Advertisment

Piyush Tripathy Argues His Side via Lawyer: ଓକିଲଙ୍କ ଜରିଆରେ କୋର୍ଟରେ ପକ୍ଷ ରଖିଲେ ପୀୟୂଷ ତ୍ରିପାଠୀ, ସୂର୍ଯ୍ୟମନ୍ଦିର ମାଲିକ ଯାଇଛନ୍ତି କୋର୍ଟକୁ

ଭୁବନେଶ୍ୱର କୋର୍ଟରେ ହାଜର ହେଲେନି ପୀୟୂଷ। ତେବେ ନିଜ ଓକିଲଙ୍କ ଜରିଆରେ ଆଜି କୋର୍ଟରେ ସେ ନିଜ ପକ୍ଷ ରଖିଛନ୍ତି। ସିଭିଲ କୋର୍ଟ ଜୁନିୟର ଡିଭିଜନ କୋର୍ଟରେ ପକ୍ଷ ରଖିଛନ୍ତି ପୀୟୂଷଙ୍କ ଓକିଲ ବିଭୁ ତ୍ରିପାଠୀ।

Piyush Tripathy

Piyush Tripathy Photograph: (OTV)

Advertisment

ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଓ ଅପେରା ସୂର୍ଯ୍ୟ ମନ୍ଦିରର ମାଲିକ ପ୍ରମୋଦ ସ୍ୱାଇଁଙ୍କ ଯାତ୍ରା ମଞ୍ଚ ବିବାଦ ଘଟଣାରେ ଭୁବନେଶ୍ୱର କୋର୍ଟରେ ହାଜର ହେଲେନି ପୀୟୂଷ। ତେବେ ନିଜ ଓକିଲଙ୍କ ଜରିଆରେ ଆଜି କୋର୍ଟରେ ସେ ନିଜ ପକ୍ଷ ରଖିଛନ୍ତି। ସିଭିଲ କୋର୍ଟ ଜୁନିୟର ଡିଭିଜନ କୋର୍ଟରେ ପକ୍ଷ ରଖିଛନ୍ତି ପୀୟୂଷଙ୍କ ଓକିଲ ବିଭୁ ତ୍ରିପାଠୀ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଜର ହୋଇ ପକ୍ଷ ରଖିବା ପାଇଁ ପୀୟୂଷଙ୍କୁ ରହିଥିଲା ନିର୍ଦ୍ଦେଶ ।

Advertisment

ସୂର୍ଯ୍ୟମନ୍ଦିର ନାଟ୍ୟ ଅନୁଷ୍ଠାନ ସହ ଦୁଇ ବର୍ଷିଆ ଚୁକ୍ତି ଖିଲାପ ଅଭିଯୋଗରେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ପୀୟୂଷ ମଞ୍ଚ ଚଢ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏନେଇ ଆଜି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା।

ମଞ୍ଚରେ ଚଢ଼ିଥିଲେ ପୀୟୂଷ

ଗତ ୮ ତାରିଖରେ ମଞ୍ଚରେ ଚଢ଼ିଥିଲେ ଓ ଯାତ୍ରା କରିଥିଲେ ଅଭିନେତା ପୀୟୂଷ। କଟକ ଟାଙ୍ଗୀରେ ସିଂହବାହିନୀ ମଞ୍ଚରେ ଚଢ଼ିଥିଲେ ଜଲିଉଡ୍ ଷ୍ଟାର୍ ପୀୟୂଷ। ବିବାଦ କେବଳ ଭୁଲ ବୁଝାମଣା ଓ ଅହଙ୍କାରକୁ ନେଇ, ଯାହାର ସମାଧାନ ମଧ୍ୟ ସମ୍ଭବ ବୋଲି କହିଥିଲେ ପୀୟୂଷ। ନ୍ୟାୟପାଳିକା ଉପରେ ତାଙ୍କର ଭରସା ରହିଛି ବୋଲି ଦୋହରାଇଥିଲେ ପୀୟୂଷ।...

Advertisment

କଟକ ଟାଙ୍ଗୀରେ ପୀୟୂଷଙ୍କ ଅଭିନୀତ ଯାତ୍ରା ସିଂହବାହିନୀ ସହ ୩ଟି ପାର୍ଟି ରଙ୍ଗ ମହଲ, ତୁଳସୀ ଓ ଶିବାନୀ ପ୍ରତିଯୋଗିତାକୁ ଓହ୍ଲାଇଥିଲେ। ଏହା ପରେ ପୀୟୂଷଙ୍କ ମଞ୍ଚ ଚଢ଼ିବା ଉପରେ କୋର୍ଟ ରୋକ୍ ଲଗାଇଥିଲେ ।  

ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା। ଏଗ୍ରିମେଣ୍ଟ ସରି ନଥିବା ବେଳେ ୨୦୨୫-୨୬ ସିଜିନ୍ ପାଇଁ ସେ ସିଂହବାହିନୀ ସହ ଚୁକ୍ତି କରିଥିଲେ। ଯାହାକୁ ନେଇ ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ। ଚଳିତ ଯାତ୍ରା ଋତୁ ସରି ନଥିବା ବେଳେ ଗତ ୫ ତାରିଖରେ ମଞ୍ଚ ଚଢ଼ିବାରୁ କୋର୍ଟ ଯାଇଥିଲେ ସୂର୍ଯ୍ୟମନ୍ଦିର ମାଲିକ। 

Advertisment

ଆଜି କୋର୍ଟରେ ହାଜର ହେଲେନି ଅଭିନେତା ପୀୟୂଷ
କୋର୍ଟରେ ନିଜ ଓକିଲ ଜରିଆରେ ରଖିଲେ ପକ୍ଷ 
ସିଭିଲ କୋର୍ଟ ଜୁନିୟର ଡିଭିଜନ କୋର୍ଟରେ ରଖିଲେ ପକ୍ଷ
ଚୁକ୍ତି ଖିଲାପ ଅଭିଯୋଗ ଆଣିଥିଲେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ
ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀ ମଧ୍ୟ ହେବେ ହାଜର
ପୀୟୂଷଙ୍କୁ ମଞ୍ଚ ନ ଚଢ଼ିବାକୁ କୋର୍ଟ ଦେଇଥିଲେ ନିର୍ଦ୍ଦେଶ

Actor Piyush Tripathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ