sushant
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟରେ କରାଯାଇଥିବା ଯାଚିକାକୁ ଖାରଜ କରିଦିଆଯିବା ପରେ ଏବେ ଏହି ମାମଲା ବମ୍ବେ ହାଇକୋର୍ଟରେ ପହଞ୍ଚିଛି। ସୁପ୍ରିମ୍ କୋର୍ଟ ଆଇନଜୀବୀ ସାର୍ଥକ ନାୟକ ଏବେ ସୁଶାନ୍ତଙ୍କ ମାମଲାକୁ ମାମଲାକୁ ସିବିଆଇଇକୁ ଦେବାକୁ କୋର୍ଟରେ ଆବେଦନ କରିଛନ୍ତି। ନଚେତ୍ ଏସ୍ଆଇଇଟି ଦ୍ୱାରା ମାମଲାର ତଦନ୍ତ ହେଲେ ହିଁ ପୂରା ଘଟଣା ଉପରୁ ସସପେନ୍ସ ହଟିବ ବୋଲି ସାର୍ଥକ ନାୟକ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରିବା ନେଇ ସୁପ୍ରିମ୍ କୋର୍ଟରେ ଯାଚିକା ଦାଖଲ ହୋଇଥିଲା। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଖାରଜ କରିଦେଇଥିଲେ। ସୁପ୍ରିମ୍ କୋର୍ଟ କହିଥିଲେ, ଏହି ମାମଲାର ତଦନ୍ତ ମୁମ୍ବାଇ ପୋଲିସକୁ କରିବାକୁ ଦିଆଯାଉ। ଯଦି ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କୌଣସି ଠୋସ୍ ପ୍ରମାଣ ଅଛି, ତାହେଲେ ଏଥିପାଇଁ ବମ୍ବେ ହାଇକୋର୍ଟରେ ଅପିଲ୍ କରିହେବ।
ଅନ୍ୟପକ୍ଷରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତନାଘନା ଆରମ୍ଭ କରିଦେଇଛି ବିହାର ପୋଲିସ୍। ସୁଶାନ୍ତଙ୍କ କୋଟାକ୍ ବ୍ୟାଙ୍କରୁ ୧୫ କୋଟି ଟଙ୍କା କୁଆଡ଼େ ଗଲା, ତା'କୁ ନେଇ ମଧ୍ୟ ବିହାର ପୁଲିସ୍ ତଦନ୍ତ କରୁଛି। ପୋଲିସ୍ ବ୍ୟାଙ୍କରେ ପହଞ୍ଚି ନେଣଦେଣ ସମ୍ପର୍କିତ ତଥ୍ୟ ଆଦାୟ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sushant-4_1625495388.jpg)