Advertisment

Humane Sagar’s Death: ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ କାହା ହାତ ? ଗଦା ଗଦା ଅଭିଯୋଗ କେବେ ଖୋଲିବ ସତ

ପ୍ରସିଦ୍ଧ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସପେନ୍ସ୍। ପୁଳା ପୁଳା ଅଭିଯୋଗ ଆସୁଥିଲେ ମଧ୍ୟ ପ୍ରକୃତ ରହସ୍ୟ ଏଯାଏଁ ଖୋଲୁନାହିଁ। ତେବେ ହ୍ୟୁମାନଙ୍କ ମୃତ୍ୟୁ ପଛରେ ୩ଟି ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି

Human-Sagar-Death-Mistry

Human-Sagar-Death-Mistry Photograph: (OTV)

Advertisment

ପ୍ରସିଦ୍ଧ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସପେନ୍ସ୍। ପୁଳା ପୁଳା ଅଭିଯୋଗ ଆସୁଥିଲେ ମଧ୍ୟ ପ୍ରକୃତ ରହସ୍ୟ ଏଯାଏଁ ଖୋଲୁନାହିଁ। ତେବେ ହ୍ୟୁମାନଙ୍କ ମୃତ୍ୟୁ ପଛରେ ୩ଟି ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କ ୨ ମ୍ୟାନେଜର ପ୍ରଶାନ୍ତ, ଦିନେଶ ଏବଂ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ହ୍ୟୁମାନଙ୍କ ମାଆ। ଦେହ ଖରାପ ସତ୍ତ୍ୱେ ୨ ମ୍ୟାନେଜର ଟଙ୍କା ପାଇଁ ଶୋ ଆୟୋଜନ କରୁଥିବା ଓ ଡାକ୍ତରଙ୍କ ପାଖକୁ ଛାଡ଼ୁ ନଥିବା ଅଭିଯୋଗ କରିଥିଲେ ହ୍ୟୁମାନଙ୍କ ମାଆ।

Advertisment

ସେହିପରି ଅର୍ପିତାଙ୍କ ପାଇଁ ହ୍ୟୁମାନ ମରିଥିବାର ଗୁରୁତର ଅଭିଯୋଗ ଆଣିଥିଲେ ହ୍ୟୁମାନଙ୍କ ମା’ ଶେଫାଳୀ ସୁନା l ଯାହାକୁ ଏନେଇ ଏଯାଏଁ ମୁହଁ ଖୋଲି ନାହାନ୍ତି ଅର୍ପିତା ଚୌଧୁରୀ। ତେବେ ଏପରି ସମୟରେ ଅର୍ପିତାଙ୍କ ସାଥ୍ ଦେଇଛନ୍ତି ମ୍ୟୁଜିକ ଭିଡିଓ ପ୍ରଯୋଜକ ସ୍ଥିତ ପଟ୍ଟନାୟକ । ସେ ଅର୍ପିତାଙ୍କ ସହ କଥା ହୋଇଥିବା କଥା କହିଛନ୍ତି। ମାମଲା କୋର୍ଟକୁ ଗଲେ ବା ତଦନ୍ତ ହେଲେ ସେ ନିଶ୍ଚିତ ନିଜ ପକ୍ଷ ରଖିବେ ବୋଲି କହିଥିବା କଥା କହିଛନ୍ତି ସ୍ଥିତ । 

ସେପଟେ ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଏନେଇ ସେମାନେ ଆଶାବାଦୀ ଅଛନ୍ତି ଯେ ଖୁବ ଶୀଘ୍ର ହ୍ୟୁମାନ ସାଗରଙ୍କ ମୃତ୍ୟୁର ରହସ୍ୟ ପଦାକୁ ଆସିବ। ଆଉ ପ୍ରକୃତ ଦୋଷୀ ଦଣ୍ଡ ପାଇବ । 

ହ୍ୟୁମାନଙ୍କ ମୃତ୍ୟୁକୁ ବିତିଗଲାଣି ୧୧ ଦିନ। ହେଲ ସେଭଳି ଆଖିଦୁର୍ଶିଆ ତଦନ୍ତ ଦେଖିବାକୁ ମିଳୁନାହିଁ। ଏବେ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଧରାହେବ ଅସଲ ଦୋଷୀ ? କେବେ ନ୍ୟାୟ ପାଇବେ ହ୍ୟୁମାନ ସାଗର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ