Advertisment

ଦିନକୁ ୧୨ ଘଣ୍ଟା ଟ୍ରେନିଂ କରନ୍ତି ଟାଇଗର୍

ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର୍ ସ୍ରଫ୍‌ଙ୍କ ଫ୍ୟାନ୍-ଫଲୋର୍ସଙ୍କ ସଂଖ୍ୟା ନ କହିଲେ ଭଲ। ଏହି ଅଭିନେତା ଫିଟ୍‌ନେସ୍ ପ୍ରିୟ ହୋଇଥିବା ବେଳେ ଯୁବପିଢିଙ୍କ ଭିତରେ ସେ ତାଙ୍କ ଫିଟ୍‌ନେସ୍ ନେ‍ଇ ବେଶ ଲୋକପ୍ରିୟ। ସେ ମା‍ଇକେଲ୍ ଜ୍ୟାକ୍ସନଙ୍କ କଠିନ ଷ୍ଟେପ୍ ହେଉ କି କୌଣସି ସିନେମା ପାଇଁ ଅସଲି ଷ୍ଟଣ୍ଟ, ଅନ୍‌ସ୍କ୍ରିନ୍ ରୋମାନ୍ସ ହେଉ ବା ନିଜର ଦିଲଦାର୍ ଛବି ଦ୍ୱାରା ଲୋକଙ୍କ ମନ ଜିଣିବା ହେଉ। ଟାଇଗର ସବୁ କ୍ଷେତ୍ରରେ ସେ ତାଙ୍କ ପ୍ରଶଂସକଙ୍କ ଇଛା […]

ଦିନକୁ ୧୨ ଘଣ୍ଟା ଟ୍ରେନିଂ କରନ୍ତି ଟାଇଗର୍

a

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର୍ ସ୍ରଫ୍‌ଙ୍କ ଫ୍ୟାନ୍-ଫଲୋର୍ସଙ୍କ ସଂଖ୍ୟା ନ କହିଲେ ଭଲ। ଏହି ଅଭିନେତା ଫିଟ୍‌ନେସ୍ ପ୍ରିୟ ହୋଇଥିବା ବେଳେ ଯୁବପିଢିଙ୍କ ଭିତରେ ସେ ତାଙ୍କ ଫିଟ୍‌ନେସ୍ ନେ‍ଇ ବେଶ ଲୋକପ୍ରିୟ। ସେ ମା‍ଇକେଲ୍ ଜ୍ୟାକ୍ସନଙ୍କ କଠିନ ଷ୍ଟେପ୍ ହେଉ କି କୌଣସି ସିନେମା ପାଇଁ ଅସଲି ଷ୍ଟଣ୍ଟ, ଅନ୍‌ସ୍କ୍ରିନ୍ ରୋମାନ୍ସ ହେଉ ବା ନିଜର ଦିଲଦାର୍ ଛବି ଦ୍ୱାରା ଲୋକଙ୍କ ମନ ଜିଣିବା ହେଉ। ଟାଇଗର ସବୁ କ୍ଷେତ୍ରରେ ସେ ତାଙ୍କ ପ୍ରଶଂସକଙ୍କ ଇଛା ପୂରଣ କରନ୍ତି। ଏହା କହିବା ମଧ୍ୟ ଭୁଲ ହେବନି ଯେ ବର୍ତ୍ତମାନ ସମୟରେ ସଫଳ ଷ୍ଟାର୍ କିଡ୍ସଙ୍କ ମଧ୍ୟରେ ଟାଇଗର ସବୁଠୁ ଆଗରେ। କିନ୍ତୁ ଏହି ସଫଳତା ଯେ ତାଙ୍କୁ ଗୋଟିଏ ଦିନରେ ମିଳିଯାଇଛି ତାହା ଭାବିବା ଭୁଲ। ଲଗାତର ପରିଶ୍ରମ ଓ ଅନୁଶାସନ ଦ୍ୱାରା ଟାଇଗର ଏହି ସଫଳତା ହାସଲ କରିଛନ୍ତି। ଏହି କଥାର ପର୍ଦାଫାଶ ନିଜେ ଟାଇଗରଙ୍କ ପ୍ରଶିକ୍ଷକ କରିଛନ୍ତି।

Advertisment

publive-image

ଟାଇଗର ସ୍ରଫ୍‌ଙ୍କ ପ୍ରଶିକ୍ଷକ ରାଜେନ୍ଦ୍ର ଢାଲେଙ୍କ କହିବା କଥା- ଯଦି ଟାଇଗରଙ୍କ ସୁଟିଂ ନାହିଁ ତେବେ ସେ ଅଳସୁଆମି ହୋ‍ଇ ବସନ୍ତି ନାହିଁ କି ଗୁଲି ଖଟି କରି ସମୟ ବର୍ବାଦ କରନ୍ତି ନାହିଁ। ଏହା ବଦଳରେ ସେ ଭାର ଉତ୍ତୋଳନ କରନ୍ତି ନ ହେଲେ କିକ୍ସ ବା ଜିମ୍ନେଷ୍ଟିଙ୍ଗ୍ କରି ନିଜ ସମୟ ଅତିବାହିତ କରନ୍ତି। ସେ ସାଧାରଣଭାବେ ଦିନକୁ ୧୨ ଘଣ୍ଟା ଟ୍ରେନିଂ କରନ୍ତି। ଟ୍ରେନିଂ ସମୟରେ ସେ ନା କୌଣସି କୌଶଳ ଅଭ୍ୟାସ କରନ୍ତି ନା କୌଣସି ଡ୍ୟାନ୍ସ କରନ୍ତି। ଜିମ୍‌ରେ ସେ କେବଳ ବଡି ଫିଗରକୁ ଧ୍ୟାନ ଦେଇ ବ୍ୟାୟାମ୍ ଉପରେ ହିଁ ଫୋକସ କରନ୍ତି। ଏହା ସହିତ ସେ ତାଙ୍କ ଡାଏଟ୍‌କୁ ମଧ୍ୟ ନଜର ଦିଅନ୍ତି।

Advertisment

publive-image

ଏଠାରେ ସୂଚନାଥାଉକି ଟାଇଗର୍ ଅନେକ ସମୟରେ ନିଜ ବ୍ୟାୟାମ ବା କିଛି ଜବରଦସ୍ତ ଷ୍ଟଣ୍ଟ୍ କରୁଥିବା ଫଟୋ ବା ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରନ୍ତି। ଯାହକୁ ତାଙ୍କ ପ୍ରଶଂସକମାନେ ବେଶ ତାରିଫ୍ କରନ୍ତି। ଟାଇଗର୍ ତ ବର୍ତ୍ତମାନ ସଂଗୀତ କ୍ଷେତ୍ରରେ ବି ହାତ ଦେଲେଣି। ତାଙ୍କ ପ୍ରଶଂସକ ଟାଇଗରଙ୍କ ଏ ଅବତାରକୁ ମଧ୍ୟ ପ୍ରଶଂକା କରିବାକୁ ଲାଗିଛନ୍ତି।

Advertisment

ଆମେ ଯଦି ଟାଇଗର୍ ସ୍ରଫ୍‌ଙ୍କ କାମର କଥା କହିବା ତେବେ ସେ “ହୀରୋପନ୍ଥୀ-୨”ରେ ଅଂଶଗ୍ରହଣ କରିବେ ବୋଲି ଶୁଣାଯାଏ। ଏହା ବ୍ୟତୀତ ବାଗୀ-୪ ଓ “ଗଣପତ”ରେ ମଧ୍ୟ ଟାଇଗର୍ ନଜର ଆସିବେ। ଯଦି ତାଙ୍କ ବ୍ୟକ୍ତିଗତ ଜୀବନ କଥା କୁହାଯାଏ ତେବେ ଟାଇଗର୍ ଦିଶା ପାଟ୍‌ନୀଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି ଆଉ ଏହି ଦୁହିଁଙ୍କ ଯୋଡିକୁ ଦର୍ଶକେ ବେଶ ପ୍ରଶଂସା କରୁଥିବା ବେଳେ ଯୋଡି ସମସ୍ତଙ୍କ ମନ ମୋହିବାରେ ଲାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ