human sagar Photograph: (OTV)
ଆଉ ନାହାନ୍ତି ହ୍ୟୁମାନ ସାଗର । ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ । 36 ବର୍ଷ ବୟସରେ ଆଖି ବୁଜିଲେ ହ୍ୟୁମାନ ସାଗର । ଏମ୍ସରେ ଚିକିତ୍ସାଧୀନ ଥିଲେ ହ୍ୟୁମାନ ସାଗର । ଲିଭରରେ ସମସ୍ୟା ପାଇଁ ଗୁରୁତର ହୋଇଥିଲେ । ହ୍ୟୁମାନଙ୍କ ଏକାଧିକ ଅଙ୍ଗ କାମ କରୁ ନଥିଲା । ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣାଶୁଣା ଚେହେରା । ଯୁବ ପିଢ଼ିଙ୍କ ପସନ୍ଦର ଗାୟକ ଥିଲେ ହ୍ୟୁମାନ ସାଗର ।
ମାତ୍ର ୧୦ରୁ ୧୨ ବର୍ଷ ହେବ ହ୍ୟୁମାନଙ୍କ ସଂଗୀତ କ୍ୟାରିୟର । ମାତ୍ର ଏଇ କେଇଟା ବର୍ଷରେ ଶହଶହ ଆଲବମ୍, ଫିଲ୍ମ ଓ ମେଲୋଡିୟସ୍ ଗୀତ ଗାଇଛନ୍ତି । ଆଉ ହାତ ଗଣତି ରହିଛି ତାଙ୍କର କିଛି ଭଜନ । ହ୍ୟୁମାନ୍ ଶହଶହ ଭଜନ ଗାଇ ନଥିଲେ ବି ସେହି କେତୋଟି ଭଜନ ଲୋକଙ୍କ ହୃଦୟକୁ ଛୁଇଁଛି । ଆଉ ଏବେ ତାଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି ।
୨୦୧୫ରେ ହ୍ୟୁମାନ୍ ଓଡ଼ିଆ ଫିଲ୍ମ ‘ଇସ୍କ ତୁ ହି ତୁ’ରେ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ । ତରଙ୍ଗର ରିଆଲିଟି ସୋ’ ଭଏସ୍-ଅଫ-ଓଡ଼ିଶା ତାଙ୍କୁ ଓଲିଉଡରେ ସିଙ୍ଗର ଭାବେ ଏଣ୍ଟ୍ରି କରିବାର ସୁଯୋଗ ଦେଇଥିଲା । ‘ଇସ୍କ ତୁ ହି ତୁ’ର ଟାଇଟଲ ସଂଗ ପାଇଁ ଖୁବ୍ ଲୋକପ୍ରିୟତା ପାଇଥିଲା ହ୍ୟୁମାନ୍ । ଆଉ ତା’ ପରେ ପରେ ଶହେରୁ ଅଧିକ ସିନେମାରେ ପାଇଥିଲେ ଗାଇବାର ସୁଯୋଗ । ଖାଲି ସିନେମା ନୁହେଁ, ଆଲବମରେ ବି ଛକା ମାରି ହୁଲୁସ୍ତୁଲ କରିଥିଲେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀର ସଂଗୀତ ଜଗତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/17/human-sagar-2025-11-17-21-34-16.jpg)