, “ବହୁତ ଦୁଃଖର ସହିତ ଆପଣଙ୍କୁ ଜଣାଉଛୁ ଯେ ଆମର ପ୍ରିୟ ବନ୍ଧୁ ଏବଂ ଚମତ୍କାର ଅଭିନେତା ସତୀଶ ଶାହ କିଛି ଘଣ୍ଟା ପୂର୍ବରୁ କିଡ୍‌ନୀ ଫେଲ୍ୟୁଅର ଯୋଗୁଁ ଦେହାନ୍ତ ହୋଇଛନ୍ତି। ଆମ ଶିଳ୍ପ ପାଇଁ ଏହା ଏକ ବଡ଼ କ୍ଷତି। ଓମ୍ ଶାନ୍ତି।"

ଅଶୋକ ପଣ୍ଡିତଙ୍କ ପୋଷ୍ଟ ପରେ, ପ୍ରଶଂସକମାନେ ସତୀଶ ଶାହଙ୍କ ପରଲୋକରେ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି। ସତୀଶ ଶାହଙ୍କ ଅଭିନୟ କ୍ୟାରିଅର ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଥିଲା। ସେ ଟିଭି ଶୋ ଏବଂ ଚଳଚ୍ଚିତ୍ରରେ ଅନେକ ସ୍ମରଣୀୟ ଭୂମିକାରେ ଅଭିନୟ କରିଛନ୍ତି, ଯାହା ତାଙ୍କୁ ଘରେ ଘରେ ପରିଚିତ କରାଇଦେଇଛି।

Advertisment

ସେ ୧୯୭୦ରେ ଫିଲ୍ମ ‘ଭଗବାନ୍ ପର୍ଶୁରାମ’ ସହିତ ବଲିଉଡରେ ପ୍ରବେଶ କରିଥିଲେ। ସେ ଉଭୟ କମର୍ସିଆଲ୍ ଏବଂ କଳାତ୍ମକ ସିନେମାରେ କାମ କରିଛନ୍ତି। ସତୀଶ ଜାନେ ଭୀ ଦୋ ୟାରୋ, ଆଲବର୍ଟ ପିଣ୍ଟୋ କୋ ଗୁସା କ୍ୟୁଁ ଆତା ହେ ଏବଂ ଅନ୍ଦାଜ ଅପ୍‌ନା ଅପ୍‌ନା ଭଳି ଫିଲ୍ମ ଅଭିନୟ କରିଛନ୍ତି।

ତେବେ ୧୯୮୩ ମସିହା କମେଡି ଫିଲ୍ମ "ଜାନେ ଭି ଦୋ ୟାରୋ" ରେ ତାଙ୍କ ଅଭିନୟ ପାଇଁ ସେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ। ସତୀଶ ଅନେକ ଚଳଚ୍ଚିତ୍ରରେ ହାସ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଟେଲିଭିଜନରେ, ସେ "ସାରାଭାଇ ଭର୍ସେସ ସାରାଭାଇ" ସହିତ ଲୋକପ୍ରିୟତା ହାସଲ କରିଥିଲେ।

Advertisment

ସେ 'ହମ୍ ସାଥ୍‌ ସାଥ ହେ', 'ମେନ୍ ହୁଁ ନା', 'କଲ୍ ହୋ ନା ହୋ', 'କଭି ହାଁ କଭି ନା', 'ଦିଲୱାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗେ' ଏବଂ 'ଓମ୍ ଶାନ୍ତି ଓମ୍' ଭଳି ହିଟ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ତେବେ ତାଙ୍କର ଏଭଳି ଅଚାନକ ମୃତ୍ୟୁ ସମଗ୍ର ମନୋରଂଜନ ଦୁନିଆ ଆଉ ଦର୍ଶକଙ୍କୁ ଶୋକ ଦେଇଯାଇଛି।  

Passes Away Actor Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ