Advertisment

Tragedy at Vijay’s Rally: ଗିରଫ ହେବେ ବିଜୟ ! ମୃତ୍ୟୁସଂଖ୍ୟା ଟପିଲାଣି ୩୯...୫୦ରୁ ଅଧିକ ଲୋକ ମେଡିକାଲରେ

ମୃତ୍ୟୁସଂଖ୍ୟା ଟପିଲାଣି ୩୯ । ୫୦ରୁ ଅଧିକ ଲୋକ ମେଡିକାଲରେ ଭର୍ତ୍ତି । ୮ଜଣ ଛୋଟ ପିଲାଙ୍କ ଯାଇଛି ଜୀବନ । ୧୬ ଜଣ ମହିଳାଙ୍କ ବି ହୋଇଛି ମୃତ୍ୟୁ । ବିଜୟଙ୍କ ରାଲିରେ ଦଳାଚକଟା ପାଇଁ କିଏ ଦାୟୀ ?

Vijay rally stampede

Vijay rally stampede Photograph: (OTV)

Advertisment

ମୃତ୍ୟୁସଂଖ୍ୟା ଟପିଲାଣି ୩୯ । ୫୦ରୁ ଅଧିକ ଲୋକ ମେଡିକାଲରେ ଭର୍ତ୍ତି । ୮ଜଣ ଛୋଟ ପିଲାଙ୍କ ଯାଇଛି ଜୀବନ । ୧୬ ଜଣ ମହିଳାଙ୍କ ବି ହୋଇଛି ମୃତ୍ୟୁ । ବିଜୟଙ୍କ ରାଲିରେ ଦଳାଚକଟା ପାଇଁ କିଏ ଦାୟୀ ? ତାମିଲନାଡୁରେ ସାଉଥ ସିନେ ସୁପରଷ୍ଟାର ତଥା ରାଜନେତା ଥାଲାପତି ବିଜୟଙ୍କ ରାଲିରେ ଦଳାଚକଟା ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । କରୁର ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ ଏହି ଭୟଙ୍କର ଦଳାଚକଟା ହୋଇଥିଲା । ସେତେବେଳେ ଜନସମାବେଶକୁ ବସ୍ ଉପରେ ଥାଇ ଭାଷଣ ଦେଉଥିଲେ ବିଜୟ । ଯିଏ ଜନତାଙ୍କ ଦାୟିତ୍ବ ନେବାକୁ ମଞ୍ଚ ଉପରେ କହୁଥିଲେ, ତାଙ୍କରି ଆଖି ସାମ୍ନାରେ ମୃତ୍ୟୁ ରଚିଥିଲା ଆତଙ୍କ ।

Advertisment

କରୁରରେ TVK ଦଳର ରାଲି ଆୟୋଜିତ ହୋଇଥିଲା । ଯେଉଁଠି ଥାଲାପତି ବିଜୟଙ୍କୁ ଦେଖିବା ଓ ତାଙ୍କ ଭାଷଣ ଶୁଣିବାକୁ ଛୁଟି ଆସିଥିଲେ ଲକ୍ଷାଧିକ ଲୋକ । ରାଲି ସ୍ଥଳ ଜନସମୁଦ୍ର ପାଲଟିଥିଲା । ଆଉ ବିଜୟ ଭାଷଣ ଦେବାବେଳେ ଦଳାଚକଟା ହୋଇଥିଲା । ଆହତଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ବିଜୟ TVK ଦଳ ଗଠନ କରିଛନ୍ତି, ଯାହା ତାମିଲନାଡୁରେ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ହେଉଛି । ଶନିବାର ରାଲିରେ ପୋଲିସ ଓ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ଅଭିଯୋଗ ହେଉ ଛି। ତେବେ କେଉଁ କାରଣରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଲା ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

କୁହାଯାଉଛି, କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟର ୫-୬ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଏଥିପାଇଁ ଅହେତୁକ ଜନସମାଗମ ହୋଇଥିଲା । ଯାହାକୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏକ. କେ ଷ୍ଟାଲିନ୍ । ଆହତଙ୍କ ପାଇଁ ଚିକିତ୍ସା ଓ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ସଚିବାଳୟ ଆସି ଜରୁରୀ ବୈଠକ କରିଥିଲେ । 

Advertisment

ସେହିପରି ତାମିଲନାଡୁ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ କହିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ