Advertisment

ଲକଡାଉନରେ ପିଲାମାନଙ୍କ ସହ ଦେଖନ୍ତୁ ଏହି ସିନେମା

କରୋନା ଲକଡାଉନ୍ କାରଣରୁ ଦୀର୍ଘ ସମୟ ଧରି ଘରେ ରହୁଥିବା ପିଲାମାନେ ନିଜକୁ ମନୋରଞ୍ଜନ କରିବା ପାଇଁ ଅଧିକ ସମୟ କମ୍ପ୍ୟୁଟର କିମ୍ବା ମୋବାଇଲରେ ଦେଉଛନ୍ତି। ତେବେ ଏହି ସମୟରେ ଆପଣ ପିଲାମାନଙ୍କୁ ମନୋରଞ୍ଜନ କରିବା ପାଇଁ କିଛି ବିଶେଷ ଚଳଚ୍ଚିତ୍ର…

ଲକଡାଉନରେ ପିଲାମାନଙ୍କ ସହ ଦେଖନ୍ତୁ ଏହି ସିନେମା

Untitled-1

Advertisment

କରୋନା ଲକଡାଉନ୍ କାରଣରୁ ଦୀର୍ଘ ସମୟ ଧରି ଘରେ ରହୁଥିବା ପିଲାମାନେ ନିଜକୁ ମନୋରଞ୍ଜନ କରିବା ପାଇଁ ଅଧିକ ସମୟ କମ୍ପ୍ୟୁଟର କିମ୍ବା ମୋବାଇଲରେ ଦେଉଛନ୍ତି। ତେବେ ଏହି ସମୟରେ ଆପଣ ପିଲାମାନଙ୍କୁ ମନୋରଞ୍ଜନ କରିବା ପାଇଁ କିଛି ବିଶେଷ ଚଳଚ୍ଚିତ୍ର ବାଛିପାରିବେ। ଆପଣ ମଧ୍ୟ ସେସବୁକୁ ପୁନର୍ବାର ଦେଖିବାରେ ବିରକ୍ତ ଅନୁଭବ କରିବେ ନାହିଁ। ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଆପଣ ନିଜେ ପିଲାମାନଙ୍କ ସହିତ ବସି  ସେମାନଙ୍କୁ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରେରଣା ଦିଅନ୍ତୁ। ଏହି ଚଳଚ୍ଚିତ୍ରଗୁଡ଼ିକ ହେଉଛି ସ୍ୱତନ୍ତ୍ର ଯାହାକୁ ପିଲାମାନେ ନିଶ୍ଚୟ ଦେଖିବେ। ତେବେ ଆସନ୍ତୁ ସେସବୁ ଏହି ଚଳଚ୍ଚିତ୍ର କ’ଣ ଜାଣିନେବା।

Advertisment

ତାରେ ଜମିନ୍ ପର

publive-image

ପିଲାମାନଙ୍କ ମନୋରଞ୍ଜନ କରିବା ଓ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଏହି ଚଳଚ୍ଚିତ୍ର ଏକ ଉତ୍କୃଷ୍ଟ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ଏକ ଶିକ୍ଷାବ୍ୟାଧି ସହିତ ସଂଘର୍ଷ କରୁଥିବା ଶିଶୁର କାହାଣୀକୁ ଚିତ୍ରିତ କରାଯାଇଛି। ଏହି ଚଳଚ୍ଚିତ୍ରରେ ଏହି ବାର୍ତ୍ତା ଦିଆଯାଇଛି ଯେ ଯଦି କୌଣସି ଶିଶୁର ମନ ଅଧ୍ୟୟନରେ ଲାଗି ନ ଥାଏ, ତେବେ ପିଲାକୁ କିପରି ବୁଝାପାଇପାରେ। ଏହା ଦ୍ୱାରା ପିଲାମାନେ ଶିଖିବେ ଏବଂ ପିତାମାତାମାନଙ୍କ ପାଇଁ ମଧ୍ୟ ଏକ ଶିକ୍ଷା ହେବ। ଫିଲ୍ମର ଗୀତ ସହିତ ଆମୀର ଖାନ ଓ ଦର୍ଶିଲ ସଫାରିଙ୍କ ଅଭିନୟ ମଧ୍ୟ ଆପଣଙ୍କୁ ବହୁତ ମନୋରଞ୍ଜନ କରିବ।

ଲି ବୟ

publive-image

ଏହି ଚଳଚ୍ଚିତ୍ର ପିଲାମାନଙ୍କୁ ବହୁତ ମନୋରଞ୍ଜନ କରିବା ସହିତ ଏହା ମଧ୍ୟ ଶିକ୍ଷାଦେବ ଯେ ପିଲାମାନେ ପିତାମାତାଙ୍କୁ ଗର୍ବିତ କରେଇବା କେତେ ମହତ୍ଵପୂର୍ଣ୍ଣ। ଏହା ସହିତ ସିନେମାରେ ବଞ୍ଚିବା ଓ ସ୍ୱପ୍ନକୁ ସାକାର କରିବାର ଝଲକ ମଧ୍ୟ ପ୍ରଦର୍ଶିତ ହୋଇଛି। ଏହି ଚଳଚ୍ଚିତ୍ରରେ ରଣବୀର ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Advertisment

ନିଲ ବଟ୍ଟେ ସନ୍ନାଟା

publive-image

ଏହି ଚଳଚ୍ଚିତ୍ର ମାଧ୍ୟମରେ ଲୋକମାନଙ୍କ ଘରେ କାମ କରୁଥିବା ଜଣେ ମହିଳା ନିଜ ପିଲାକୁ ଶିକ୍ଷା ଦେବା ପାଇଁ କିଛି କରିପାରିବେ ବୋଲି ଶିକ୍ଷା ଦେବାକୁ ଚେଷ୍ଟା କରାଯାଇଛି। ନିଜ ମା’ର ତ୍ୟାଗକୁ ଦେଖି, କିପରି ଝିଅର ପଢିବା ପ୍ରତି ଆଗ୍ରହ ଆସିଛି ଓ ନିଜ ଭବିଷ୍ୟତକୁ ମଜବୁତ କରିବାକୁ ପ୍ରେରଣା ଆସିଛି ଏହି ସିନେମା ମାଧ୍ୟମରେ ଦେଖାଇ ଦିଆଯାଇଛି। ସ୍ୱରା ଭାସ୍କର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ର ଦେଖିବା ଦ୍ୱାରା ପିଲାମାନେ ତ ନିଶ୍ଚିତ କିଛି ଶିଖିବେ ଏବଂ ଖୁବ ଭଲଭାବେ ସେମାନଙ୍କର ମନୋରଞ୍ଜନ ମଧ୍ୟ ହେବ।

ପିକେ

publive-image

ଏହି ଚଳଚ୍ଚିତ୍ରରେ ପିଲାମାନଙ୍କର ତ ଅନେକ ମନୋରଞ୍ଜନ ହେବ, ପିତାମାତା ଅନେକ ଥର ଦେଖିଥିଲେ ମଧ୍ୟ ସେମାନେ ଏହାକୁ ଉପଭୋଗ କରିବେ। ଏହି ଚଳଚ୍ଚିତ୍ର ମାଧ୍ୟମରେ ପିଲାମାନଙ୍କର ଈଶ୍ଵରଙ୍କ ଉପରେ ଆସ୍ଥା ଓ ଅନ୍ଦବିଶ୍ଵାସ ମଧ୍ୟରେ ପାର୍ଥକ୍ୟ କ’ଣ ଜଣାପଡିଯିବ। ଏହି ଚଳଚ୍ଚିତ୍ରରେ ଅମୀର ଖାନ ସମାଜରେ ବ୍ୟାପିଥିବା ଅନ୍ଧବିଶ୍ୱାସ ଉପରୁ ପରଦା ହଟାଇବାକୁ ଚେଷ୍ଟା କରିଛନ୍ତି। ଚଳଚ୍ଚିତ୍ରରେ ଆପଣ ପ୍ରଚୁର କମେଡି ପାଇବା ସହିତ ଉତ୍କୃଷ୍ଟ ଗୀତଗୁଡ଼ିକ ବି ଶୁଣିପାରିବେ।

Advertisment

ଉଡ଼ା

publive-image

ଏହି ଚଳଚ୍ଚିତ୍ରରେ ପିଲା ଓ ପିତାମାତାଙ୍କ ମଧ୍ୟରେ ଯୋଗାଯୋଗ ବ୍ୟବଧାନ ଦେଖାଯାଇଛି। ଏହି ଚଳଚ୍ଚିତ୍ରରେ ଶିକ୍ଷା ଦିଆଯାଇଛି ଯେ ପିଲାମାନଙ୍କୁ ଶୃଙ୍ଖଳା ଜ୍ଞାନ ଦିଆଯିବା ଫଳରେ କିପରି ପିଲା ଓ ପିତାମାତାଙ୍କ ମଧ୍ୟରେ ଯୋଗାଯୋଗ ବ୍ୟବଧାନ ବୃଦ୍ଧି ପାଇଥାଏ। ପ୍ରଚୁର ମନୋରଞ୍ଜନର ଖୋରାକ ମଧ୍ୟ ରହିଛି।

୩ ଇଡିଅଟ୍ସ

publive-image

ଆପଣ ଯେତେଥର ଏହି ଚଳଚ୍ଚିତ୍ର ଦେଖିବେ, ଆପଣ ସବୁବେଳେ ଏଥିରେ ନୂତନତା ପାଇବେ। ଏହି ଚଳଚ୍ଚିତ୍ରରେ ତିନିଜଣ ବନ୍ଧୁଙ୍କ କାହାଣୀ ପ୍ରଦର୍ଶିତ ହୋଇଛି ଏବଂ ଏହା ଶିଖାଯାଇଛି ଯେ ଛାତ୍ରଛାତ୍ରୀମାନଙ୍କୁ ପଢିବାର ବୋଝ ଲଦିଦେବା ପରିବର୍ତ୍ତେ ବୁଝାଇବା ଆବଶ୍ୟକ। ଏହା ହୋଇପାରିଲେ ସେ ଜଣେ  ଉଜ୍ଜଳ ଭବିଷ୍ୟତ ଗଢିପାରିବ। ଏହା ସହିତ ପିତାମାତାଙ୍କୁ ମନାଇବା ପାଇଁ ଏକ ପ୍ରୟାସ କରାଯାଇଛି ଯେ ସେମାନଙ୍କର ପିଲାମାନେ ସେମାନଙ୍କ ପସନ୍ଦ ନୁହେଁ, ନିଜ ପସନ୍ଦର ବୃତ୍ତି ବାଛିବା ପାଇଁ ମୁକ୍ତ ହେବା ଉଚିତ। ତେବେଯାଇ ସେମାନେ ଏକ ଭଲ କ୍ୟାରିୟର ବାଛିପାରିବେ। ଏହି ଚଳଚ୍ଚିତ୍ରରେ ଅମୀର ଖାନ, ମାଧବନ ଓ ଶର୍ମନ ଯୋଶୀ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ